ପୁଣି ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

Published By : Prameya-News7 Bureau | July 25, 2020 IST

ଭଞ୍ଜନଗର ୨୫।୦୭: ପୁଣି ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଧୁମୁଛାଇ ସରପଞ୍ଚ ମନୋଜ କୁମାର ପ୍ରଧାନଙ୍କ ହଠାତ ମୃତ୍ୟୁ ଘଟିଛି।

{"id":305092,"sizeSlug":"large"}

ସୂଚନାଯୋଗ୍ୟ ଯେ, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଧୁମୁଛାଇ ସରପଞ୍ଚ ମନୋଜଙ୍କୁ ୫ଦିନ ହେଲା ଜ୍ୱର ହେଉଥିଲା । ଗତକାଲି ଗୁରୁତର ତାଙ୍କୁ ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ସେ କରୋନାରେ ଆକ୍ରାନ୍ତ ଥିଲେ କି ନାହିଁ ସେ ନେଇ ଜଣାପଡିନାହିଁ । କରୋନା ଟେଷ୍ଟ କରାଯାଇଥିଲେ ମଧ୍ୟ ରିପୋର୍ଟ ଆସିନାହିଁ । କିନ୍ତୁ ପ୍ରଶାସନ ପକ୍ଷରୁ ତାଙ୍କୁ କରୋନା ଯୋଦ୍ଧା ଭାବରେ ଗାର୍ଡ଼ ଅଫ ଅନର ଦିଆଯାଇ ତାଙ୍କ ଗାଁ ଧୁମୁଛାଇରେ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ମୁତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.