କରୋନା ଯୋଦ୍ଧା ଯୁବ ସରପଞ୍ଚ: କାନ୍ଧରେ ସାନିଟାଇଜ୍ ମେସିନ ଧରି ବୁଲି ବୁଲି କଲେ ସାନିଟାଇଜ୍
21/06/2020 at 9:28 PM

ସାନଖେମୁଣ୍ଡି୨୧/୬: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ହେବାର ଲାଗିଛି । ଏହି ଅଦୃଶ୍ୟ ମହାମାରୀ କରୋନା ଯୁଦ୍ଧରେ ଲଢୁଥିବା ଯୋଦ୍ଧା ବି ଆକ୍ରାନ୍ତ ହୋଇ କୋଭିଡ୍-୧୯ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ଜିଲ୍ଲାର ସାନଖେମୁଣ୍ଡି ବ୍ଲକରେ ଚା ଦୋକାନୀ ଠୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସି ନର୍ସ ଡ୍ରାଇଭର ଆଟେଡାଣ୍ଡ ସମେତ ସଙ୍ଗରୋଧରେ ଥିବା ପ୍ରବାସୀଙ୍କୁ ଖାଦ୍ୟ ପରଷୁଥିବା ରୋଷେୟା ଏବଂ ପରିବାର ଆକ୍ରାନ୍ତ ହୋଇଛନ୍ତି। ଏହା ପରେ ସାନଖେମୁଣ୍ଡି ଆଡପଡା ଖଲିଙ୍ଗି କଙ୍କରଡ଼ା ଅଞ୍ଚଳ ଭୟଭୀତ ଅବସ୍ଥାରେ ମେଡିକାଲକୁ ମଧ୍ୟ କେହି ରୋଗୀ ଆସୁନଥିବା ବେଳେ ଜଣେ ସାହସୀ ଯୋଦ୍ଧା ଖୋଦ୍ ଆଡପଡା ପଂଚାୟତର ଯୁବ ସରପଞ୍ଚ ନୀଳମାଧବ ରାଉତ ନିଜ ପଂଚାୟତରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟାକେନ୍ଦ୍ର ସମେତ ପଂଚାୟତ ଏବଂ ସଙ୍ଘରୋଧ କେନ୍ଦ୍ରକୁ କାନ୍ଧରେ ସାନିଟାଇଜ ମେସିନ ଧରି ବୁଲି ବୁଲି ସାନିଟାଇଜ କରିଛନ୍ତି । ଅଂଚଳ ର ପ୍ରାୟ ୫୦ ହଜାର ଲୋକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଡାକ୍ତରଖାନାରୁ ପଜିଟିଭ ବାହାରିବା ଫଳରେ ସମସ୍ତେ ଭୟଭୀତ ସହ ଋତୁ ପରିବର୍ତ୍ତନରୁ ବହୁ ଗ୍ରାମର ଲୋକେ ଏବେ ଜ୍ୱର ଥଣ୍ଡା କାଂଶ ରେ ଆକ୍ରାନ୍ତ ଥିବା ବେଳେ ମେଡିକାଲକୁ ଆସୁନାହାନ୍ତି ଏହି ସମୟେ ସରପଞ୍ଚ ନିଜେ ସାହସ ଜୁଟାଇ କଲେ ସିଞ୍ଚନ । ସରପଞ୍ଚଙ୍କ ଏଭଳି ଯୋଦ୍ଧା କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଂଶସା କରିଛନ୍ତି।