Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କରୋନା ପ୍ରଭାବ: ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା, ଟ୍ଵିଟ୍ କରି ସୂଚନା ଦେଲେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ

4/05/2021 at 4:51 PM

ନୂଆଦିଲ୍ଲୀ ୦୪।୦୫:  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘୁଞ୍ଚିଲା ଜେଇଇ ମେନ । ଏପ୍ରିଲ ମାସର ସେସନ ପରେ ମେ ମାସର ପରୀକ୍ଷା ସେସନ ସ୍ଥଗିତ ରଖାଯାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ(ଏନଟିଏ) ଏହି ସମ୍ବନ୍ଧରେ ମଙ୍ଗଳବାର ନୋଟିସ୍ ଜାରି କରିଛି। ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଟ୍ଵିଟ୍ କରି ଜେଇଇ ମେନ ଘୁଞ୍ଚାଯାଇଥିବା ସୂଚନା ଦେଇଛନ୍ତି।

କୋଭିଡ୍-୧୯ର ଦ୍ଵିତୀୟ ଲହର କାରଣରୁ ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ସଂସ୍ଥାକୁ ସୋମବାର ସନ୍ଧ୍ୟାରେ ୨୦୨୧ ମେରେ ନିର୍ଦ୍ଧାରିତ ସମସ୍ତ ଅଫଲାଇନ୍ ପରୀକ୍ଷା ସ୍ଥଗିତ ରଖିବାକୁ ଅପିଲ୍ କରିଥିଲେ। ଏଥିପାଇଁ ୟୁଜିସି ଅନ୍ତର୍ଗତ ସମସ୍ତ ଶିକ୍ଷାନୁଷ୍ଠାନର ପ୍ରମୁଖଙ୍କୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚିଠି ଲେଖା ହୋଇଛି।

ଉଚ୍ଚ ଶିକ୍ଷା ସଚିବ ଅମିତ୍ ଖରେ ମେ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ୍‌ ପରୀକ୍ଷାକୁ ସ୍ଥଗିତ ରଖିବାକୁ କହିଛନ୍ତି। କିନ୍ତୁ ଅନଲାଇନ୍ ପରୀକ୍ଷା ଜାରି ରହିପାରେ। ଜେଇଇ ମେନ୍ ପରୀକ୍ଷା କେବେ ହେବ ୨୦୨୧ ଜୁନ ପ୍ରଥମ ସପ୍ତାହରେ ସ୍ଥିତି ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ପରୀକ୍ଷା ସମ୍ବନ୍ଧିତ ସୂଚନା ଓ୍ଵେବ୍‌ସାଇଟ୍‌ରେ ଉପଲବ୍ଧ ହୋଇଯିବା ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

   Related Posts