'ଆହୁରି ଭୟଙ୍କର ହେବ କରୋନା ଭାଇରସ, ସତର୍କ ନହେଲେ ସ୍ଥିତି ସୁଧୁରିବନି', WHO ଦେଲା ଚେତାବନୀ

Published By : Prameya-News7 Bureau | July 14, 2020 IST

ନୂଆଦିଲ୍ଲୀ, ୧୪।୦୭: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି ।ଏହି ଭାଇରସ ନିଜ ଭୟଙ୍କର ରୂପ ଦେଖାଉଛି । ପ୍ରତିଦିନ ଲକ୍ଷଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲ୍ୟୁଏଚଓ ଚେତାବନୀ ଜାରି କରିଛି । ସଙ୍ଗଠନର ମୁଖ୍ୟ  ଟେଡ୍ରୋସ୍ ଗେବ୍ରେୟେସିସ୍ ଏହି ମହାମାରୀ ଏବେ ଆହୁରି ଭୟଙ୍କର ରୂପ ଧାରଣ କରିବ ବୋଲି ସେ କହିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ, ସ୍ଥିତି ଶୀଘ୍ର ସାମାନ୍ୟ ହେବାର ସମ୍ଭାବନା ନାହିଁ । କିଛି ଦେଶ କରୋନା ରୋକିବା ପାଇଁ ଦାୟିତ୍ୱକୁ ଠିକ୍ ଭାବେ ପାଳନ କରିପାରୁ ନାହାଁନ୍ତି । ଯଦି ଗାଇଡାଲାଇନ୍‌କୁ ପାଳନ କରାନଯାଏ ତେବେ ବିପଦ ଆହୁରି ଘନେଇବ । ଯେଉଁ ଦେଶ ଲକଡାଉନ୍‌କୁ କୋହଳ କରିଥିଲେ ପୁଣି ଭାଇରସର ଆତଙ୍କ ଦେଖୁଛନ୍ତି । କାରଣ କୌଣସି ନିୟମକୁ କେହି ମାନୁ ନାହାଁନ୍ତି ।

ସେ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ମଧ୍ୟ ସ୍ଥିତି ସାଧାରଣ ହେବ ନାହିଁ । କାରଣ ଅନେକ ଦେଶ ଭୁଲ ଦିଗରେ ଯାଉଛନ୍ତି ।  କରୋନା ଏବେ ଲୋକଙ୍କ ପ୍ରଥମ ଶତ୍ରୁ । ଅନେକ ଦେଶ ଏହା ବିରୋଧରେ ପଦକ୍ଷେପ ନେଉଛନ୍ତି । କିନ୍ତୁ କିଛି ଏହାକୁ ଗୁରୁତର ଭାବେ ନେଉନାହାଁନ୍ତି । ନିୟମ ପାଳନ ନକଲେ ମହାମାରୀ ଥମିବ ନାହିଁ । ବରଂ ଏହା ଆହୁରି ଭୟଙ୍କର ହେବ ।

ଆମେରିକାର ଅନେକ ସ୍ଥାନରେ କରୋନା ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ଏହା ଏପ୍ରିଲ ତୁଳନାରେ କମ୍ ଅଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.