ଦେଶରେ କରୋନାରୁ ସୁସ୍ଥ ହେଲେଣି ୭୫ ପ୍ରତିଶତରୁ ଅଧିକ ରୋଗୀ, ସକ୍ରିୟ କେସ୍ କେବଳ ୨୨.୨ ପ୍ରତିଶତ

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ ୨୫।୦୮: କରୋନା ସଂକ୍ରମଣ ଦ୍ରୁତ ଗତିରେ ଦେଶରେ ବ୍ୟାପିବାରେ ଲାଗିଛି। ବୈଶ୍ଵିକସ୍ତରରେ ଆମେରିକା ଓ ବ୍ରାଜିଲ ପରେ କରୋନା ମାମଲାରେ ତୃତୀୟ ସ୍ଥାନରେ ରହିଥିବା ଭାରତ ପାଇଁ ଆସିଛି ସବୁଠୁ ବଡ ଆଶ୍ଵସ୍ତିକର ଖବର। ଦେଶର କରୋନା ଆକ୍ରାନ୍ତରେ ଆରୋଗ୍ୟହାର ଅନ୍ୟ ଦେଶ ତୂଳନାରେ ଉନ୍ନତ ରହିଛି। ବିଶ୍ଵରେ ଭାରତର ମୃତ୍ୟୁହାର ସବୁଠୁ କମ ରହିଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି ଆଜି ଦେଶରେ ଆରୋଗ୍ୟହାର ସକ୍ରିୟ ସଂକ୍ରମିତଙ୍କ ତୂଳନାରେ ୩.୪ ଗୁଣ ଅଧିକ ରହିଛି।

wp:html /wp:html

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ନିଜର ନିୟମିତ ସାମ୍ବାଦିକ ସମ୍ମିଳନୀରେ କହିଛି ଭାରତରେ ସକ୍ରିୟ କେସ୍‌ ମୋଟ୍ ମାମଲାର କେବଳ ୨୨.୨ ପ୍ରତିଶତ ରହିଛି। ଦେଶରେ ସୁସ୍ଥହାର ୭୫ ପ୍ରତିଶତରୁ ଅଧିକ ରହିଛି। ମନ୍ତ୍ରଣାଳୟ ଅନୁଯାୟୀ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୨.୭ ପ୍ରତିଶତ ରୋଗୀ ଅକ୍ସିଜେନ ସପୋର୍ଟରେ, ୧.୯୨ ପ୍ରତିଶତ ଆଇସିୟୁରେ ଏବଂ ୦.୨୯ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ରାଜେଶ ଭୂଷଣ କହିଛନ୍ତି କୋଭିଡ୍-୧୯ରେ ଦେଶରେ ମୃତ୍ୟୁହାର ୧.୫୮ ପ୍ରତିଶତ ରହିଛି ଯାହା ଦୁନିଆରେ ସବୁଠୁ କମ। ଗତ ୨୪ ଘଣ୍ଟାରେ ୬୪୦୦୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଦେଶରେ ଏହି ୨୪ ଘଣ୍ଟାରେ ୬୦,୯୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧,୬୭,୩୨୩କୁ ବୃଦ୍ଧି ଘଟିଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୪,୦୪,୫୮୫ରେ ପହଞ୍ଚିଛି। ଫଳରେ ଦେଶରେ ଆରୋଗ୍ୟହାର ୭୫.୯୨ ପ୍ରତିଶତରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.