କରୋନାର ନୂଆ ରୂପ: ୧୪ ଦିନ ସଙ୍ଗରୋଧରେ ରହିବେ ବ୍ରିଟେନ୍ ଫେରନ୍ତା, ଏସଓପି ଜାରି କଲେ ରାଜ୍ୟ ସରକାର
22/12/2020 at 9:58 PM

ଭୁବନେଶ୍ବର୨୨/୧୨: ୧୪ ଦିନ ସଙ୍ଗରୋଧରେ ରହିବେ ବ୍ରିଟେନ ଫେରନ୍ତା। ବ୍ରିଟେନରେ କରୋନା ଭାଇରସ ନୂଆ ରୂପରେ ଲୋକମାନଙ୍କୁ ସଂକ୍ରମିତ କରୁଥିବା ସୂଚନା ମିଳିଛି। ତେଣୁ ରାଜ୍ୟ ସରକାର ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିଓର ଜାରି କରିଛନ୍ତି। କେନ୍ଦ୍ର ସରକାର ଏସଓପି ଜାରି କରିବା ପରେ ରାଜ୍ୟ ସରକାର ସେହିପରି ଏସଓପି ଜାରି କରିଛନ୍ତି। ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦର ଓ ବିଏମସି କମିଶନର ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏସଓପି ଜାରି କରି କହିଛନ୍ତି ଯେ, ଗତ ୧୪ଦିନ ମଧ୍ୟରେ ବ୍ରିଟେନରୁ ଫେରିଥିବା ସମସ୍ତ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଫର୍ମ ପୂରଣ କରିବେ। ବ୍ରିଟେନ ଦେଇ ଅନ୍ୟ ସ୍ଥାନରୁ ଫେରିଥିବା ବ୍ୟକ୍ତିଙ୍କୁ ମଧ୍ୟ ସେହିପରି ଭାବେ ଫର୍ମ ପୂରଣ କରିବାକୁ ପଡ଼ିବ।