କରୋନାର କାହାଣୀ କହିଲେ କଙ୍ଗ୍ରାର ମାଇକ୍ରୋ ବାୟୋଲୋଜିଷ୍ଟ୍: କହିଲେ ତୃତୀୟ ଏବଂ ଚତୁର୍ଥ ଷ୍ଟେଜ୍‌ରେ ଅଧିକ ସକ୍ରିୟ ହେବ କୋଭିଡ-୧୯ ଭୂତାଣୁ, କିଏ ସେ ବ୍ୟକ୍ତି?

Published By : Prameya-News7 Bureau | March 22, 2020 IST

ନୂଆଦିଲ୍ଲୀ୨୨/୩: ଚୀନ୍‌ରୁ ବୁହାନରୁ ଫେରିଥିବା କଙ୍ଗ୍ରାର ମାଇକ୍ରୋ ବାୟୋଲୋଜିଷ୍ଟ୍ ସୋମରାଜଙ୍କ କଥା ସମସ୍ତଙ୍କ ଚକିତ କରିଛି। ଏଥିସହ କରୋନା ଭାଇରାସ୍‌କୁ ନେଇ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସୁଛି। କିନ୍ତୁ କରୋନାରେ ଭୟଭୀତ ନ ହୋଇ ସତର୍କ ଏବଂ ସୁରକ୍ଷିତ ରହିବା ପାଇଁ ସରକାର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଥମେ କରୋନା ଭାଇରସ୍ ଉତ୍ପତ୍ତି ହୋଇଥିବା ବୁହାନ ଲୋକମାନେ ସରକାରଙ୍କ ଆଡ଼ଭାଇଜରୀକୁ କଡ଼ାକଡ଼ି ପାଳନ କରିଛନ୍ତି। ଯଦି କରୋନକୁ ନିୟନ୍ତ୍ରଣ ନ କରାଯାଏଁ ତେବେ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟରେ କରୋନା ଅଧିକ ଭୟଙ୍କର ରୂପ ନେଇ ପାରେ ଚୀନ୍‌ରୁ ବୁହାନ ସହରରୁ ଫେରିଥିବା ଗଙ୍ଗ୍ରାର ମାଇକ୍ରୋ ବାୟୋଲୋଜିଷ୍ଟ୍ ସୋମରାଜ କହିଛନ୍ତି।

ସୋମରାଜ କହିଛନ୍ତି, କରୋନା ନିୟନ୍ତ୍ରଣ ପାଇଁ ସରକାର ଜାରି କରିଥିବା ଆଡ଼ଭାଇଜରୀକୁ ପାଳନ କରିବା ଉଚିତ୍। ଗତ ଜାନୁଆରୀ ୨୦ ତାରିଖରେ ବୁହାନ ସହରରୁ ଉତ୍ପତ୍ତି ହୋଇଥିବା କରୋନା​‌ ଭାଇରସ୍‌ ପୂରା ଚୀନ୍‌ରେ ଖେଳି ଯାଇଥିଲା। ଏହି ପରିପ୍ରେକ୍ଷୀରେ ଜାନୁଆରୀ ୨୩ ତାରିଖରେ ସବୁ ସହରରେ ଲକ୍ ଡାଉନ କରିଥିଲେ। ପୁଣି ମାର୍ଚ୍ଚ ୧୪ ତାରିଖରେ ବୁହାନ ବ୍ୟତୀତ ସବୁ ଚୀନର ଅନ୍ୟ ସହରରେ ଲକ ଡାଉନ କଟକଣା ଉଠାଇ ଦିଆଯାଇଥିଲା। ଆସନ୍ତା ଏପ୍ରିଲ ପହିଲାରେ ଚୀନ୍‌ର ବୁହାନ ସହର ଉପରେ ଲାଗିଥିବା କଟକଣା ଉଠାଇ ପାରେ ବୋଲି ଅନୁମାନ କରାଯାଉଛି।

ଦୀର୍ଘ ସାଢ଼େ ୩ ବର୍ଷ ଧରି ସୋମରାଜ ବୁହାନ ସରକାର ଫଣ୍ଡରେ ଚାଲିଥିବା ଔଷଧ କମ୍ପାନୀରେ ମାଇକ୍ରୋ ବାୟୋଲୋଜିଷ୍ଟିକ କାମ କରିନ୍ତି। ଏହା ପୂର୍ବରୁ ଭାରତରେ ୭ବର୍ଷ ଧରି ସମାନ କାମ କରିଥିବା ସୋମରାଜ କହିଛନ୍ତି। ଫେବୃଆରୀ ୨୭ ତାରିଖରେ କରୋନା ଭାଇରସ୍‌ ଚୀନ୍‌ରୁ ଭାରତକୁ ପ୍ରବେଶ କରିଥିଲା। ବର୍ତ୍ତମାନ ଭାରତରେ କରୋନାର ଦ୍ବିତୀୟ ଷ୍ଟେଜରେ ରହିଛି। ତୃତୀୟ ଓ ଚତୁର୍ଥ ଷ୍ଟେଜରେ କରୋନାର ସ୍ଥିତି ଆହୁରି ଭୟଙ୍କର ହେବ। ସେଥିପାଇଁ ସରକାରଙ୍କ ନିୟମକୁ ପାଳନ କରିବା ଉଚି୍ତ୍‌।

ସୋମରାଜ କହିଛନ୍ତି, ୮୦ ପ୍ରତିଶତ ଲୋକଙ୍କ ମଧ୍ୟରେ କରୋନା ଭାଇରସ୍‌ର ପ୍ରଭାବ ଦେଖାଯାଇ ନଥାଏ। ଆଉ ଯେଉଁ ୨୦ ପ୍ରତିଶତ ରହିଲେ, ସେମାନଙ୍କ ମଧ୍ୟରେ ଛୋଟ ପିଲା ଏବଂ ୬୦ ବର୍ଷ ଅଧିକ ବୟସ୍କ ଲୋକ ସାମିଲ ରହିଛନ୍ତି। ଲୋକମାନେ ନିଜର ସୁରକ୍ଷା ନିମନ୍ତେ କିଛି ଦିନ ପାଇଁ ସାର୍ବଜନିକ ସ୍ଥାନକୁ ଯାଆନ୍ତୁ ନାହିଁ। ଥଣ୍ଡା , ଜ୍ବର, କାଶ ଏବଂ ଟାଇଫଏଡ୍‌ ଜ୍ବର ହେ​‌ଲେ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି  କଙ୍ଗ୍ରାର ମାଇକ୍ରୋ ବାୟୋଲୋଜିଷ୍ଟ୍ ସୋମରାଜ  ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.