କରୋନାର ହୋମ୍ ଡେଲିଭରି ! କ୍ବାରେଣ୍ଟାଇନରେ ୭୨ ପରିବାର

Published By : Prameya-News7 Bureau | April 16, 2020 IST

ନୂଆଦିଲ୍ଲୀ୧୬/୪: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥଇବା ବେଳେ, ଦକ୍ଷିଣ ଦିଲ୍ଲୀରେ ପିଜା ହୋମ୍ ଡେଲିଭରି କରୁଥିବା ଜଣେ ଡେଲିଭରି ବୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଜାତୀୟ ରାଜଧାନୀରେ ଚିନ୍ତା ବଢିଯାଇଛି । ସଂପୃକ୍ତ ପିଜା ବୟର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନାହିଁ । କରୋନାର ହୋମ୍ ଡେଲିଭରି ଭଳି ଘଟଣା ଦିଲ୍ଲୀରେ ଘଟିଛି।

{"id":255340,"sizeSlug":"large"}

ତେବେ ଅଧିକ ଚିନ୍ତାର ବିଷୟ ହୋଇଛି ଯେ ଉକ୍ତ ପିଜାବୟ ଗତ ୧୫ଦିନ ମଧ୍ୟରେ ଦକ୍ଷିଣ ଦିଲ୍ଲୀର ୭୨ଟି ପରିବାରକୁ ପିଜା ଡେଲିଭରି କରିଛନ୍ତି ।  ଏ ସଂପର୍କରେ ଜଣା ପଡିବା ପରେ ଦକ୍ଷିଣ ଦିଲ୍ଲୀ ଅଞ୍ଚଳର ହଜ୍ ଖାସ୍, ମାଲଭ୍ୟ ନଗର, ସାବିତ୍ରୀ ନଗର ଅଞ୍ଚଳରେ ଉକ୍ତ ପିଜା ବୟ ଠାରୁ ପିଜା ଖାଇଥିବା ୭୨ଟି  ପରିବାରକୁ  କ୍ବାରେଣ୍ଟାଇନରେ ରଖାଯାଇଛି । ଉକ୍ତ ପିଜା ଡେଲିଭରି ବୟ ସଂସ୍ପର୍ଶରେ ଆସିଥିବା ୨୦ ଜଣ ଡେଲିଭରି ବୟଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଜଣେ ପିଜା ଡେଲିଭରି ବୟ  କିପରି ସଂକ୍ରମଣ ହେଲା  ସେନେଇ ଅନୁସନ୍ଧାନ ଜାରି ରହିଥିବା ସାଉଥ ଦିଲ୍ଲୀର ଜିଲ୍ଲାଲପାଳ ବ୍ରିଜ ମୋହନ ମିଶ୍ର କହିଛନ୍ତି।

{"id":255341,"sizeSlug":"large"}

କରୋନା ସଂକ୍ରମିତ ପିଜା ଡେଲିଭରି ବୟର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନାହିଁ । ସଂକ୍ରମିତ ପିଜା ବୟର ରୁମ୍‌ମେଣ୍ଟ କରୋନା ସଂକ୍ରମିତ ହୋଇଛି କି ନାହିଁ ତାହା ଜଣା ପଡିନଥିବା ବେଳେ ତାଙ୍କର ଡାକ୍ତରୀ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ଉକ୍ତ ପିଜା ବୟ ସଂପର୍କରେ ଆସିଥିବା ଅନ୍ୟ ୨୦ଜଣ ସହକର୍ମୀ  ବା ଡେଲିଭରିବୟଙ୍କ ରିପୋର୍ଟ ନେଗେଟିଭ ଆସିଛି । 

{"id":255342,"sizeSlug":"large"}

ତେବେ ପିଜା ଡେଲିଭରି ସମୟରେ ସେ ରେଗୁଲାର ମାସ୍କ ପିନ୍ଧନ୍ତି ବୋଲି କହିଛନ୍ତି । ତେଣୁ ପିଜା ଡେଲିଭରି ସମୟରେ ହିଁ ସେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ଯେଉଁ ରେସ୍ତୋରାଣ୍ଟ ସମ୍ପୃକ୍ତ ଡେଲିଭରି ବୟ କାମ କରୁଥିଲେ ତାକୁ ସଟ୍ ଡାଉନ୍ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.