Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଘନେଇଲା କରୋନାର ନୂଆ ଭାରିଏଣ୍ଟର ବିପଦ, ରାଜ୍ୟଗୁଡିକୁ ଆଲର୍ଟ କଲେ କେନ୍ଦ୍ର ସରକାର, ବିମାନ ଯାତ୍ରୀଙ୍କ ଉପରେ ରହିବ କଡା ନଜର

28/11/2021 at 4:33 PM

ନୂଆଦିଲ୍ଲୀ ୨୮।୧୧: କରୋନା ଭାଇରସ୍‌ର ନୂତନ ଭୂତାଣୁ ଓମିକ୍ରନକୁ ନେଇ ପୂରା ଦୁନିଆରେ ଭୟର ମାହୋଲ। ଦକ୍ଷିଣ ଆଫ୍ରିକା ପରେ ଅନେକ ଦେଶରେ ଏହି ମାରାତ୍ମକ ଭୂତାଣୁ ଚିହ୍ନଟ ହେଲାଣି। ଏହା ମଧ୍ୟରେ ଭାରତରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଆଲର୍ଟ କରିଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକ ଟେଷ୍ଟିଂ, ଟ୍ରେସିଂ ବଢାଇବା ସହିତ କଣ୍ଟେନମେଣ୍ଟ ଜୋନ୍ ଉପରେ ଧ୍ୟାନ ଦେବା ସହିତ ଟିକାକରଣ ଆହୁରି କ୍ଷୀପ୍ର କରିବାକୁ ପରାମର୍ଶ ଦେଇଛନ୍ତି।

ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ରାଜ୍ୟର ମୁଖ୍ୟ ସଚିବଙ୍କୁ ଲେଖା ହୋଇଥିବା ଚିଠିରେ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡିକୁ କୋଭିଡ୍ ହଟସ୍ପଟ୍ ଉପରେ ନଜର ରଖିବାକୁ କହିଛନ୍ତି। ମନ୍ତ୍ରଣାଳୟ କହିଛି, ସତର୍କତାମୂଳକ ଭାବେ ଯେଉଁ ଦେଶରେ ଏହି ଭାରିଏଣ୍ଟ ଚିହ୍ନଟ ହୋଇଛି, ସେ ଦେଶ ପ୍ରତି ଗମନାଗମନ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଅତିରିକ୍ତ ଉପାୟ ଅବଲମ୍ବନ କରାଯାଉଛି।

କୁହାଯାଉଛି ନୂତନ ଭାରିଏଣ୍ଟ ଅଧିକ ବେଗରେ ବ୍ୟାପିବା ସହିତ ଇମ୍ୟୁନ ସିଷ୍ଟମକୁ ମାଦ୍ ଦେବାରେ ସକ୍ଷମ। ଏହି କାରଣରୁ ଅନେକ ଦେଶରେ ପୁନର୍ବାର ଯାତ୍ରା କଟକଣା ପରି ବ୍ୟବସ୍ଥା କରାଯାଉଛି।  ବୋତ୍ସବାନା, ହଂକଂ, ଦକ୍ଷିଣ ଆ୍ରଫିକା ବ୍ୟତୀତ ନୂତନ  ଭାରିଏଣ୍ଟ ୟୁକେ, ଅଷ୍ଟ୍ରେଲିଆ, ଚେକ୍ ରିପବ୍ଲିକ୍, ଇଟାଲୀ, ଜର୍ମାନୀ, ଇସ୍ରାଏଲ ଓ ନେଦରଲାଣ୍ଡରେ ଚିହ୍ନଟ ହୋଇଛନ୍ତି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କରୋନାର ନୂତନ ଭାରିଏଣ୍ଟ ଚିହ୍ନଟ ଦେଶରୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପ୍ରତି ଅଧିକ ଦୃଷ୍ଟି ଦେବାକୁ କୁହାଯାଇଛି। ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ଗତ ଯାତ୍ରାର ସମସ୍ତ ସୂଚନା ବିବରଣୀ ପ୍ରାପ୍ତ ପାଇଁ ଅଧିକାରୀଙ୍କୁ କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଲାଗୁ ପ୍ରୋଟୋକଲର ପାଳନ କଡାକଡି କରିବାକୁ  ନିର୍ଦ୍ଦେଶ ଦିଆଯାଇଛି। ପଜିଟିଭ୍ ଚିହ୍ନଟ  ବ୍ୟକ୍ତିଙ୍କ ଜିନମ ସିକ୍ୟୁନ୍ସି ଯାଞ୍ଚ କରିବା ଉପରେ ଗୁରୁତ୍ଵ ଦେବାକୁ କୁହାଯାଇଛି।

   Related Posts