Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ବିଶ୍ୱରେ ୯ ଲକ୍ଷରୁ ଅଧିକ ଜୀବନ ନେଲାଣି କରୋନା, ଆହୁରି ଭୟଙ୍କର ହେବ ସ୍ଥିତି କହିଲେ ବିଶେଷଜ୍ଞ

21/09/2020 at 4:18 PM

ନୂଆଦିଲ୍ଲୀ, ୨୧ ।୯: ଆମେରିକାରେ କରୋନା ମୃତକଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ସାରା ବିଶ୍ୱରେ ଏବେସୁଦ୍ଧା କରୋନାରେ ୯ ଲକ୍ଷ ୬୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ତେବେ ବିଶେଷଜ୍ଞଙ୍କ ଦାବି ମହାମାରୀ ଏତେ ଶୀଘ୍ର ଯିବନାହିଁ । ଏହା ଏତେ ଭୟଙ୍କର ହେବ ଯାହାର ଏବେଠୁ ଅନୁମାନ କରାଯାଇନପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏଥିରୁ କରୋନା ସଂକ୍ରମଣ ଆହୁରି ଭୟଙ୍କର ହେବ ବୋଲି କୁହାଯାଇପାରେ ।

‘ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟ ଅନୁସାରେ, ମହାମାରୀ ଏବେ ତାର ବିପଜ୍ଜନକ ସ୍ଥିତିରେ ପହଞ୍ଚି ସାରିଛି । ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଆମେରିକା ପ୍ରଥମ ସ୍ଥାନରେ ରହିଛି । ଆମେରିକାରେ ଅନୁନ୍ୟ ୭୦ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ତେବେ ଆସନ୍ତା ମାସରେ କରୋନା ପ୍ରକୋପ କମିବ ନା ନାହିଁ ତାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି ।

ଟେକ୍ସାସ ୟୁନିଭର୍ସିଟିର ହେଲଥ୍ ସାଇନ୍ସ ବିଭାଗର ରୋଗ ବିଶେଷଜ୍ଞ କ୍ୟାଥରିନ୍ ଟରେଇସୋ କହିଛନ୍ତି ଯେ, ଭବିଷ୍ୟତରେ କଣହେବ ତାହା କହିବା ଅସମ୍ଭବ । ଏହି ଭାଇରସ ଆଗାମୀ ଦିନରେ ଆହୁରି ଚମତ୍କୃତ କରିବ । ଜୁଲାଇରେ ଆମେରିକାରେ ନୂଆ କେସ୍ ସାମାନ୍ୟ କମିଥିଲା । କିନ୍ତୁ ଏହା ପୁଣି ବୃଦ୍ଧି ପାଇଥିଲା । ଏବେ ଆମେରିକାରେ ଦୈନିକ ୮୦୦ ଲୋକ ପ୍ରାଣ ହରାଉଛନ୍ତି । ଭାରତରେ ଏହି ସଂଖ୍ୟା ୧୧୦୦ ରହିଛି । ଶୀତ ଦିନେ କରୋନା ପ୍ରକୋପ ଆହୁରି ବଢିପାରେ ।

ବିଶ୍ୱର ୭୩ଟି ଦେଶରେ ଏବେ ଲଗାତର କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ୟୁରୋପରେ ଏହା ଅଧିକ ରହିଛି । ମାର୍ଚ୍ଚରେ କରୋନାର ପ୍ରକୋପ ୟୁରୋପରେ ଯେପରି ଥିଲା ଏବେ ପୁଣି ସେହି ସ୍ଥିତିକୁ ଫେରିଯାଇଛି।  ସେହିପରି ଇସ୍ରାଏଲରେ ମାମଲା ବଢିବାରୁ ନ୍ୟାସନାଲ୍ ଲକଡାଉନ୍ ଘୋଷଣା କରାଯାଇଛି ।

   Related Posts