Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

୨୬ବର୍ଷୀୟ କରୋନା ଯୋଦ୍ଧା ଡାକ୍ତରଙ୍କ କୋଭିଡ -୧୯ରେ ପରଲୋକ : ବାତ୍ୟା ନିଭାର ଯୋଗୁଁ ହୋଇପାରିଲା ନାହିଁ ଫୁସଫୁସ୍ ପ୍ରତିରୋପଣ

26/11/2020 at 4:09 PM

ଭୋପାଳ ୨୬/୧୧: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କରୋନା ରୋଗୀଙ୍କ ଚିକିତ୍ସା କରିଥିବା ଡାକ୍ତର ଶୁଭମ୍ ଉପାଧ୍ୟାୟଙ୍କ କରୋନା ସଂକ୍ରମଣରେ ପରଲୋକ ହୋଇଯାଇଛି। କରୋନା ଯୋଦ୍ଧା  ଡା.ଶୁଭମ୍ ପିଛି ମାସରୁ କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଥିଲେ। ତାଙ୍କ ଫୁସଫୁସରେ ୯୦ପ୍ରତିଶତରୁ ଅଧିକ ପାଣି ଭରି ଯାଇଥିଲା। ତାଙ୍କୁ ଏୟାରଲିଫ୍ଟ କରାଇ ଚେନ୍ନାଇ ନେଇ ଚିକିତ୍ସା ବ୍ୟବସ୍ଥା କରାଯାଉଥିବାବେଳେ ବାତ୍ୟା ନିଭାର ଯୋଗୁଁ ବିମାନ ସେବା ବନ୍ଦ ଥିଲା,ଏଥିପାଇଁ ତାଙ୍କୁ ଏୟାରଲିଫ୍ଟ କରାଯାଇପାରିନଥିଲା। ଡା.ଶୁଭମ୍ ବୁଧବାର ଚିରାୟୁ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

୨୬ବର୍ଷୀୟ ଡାକ୍ତର ଶୁଭମ୍ ସାଗର ମେଡିକାଲ୍ କଲେଜରେ କାମ କରୁଥିଲେ। କରୋନା କାଳରେ ସେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିଲେ। ଅକ୍ଟୋବର ୨୮ତାରିଖରେ ସେ କରୋନାରେ ସଂକ୍ରମିତ ହୋଇଯାଇଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ନଭେମ୍ବର ୧୦ତାରିଖରେ ଭୋପାଳର ଚିରାୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନଥିଲା। ଡାକ୍ତରଙ୍କ ଅପିଲ ଏବଂ ଟ୍ବିଟ୍ ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଚେନ୍ନାଇ ନେଇ ଯାଇ ଚିକିତ୍ସା କରିବାର ବ୍ୟବସ୍ଥା ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ କହି ଦେଇଥିଲେ କିନ୍ତୁ ଦକ୍ଷିଣ ଭାରତରେ ଆସିଥିବା ବାତ୍ୟା ନିଭାର ଯୋଗୁଁ ବିମାନ ସେବା ବନ୍ଦ ଥିଲା। ଏଥିପାଇଁ ତାଙ୍କୁ ସେଠାକୁ ନିଆଯାଇ ପାରିନଥିଲା।

କରୋନା ଯୋଦ୍ଧା ଡା.ଶୁଭମଙ୍କ ପରଲୋକ ଖବର ଶୁଣି ଶିବରାଜ ସିଂହ ଟ୍ବିଟ୍ କରି ଲେଖିଥିଲେ ଯେ ହୃଦୟ ଯନ୍ତ୍ରଣା ଏବଂ ଦୁଃଖରେ ଭରି ରହିଛି। ଆମ ସାହସୀ କରୋନା ଯୋଦ୍ଧା ଡାକ୍ତର ଶୁଭମ କୁମାର ଉପାଧ୍ୟାୟ,ଯିଏ ନିଃସ୍ବାର୍ଥଭାବରେ ଦିନ ରାତି ଏକ କରି କୋଭିଡ ପୀଡ଼ିତାଙ୍କ ସେବା କରି ସଂକ୍ରମିତ ହୋଇଥିଲେ। ସେ ଆଜି ଜୀବନ ଯୁଦ୍ଧରେ ହାରିଗଲେ ସମାଜ ସେବାର ଅଦ୍ଭୁତ ଏବଂ ଅନୁପମ ଉଦାହରଣ ସୃଷ୍ଟି କରି ସେ ବହୁତ ଦୂରକୁ ଚାଲିଗଲେ।

ଏହା ପୂର୍ବରୁ ଶିବରାଜ ସରକାର ଡା.ଶୁଭମଙ୍କ ଚିକିତ୍ସା ପାଇଁ ୧କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା କରିଥିଲେ କିନ୍ତୁ ଏହା ପୂର୍ବରୁ ହିଁ ଡା.ଶୁଭମଙ୍କ ମୃତ୍ୟୁ ହୋଇଯାଇଥିଲା। ଚେନ୍ନାଇର ଏକ ହସ୍ପିଟାଲରେ ଫୁସଫୁସ୍ ପ୍ରତିରୋପଣ ହେବାର ଥିଲା। ଏହି ପ୍ରତିରୋପଣରେ ପାଖାପାଖି ୮୦-୯୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାନ୍ତା।

ଶିବରାଜ ନିଜ ଆଗାମୀ ଟ୍ବିଟରେ ଲେଖିଛନ୍ତି ଯେ ଡାକ୍ତର ହେବା ସମୟରେ ଯେଉଁ ଶପଥ କରାଯାଇଥାଏ ତାକୁ ଶୁଭମ୍ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ। ସେ ଦେଶର ଜଣେ ସଚ୍ଚୋଟ ନାଗରିକ ହେବାର ପରିଚୟ ଦେଇଛନ୍ତି। ସେ ଏପରି ଭାରତ ମାତାଙ୍କ ପୁଅଙ୍କ ଚରଣରେ ଶ୍ରଦ୍ଧାର ଫୁଲ ଅର୍ପଣ କରିବାକୁ ଚାହୁଁଛନ୍ତି। ଈଶ୍ବରଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ସେ ଦିବଂଗତ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ। ତାଙ୍କୁ ଏବଂ ପୂରା ମଧ୍ୟପ୍ରଦେଶକୁ ତାଙ୍କ ଉପରେ ଗର୍ବ ଅନୁଭବ ହେଉଛି। ତାଙ୍କ ସମ୍ବେଦନା ତାଙ୍କ ପରିବାର ଲୋକଙ୍କ ସହ ରହିଛି। ଈଶ୍ବର ତାଙ୍କୁ ଏହି ବଜ୍ରପାତ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ। ସେ ଏବଂ ରାଜ୍ୟ ସରକାର,ଡା.ଶୁଭମ୍ ଉପାଧ୍ୟାୟଙ୍କ ପରିବାର ସହ ଛିଡ଼ା ଅଛନ୍ତି।    

   Related Posts