Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଥମୁନି କରୋନା ପ୍ରକୋପ, ଏହି ରାଜ୍ୟରେ ମେ ୩୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍

14/05/2021 at 11:20 PM

ରାୟପୁର ୧୪।୦୫: ଛତିଶଗଡରେ କରୋନା ସଂକ୍ରମଣର ନୂତନ ମାମଲାରେ  ହ୍ରାସ ଘଟିଥିଲେ ମଧ୍ୟ ଦୈନିକ ହଜାର ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଛତିଶଗଡରେ ଲକ୍‌ଡାଉନ୍‌ ଅବଧିକୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସରକାରଙ୍କ ପକ୍ଷରୁ ଜିଲ୍ଲାପାଳ, କମିଶନର ଓ ପୋଲିସ ଅଧୀକ୍ଷକଙ୍କୁ ଏହି ସମ୍ବନ୍ଧରେ ଆଦେଶନାମା ଜାରି କରାଯାଇଛି। ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଇ ଲକ୍‌ଡାଉନ୍‌କୁ ତତ୍କାଳ ପ୍ରଭାବରୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥର ସରକାର ପ୍ରତି ଜିଲ୍ଲାରେ କୋଭିଡ୍ ସ୍ଥିତି ଓ ବିପଦକୁ ଦୃଷ୍ଟିରେ ରଖି କିଛି ରିହାତି ଦେଇଛନ୍ତି।

ଏହାରି ଆଧାରରେ ସମସ୍ତ ସରକାରୀ ଓ ଘରୋଇ ନିର୍ମାଣ ଗତିବିଧି କରୋନା ଏସଓପି ପ୍ରଟୋକୋଲ ଆଧାରରେ ହେବ। ବ୍ୟାଙ୍କ  ଓ  ଡାକଘର ସମସ୍ତ ଗ୍ରାହକଙ୍କ ପାଇଁ ଖୋଲା ରହିବ। କିନ୍ତୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଚାଲିବ।

ଲକ୍‌ଡାଉନ୍‌ ସମୟରେ ସମସ୍ତ ରେଜିଷ୍ଟ୍ରି ଅଫିସ୍‌ ଅନଲାଇନ୍‌ରେ କାର୍ଯ୍ୟ କରିବ। କିଛି କଟକଣା ସହ ବଜାର ଖୋଲିବ। ଯେପରିକି ଯୁଗ୍ମ ଅଯୁଗ୍ମ କିମ୍ବା ବିକଳ୍ପ ଦିନ ଆଧାରରେ ବଜାରରେ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ରବିବାର ସମସ୍ତ ଜିଲ୍ଲାରେ ଲକ୍‌ଡାଉନ୍‌ ରହିବ। ଅନ୍ୟ ଦିନ ଗୁଡିକରେ କଟକଣା ସହ ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି।

ଅନ୍ୟପଟେ ରାଜ୍ୟରେ ସଂକ୍ରମଣର ନୂତନ ମାମଲାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟାରେ ଗତ ୪୫ ଦିନ ପରେ ପ୍ରଥମ ଥର ୮ ହଜାରରୁ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୭୨ ଜଣଙ୍କ ସଂକ୍ରମଣରେ ମୃତ୍ୟୁ ଘଟିଛି। ରାୟପୁରରେ ସର୍ବାଧିକ ୨୮ ଜଣଙ୍କ ପ୍ରାଣହାନୀ ଘଟିଛି।

   Related Posts