Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କରୋନା ଶବ୍ଦ ବ୍ୟାନ୍‌, ମାସ୍କ ମନା ; ନମାନିଲେ ଗିରଫ, ଏମିତି ନିୟମ କରିଛି ଦେଶ

2/04/2020 at 10:10 AM

ନୂଆଦିଲ୍ଳୀ ୦୨।୦୪: କରୋନା ଭାଇରସ୍‌ (କୋଭିଡ-୧୯) ସମଗ୍ର ବିଶ୍ୱକୁ କବଳିତ କରିସାରିଲାଣି । ଗାଁ ଠାରୁ ସହର, ଗଳି ଠାରୁ ବଜାର ସବୁଆଡେ କରୋନା ଭାଇରସ୍‌କୁ ନେଇ ଆତଙ୍କ ଓ ଚର୍ଚ୍ଚା ଲାଗିରହିଛି । ପ୍ରତିଦିନ ଇଣ୍ଟରନେଟ ଖୋଲୁଥିବା ବ୍ୟକ୍ତି ଗୁଗଲରେ କରୋନା ଶବ୍ଦକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା କରୋନାରେ ୯ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୪୭ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ତେବେ ବିଶ୍ବର ଏଭଳି ଏକ ଦେଶ ରହିଛି ଯେଉଁଠାରେ କି କରୋନା ଶବ୍ଦ ଉପରେ ବ୍ୟାନ ଲଗାଯାଇଛି ।

ଏହି ଦେଶଟି ହେଉଛି ତୁର୍କମେନିସ୍ତାନ । କେବଳ ଏତିକି ନୁହେଁ ସେଠାକାର ସରକାର ଦେଶରେ କୌଣସି ବ୍ୟକ୍ତ ମାସ୍କ ପିନ୍ଧିପାରିବେ ନାହିଁ ବୋଲି କଟକଣା ମଧ୍ୟ ଲଗାଇଛନ୍ତି । ‘ଦି ଇଣ୍ଡିପେଣ୍ଡେଣ୍ଟ’ର ଏକ ରିପୋର୍ଟ ଅନୁସାରେ ସରକାରଙ୍କ ଏଭଳି କଟକଣା ଯୋଗୁ ସ୍ଥାନୀୟ ଖବରକାଗଜଗୁଡିକରେ ମଧ୍ୟ ଏହି ଶବ୍ଦର ବ୍ୟବହାର ଦେଖିବାକୁ ମିଳୁନାହିଁ । ସେହିଭଳି ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ସଚେତନ କରିବା ଲାଗି ଜାରି କରାଯାଇଥିବା ପୁସ୍ତିକାରେ ମଧ୍ୟ କରୋନା ଭାଇରସ୍‌ ବୋଲି କୌଣସି ଠାରେ ଉଲ୍ଲେଖ କରାଯାଇନାହିଁ । କେତେକ ଗଣମାଧ୍ୟମରେ ଏକଥା ମଧ୍ୟ ପ୍ରକାଶ ପାଇଛି କି ତୁର୍କମେନିସ୍ତାନରେ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି କରୋନା ଭାଇରସ୍‌ ସଂକ୍ରମିତ ହୋଇନାହାନ୍ତି ।

ଯେଉଁ ମହାମାରୀକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ ସେହି କରୋନା ଭାଇରସ ବିଷୟରେ ଯଦି କେହି ଆଲୋଚନା କରୁଛନ୍ତି ତେବେ ପୁଲିସ ତୁରନ୍ତ ସେମାନଙ୍କୁ ଗିରଫ କରୁଛି । ଜନସାଧାରଣଙ୍କ ଭିତରେ ପୁଲିସ ସିଭିଲ ପୋଷାକରେ ବୁଲୁଛନ୍ତି । ଯାହାଫଳରେ ସେମାନେ କରୋନା ଭାଇରସ୍‌ ସମ୍ପର୍କରେ କେହି କଥାବାର୍ତ୍ତା କରୁଛି କି ନାହିଁ ତାହା ଉପରେ ନଜର ରଖୁଛନ୍ତି। ଯେଉଁମାନେ କରୋନା ଭାଇରସ୍‌ କଥା କହୁଛନ୍ତି ସେମାନଙ୍କୁ ତୁରନ୍ତ ଧରିନିଆଯାଉଛି । ଦେଶରେ ଜଣେ ହେଲେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇ ନଥିଲେ ମଧ୍ୟ ସରକାର ଏହି ରୋଗର ମୁକାବିଲା କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ।

   Related Posts