Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆମେରିକାରେ କରୋନାର ସ୍ଥିତି ଉଦ୍‌ବେଗଜନକ : ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୨୫ ହଜାର ୯୯୬ କୁ ଛୁଇଁଲାଣି

25/04/2020 at 10:27 PM

ନୂଆଦିଲ୍ଲୀ୨୫/୪: ଆମେରିକାରେ କରୋନାର ସ୍ଥିତି ଉଦବେଗଜନକ ରହିଛି। ବିଶ୍ୱରେ ମହାମାରୀ କରୋନା ଭାଇରସ ମୃତ୍ୟୁ ସଂଖା ୧ ଲକ୍ଷ ୯୭ ହଜାର ଅତିକ୍ରମ କରିଛି । ଶକ୍ତିଶାଳୀ ଆମେରିକାରେ ଏହି ସଂଖ୍ୟା ୫୨ ହଜାର ଟପି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୨୫ ହଜାର ୯୯୬ ଜଣ ଛୁଇଁଲାଣି। ଏହା ଭିତରେ ଆମେରିକାରେ ଡାକ୍ତର ଦେଲେଣି ଚେତାବନୀ। କରୋନା ଭାଇରସ ଯୋଗୁ ୩୦ରୁ ୪୯ ବର୍ଷ  ବୟସ୍କ ଲୋକଙ୍କ ଅଚାନକ ମୃତ୍ୟୁ ହେଉଛି। ଏମାନଙ୍କ ମଧ୍ୟରେ ଅନେକ ଏମିତି ବି ଅଛନ୍ତି ଯେଉଁମାନେ ପୂରା ସୁସ୍ଥ ଦେଖାଯାଉଛନ୍ତି ଏବଂ ସେମାନଙ୍କଠାରେ  କରୋନାର କୌଣସି ଲକ୍ଷଣ ଦେଖାଯାଉନି।

କରୋନା ଭାଇରସ ନେଇ ଆମେରିକାରେ ଭୟାବହ ପରିସ୍ଥିତି। ଏସିଆରେ ଏହି କିଲର ଭାଇରସର ପ୍ରକୋପ ସାମାନ୍ୟ କମିଥିବାବେଳେ ଆମେରିକାରେ ଏହି ଘାତକ ଭାଇରସ ମୃତ୍ୟୁ ସଂଖ୍ୟାରେ ନୂଆ ରେକର୍ଡ ସୃଷ୍ଟି କରୁଛି। ଜନ୍ସ ହପକିନ୍ସ ୟୁନିଭରସିଟିର ସୂଚନା ଅନୁଯାୟୀ ଆମେରିକାରେ କରୋନା ଭାଇରସ ଯୋଗୁ ମୃତ୍ୟୁ ସଂଖ୍ୟା ୫୨ ହଜାର ପାର୍ କରିଥିବାବେଳେ  ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୨୪ ହଜାର ୯୯୬ ଜଣ ଛୁଇଁଲାଣି।

ଗତ ୨୪ ଘଣ୍ଟାରେ କରୋନା ଭାଇରସରେ ପାଖାପାଖି ୩୦୦୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି।ପୂରା ବିଶ୍ବରେ କରୋନା ସଂକ୍ରମଣ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ କେବଳ ଆମେରିକାରେ ଏକ ଚତୁର୍ଥାଂଶ ଲୋକ ମୃତ୍ୟୁ ହୋଇଛି। ବିଶ୍ବରେ ମୋଟ କରୋନା  ସଂକ୍ରମିତଙ୍କ ମଧ୍ୟରୁ ଏକ ତୃତୀୟାଂଶ ମାମଲା କେବଳ ଆମେରିକାରେ ସାମ୍ନାକୁ ଆସିଛି। ଏଥିରୁ ଅନୁମାନ କରିହେବ ଆମେରିକାରେ କରୋନା ସ୍ଥିତି କେତ ଉଦବେଗଜନକ।

ଆମେରିକାର ନ୍ୟୁୟର୍କରେ ସବୁଠାରୁ ଅଧକ କରୋନା କହର ଦେଖିବାକୁ ମିଳିଛି। କରୋନା ଭାଇରସରେ ନ୍ୟୁୟର୍କରେ ଏଯାଏ ୧୭ ହଜାର ୬୭୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଲକ୍ଷ ୭୧ ହଜାର ୮୯୦ ଜଣ ସଂକ୍ରମିତ ହୋଇଛନ୍ତି।ତେବେ ପରୀକ୍ଷଣରୁ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ଗତ ସପ୍ତାହରେ ସଂଗ୍ରହ କରାଯାଇଥିବା ନମୂନାର ପରୀକ୍ଷଣ ପରେ ୩୮ ପ୍ରତିଶତ ପଜିଟିଭ୍ ହୋଇଥିବାବେଳେ ଏହି ସପ୍ତାହରେ ପଜିଟିଭଙ୍କ ସଂଖ୍ୟା ୨୮ ପ୍ରତିଶତକୁ ହ୍ରାସ ପାଇଛି। ଆମେରିକାର କରୋନା ପ୍ରକୋପ କମିବାର ଏହା ସଙ୍କେତ ବୋଲି କୁହାଯାଇପାରେ।

ଏହାରି ଭିତରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଆମେରିକାରେ ଡାକ୍ତରମାନେ ଚେତାବନୀ ଦେଇଛନ୍ତି। ସେମାନଙ୍କର କହିବା କଥା କରୋନା ଭାଇରସ ଯୋଗୁ ୩୦ରୁ ୪୯ ବର୍ଷ  ବୟସ୍କ ଲୋକଙ୍କ ଅଚାନକ ମୃତ୍ୟୁ ହେଉଛି। ଏମାନଙ୍କ ମଧ୍ୟରେ ଅନେକ ଏମିତି ବି ଅଛନ୍ତି ଯେଉଁମାନେ ପୂରା ସୁସ୍ଥ ଦେଖାଯାଉଛନ୍ତି ଏବଂ ସେମାନଙ୍କଠାରେ  କରୋନାର କୌଣସି ଲକ୍ଷଣ ଦେଖାଯାଉନି। ତେବେ ଅଚାନକ ହୃଦଘାତରେ ପ୍ରାଣ ହରାଉଛନ୍ତି। ନ୍ୟୁୟର୍କରେ ଅନେକ ଲୋକଙ୍କ ମୃତ୍ୟୁ ସେମାନଙ୍କର ଘରେ ହିଁ ହୋଇଛି ବୋଲି ସେମାନେ କହୁଛନ୍ତି।

   Related Posts