କରୋନା ଯୋଦ୍ଧାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Published By : Prameya-News7 Bureau | May 12, 2020 IST

କରଞ୍ଜିଆ୧୨/୫: କରୋନା ଯୋଦ୍ଧାଙ୍କ ଆତ୍ମହତ୍ୟା । ଜଶୀପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପଦ୍ମଜା ଜେନାଙ୍କ ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଆଲୋଡନ ସୃଷ୍ଟି କରିଛି। ଜଶୀପୁର ବ୍ଲକ୍‌ ଛକରେ ଭଡାଘରେ ଆତ୍ମହତ୍ୟା କରିଛନ୍ତି କରୋନା ଯୋଦ୍ଧା। ଫ୍ୟାନ୍‌ରେ ନିଜ ଓଢ଼ଣୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ଏପର୍ଯ୍ୟନ୍ତ ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି। ଜଶୀପୁର ବ୍ଲକର କରୋନା ରୋଗୀଙ୍କ ଚିହ୍ନଟ ଦାୟିତ୍ୱରେ ସେ ଥିଲେ। ଶବ ଜବତ କରି ଜଶୀପୁର ପୋଲିସର ତଦନ୍ତ ଆରମ୍ଭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.