Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

କରୋନା ବିରୋଧରେ ମହାଭାରତ : ସନ୍ଧ୍ୟା ୫ଟାରେ ଭାରତ ଫୁଙ୍କିବ ଶଙ୍ଖ

22/03/2020 at 3:06 PM

ନୂଆଦିଲ୍ଲୀ ୨୨/୩: ଚୀନର ଉହାନ ସୀମାକୁ ପାର କରି ସମଗ୍ର ବିଶ୍ବରେ ମୃତ୍ୟୁର ତାଣ୍ଡବ ଲୀଳା ସୃଷ୍ଟି କରିଥିବା କରୋନା ଭାଇରସକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମହାମାରୀ ଘୋଷିତ କରିଛି। ଏବେ ସୁଦ୍ଧା ଏହି ସଂକ୍ରମଣ ଯୋଗୁଁ ୧୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଭାରତରେ ମଧ୍ୟ ଏବେ ସୁଦ୍ଧା ୩୦୦ରୁ ଉର୍ଦ୍ଧ୍ବ ସଂକ୍ରମଣ ମାମଲା ଆସି ସାରିଛି। ଏହି ସଙ୍କଟମୟ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂରା ଦେଶରେ ‘ଜନତା କର୍ଫ୍ୟୁ’ର ଘୋଷଣା କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ଆଜି ସନ୍ଧ୍ୟା ୫ଟାବେଳେ ଘରର ବାଲକନି କିମ୍ବା ଗେଟ୍ ବାହାରେ ବାହାରି ଶଙ୍ଖ,ଘଣ୍ଟି ଏବଂ ତାଳି ବଜାଇବାକୁ ଆହ୍ବାନ ଦେଇଛନ୍ତି।

ଅଧିକାଂଶ ସମୟରେ ଯେତେବେଳେ ଘରେ ପୂଜାପାଠ ହୋଇଥାଏ ସେତେବେଳେ ଆପଣ ପୂଜାରୀ କିମ୍ବା ଘରର ସଦସ୍ୟଙ୍କୁ ଶଙ୍ଖ ଫୁଙ୍କିବାର ଦେଖିଥିବେ। ଶଙ୍ଖ ଫୁଙ୍କିବା ସମୟରେ ଶରୀରର ପୂରା ଶକ୍ତି ଖର୍ଚ୍ଚ କରିବାକୁ ପଡ଼ିଥାଏ। ନିଃଶ୍ବାସକୁ ଜୋର ଦେଇ ଶଙ୍ଖ ଫୁଙ୍କା ଯାଇଥାଏ। ଏହା ଯୋଗୁଁ ଫୁସଫୁସର ବ୍ୟାୟାମ ହୋଇଥାଏ। ନିୟମିତ ଶଙ୍ଖ ଫୁଙ୍କୁଥିବା ଲୋକଙ୍କ ଗଳା ଏବଂ ଫୁସଫୁସ୍ ଜନିତ କୌଣସି ରୋଗ ହୋଇନଥାଏ। ଏପରି କୁହାଯାଇଥାଏ ଯେ ଶଙ୍ଖ ଫୁଙ୍କିବା ଦ୍ବାରା ମାନସିକ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ।

୧. ପରିବେଶକୁ ସ୍ବଚ୍ଛ ରଖିଥାଏ:  ବୈଜ୍ଞାନିକଙ୍କ କହିବା ଅନୁସାରେ ଶଙ୍ଖର ଶବ୍ଦ ପରିବେଶ ପାଇଁ ଉପାଦେୟ ହୋଇଥାଏ। ଏହା ସହିତ ପବନରେ ଥିବା ଜୀବାଣୁ ନାଶ ହୋଇଯାଇଥାଏ।

୨. ହୃଦଘାତ ସମ୍ଭାବନା କମ୍ କରିଥାଏ : ଶଙ୍ଖ ଫୁଙ୍କିବା ଦ୍ବାରା ହୃଦ ସମସ୍ୟା ଏବଂ ଫୁସଫୁସ୍ ଜନିତ ରୋଗର ସମ୍ଭାବନା କମିଯାଇଥାଏ। ଏହା ସହିତ ଯେଉଁମାନଙ୍କ ବାକ୍ ଶକ୍ତି ଜନିତ ସମସ୍ୟା ଥାଏ ସେମାନଙ୍କୁ ମଧ୍ୟ ଶଙ୍ଖ ଫୁଙ୍କିବାକୁ ପରାମର୍ଶ ଦିଆଯାଇଥାଏ।

୩.କେଶ ପାଇଁ ଉପଯୋଗୀ : ଏପରି କୁହାଯାଇଥାଏ ଯେ ରାତିରେ ଶଙ୍ଖରେ ପାଣି ରଖି ସକାଳେ ସେହି ପାଣିରେ କେଶ ଧୋଇବା ଦ୍ବାରା ସମସ୍ତ ପ୍ରକାର କେଶ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିପାଇଁ ରାତିରେ ଶଙ୍ଖରେ ପାଣି ଭରି ରଖନ୍ତୁ। ସକାଳେ ଏହି ପାଣିରେ ଗୋଲାପ ଜଳ ମିଶାଇ କେଶକୁ ଭଲ ଭାବେ ଧୁଅନ୍ତୁ। ଯେଉଁମାନଙ୍କ ସ୍ବଳ୍ପ ବୟସରେ କୋ ପାଚି ଯାଇଥାଏ ସେମାନଙ୍କ ପାଇଁ ଶଙ୍ଖ ପାଣି ଅତ୍ୟନ୍ତ ଲାଭଦାୟକ।

୪.ତ୍ବଚା ଏବଂ ହାଡ଼ପାଇଁ ଲାଭଦାୟକ : ଶଙ୍ଖ ଆପଣଙ୍କ ତ୍ବଚାକୁ ସୁନ୍ଦର କରିବାରେ ସହାୟକ ହୋଇଥାଏ। ଏଥିପାଇଁ ରାତିରେ ଶଙ୍ଖରେ ପାଣି ଭରି ରଖନ୍ତୁ ସକାଳେ ଏହି ପାଣିରେ ମୁହଁକୁ ମସାଜ କରନ୍ତୁ। ଯେଉଁମାନଙ୍କ ତ୍ବଚାରେ ଆଲର୍ଜି,ଧଳା ଦାଗ,ରାସେଜ ସମସ୍ୟା ଥାଏ ସେମାନଙ୍କ ପାଇଁ ଶଙ୍ଖ ପାଣି ବ୍ୟବହାର କରିବା ଲାଭଦାୟକ ହୋଇଥାଏ।

   Related Posts