Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କରୋନା ଯୁଦ୍ଧରେ ହାରିଗଲେ କୋଭିଡ଼ ଯୋଦ୍ଧା, ପୁଅର ମୃତ୍ୟୁ ଖବର ଶୁଣି ଟଳିପଡିଲେ ମାଆ

6/09/2020 at 11:32 AM

କଟକ ୦୬।୦୯: କରୋନାରେ ଆକ୍ରାନ୍ତ ହୋଇ ଏସ୍‌ସିବି ଆଇସୋଲେସନ୍‌ ୱାର୍ଡ ଆଇସିୟୁରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଖି ବୁଜିଥିଲେ କରୋନା ଯୋଦ୍ଧା । ପୁଅର ମୃତ୍ୟୁ ଖବର ପାଇ ମାଆ ଟଳି ପଡ଼ିଛନ୍ତି । ଏସ୍‌ସିବି ଡାକ୍ତରଖାନାରେ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ମାଆଙ୍କର ଏପରି ଦୁଃଖଦ ମୃତ୍ୟୁକୁ ନେଇ ଏସ୍‌ସିବି କର୍ମଚାରୀମାନେ ମ୍ରିୟମାଣ ହୋଇପଡିଛନ୍ତି ।

ମିଳିଥିବା ସୂଚନାନୁସାରେ, ଏସ୍‌ସିବି କର୍ମଚାରୀ ଟିକନ ଓରଫ ନୃସିଂହ ଦାସଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଥିଲା। ପରେ ତାଙ୍କ ପରଲୋକ ଖବର ପାଇ ମାଆ ଶଶି ଦାସ(୭୨) ସଂଜ୍ଞାହୀନ ହୋଇପଡିଥିଲେ। ଅନ୍ୟପଟେ ମୃତ କରୋନା ଯୋଦ୍ଧାଙ୍କ ବାପା ନିଧି ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡିଥିବା ଖବର ମିଳିଛି। ସେ ମଧ୍ୟ ଏସ୍‌ସିବିର ଜଣେ ଅବସରପ୍ରାପ୍ତ କର୍ମଚାରୀ । ତାଙ୍କ ଶାରୀରିକ ଅବସ୍ଥା ଭଲ ନଥିବା ଡାକ୍ତରଖାନା କର୍ମଚାରୀମାନେ କହିଛନ୍ତି।

ପୁଅର ବିୟୋଗ ଚିନ୍ତାରେ ଶୋକସନ୍ତପ୍ତ ବାପା ଏବେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ପ୍ରାପ୍ତ ବିବରଣୀରୁ ପ୍ରକାଶ, ଏସ୍‌ସିବି ବେହେରା କଲୋନୀ କ୍ୱାର୍ଟର୍ସରେ ରହୁଥିବା ନୃସିଂହ ଦାସ ଓ ତାଙ୍କ ପରିବାର ଲୋକେ ନିକଟରେ ଅସୁସ୍ଥ ହୋଇପଡିଥିଲେ। ମେଡିସିନ୍‌ ବିଭାଗ ଆଉଟ୍‌ଡୋର୍‌ରେ କାମ କରୁଥିବା ଟିକନ ଓରଫ ନୃସିଂହଙ୍କର ଜ୍ୱର ଭଲ ନହେବାରୁ ତାଙ୍କୁ ଏସ୍‌ସିବି ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି କରାଯାଇଥିଲା ।

କୋଭିଡ୍‌ ପରୀକ୍ଷାରେ ସେ କରୋନାରେ ସଂକ୍ରମିତ ହୋଇଥିବାର ରିପୋର୍ଟ ବାହାରିବା ପରେ ତାଙ୍କୁ ପ୍ରଥମେ ଆଇସୋଲେସନ୍‌ ୱାର୍ଡ ଏବଂ ପରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କରୋନା ପଜିଟିଭ୍‌ ବାହାରିଥିବା ଟିକନଙ୍କର ଆଇସିୟୁରେ ଗତକାଲି ମୃତ୍ୟୁ ଘଟିଥିବା ଏସ୍‌ସିବି ଅଧୀକ୍ଷକ ପ୍ରଫେସର ପି. କେ. ନନ୍ଦ କହିଛନ୍ତି । ଅନ୍ୟପକ୍ଷରେ ସମ୍ପୃକ୍ତ କରୋନା ଆକ୍ରାନ୍ତ ରୋଗୀଙ୍କର ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା ବୋଲି କୋଭିଡ୍‌ ନୋଡାଲ ଅଫିସର ପ୍ରଫେସର ମନୋରଞ୍ଜନ ପଟ୍ଟନାୟକ କହିଛନ୍ତି । କରୋନା ପଜିଟିଭ ବାହାରିଥିବା ସମ୍ପୃକ୍ତ ଏସ୍‌ସିବି କର୍ମଚାରୀଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା । ମାତ୍ର ଅନ୍ୟ ସମସ୍ୟା ଥିବାରୁ ସେ ଗୁରୁତର ହୋଇପଡିଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପ୍ରଫେସର ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଏସ୍‌ସିବି ଡାକ୍ତରଖାନାର ଚତୁର୍ଥ ଶ୍ରେଣୀ ପାହ୍ୟାର କର୍ମଚାରୀ ନୃସିଂହ ଦାସ ଜଣେ ଲୋକପ୍ରିୟ ବ୍ୟକ୍ତି ଥିଲେ । ଡାକ୍ତରଖାନାରେ ଡାକ୍ତରଙ୍କଠାରୁ ଆରମ୍ଭ କରି ସେବିକା ଏବଂ ଅନ୍ୟାନ୍ୟ କର୍ମଚାରୀ ଏମିତି ସଭିଙ୍କ ମୁହଁରେ ଟିକନ ନାଁରେ ପରିଚିତ ଥିବା ନୃସିଂହ ଦାସ ୪ର୍ଥ ଶ୍ରେଣୀ ପାହ୍ୟା କର୍ମଚାରୀ ହୋଇଥିଲେ ମଧ୍ୟ କାର୍ଯ୍ୟଦକ୍ଷତା ହେତୁ ସେ ମେଡିସିନ୍‌ ବିଭାଗ ଆଉଟଡୋରରେ ରେଜିଷ୍ଟ୍ରେସନ କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ରୋଗୀଙ୍କ ଆଡମିସନ୍‌ କାର୍ଯ୍ୟ କରିଆସୁଥିଲେ । ସେ ତୃତୀୟ ଶ୍ରେଣୀ ପାହ୍ୟାର କାର୍ଯ୍ୟଭାରକୁ ସୁଚାରୁରୂପେ ଦୀର୍ଘ ବର୍ଷ ହେଲା ତୁଲାଇ ଆସୁଥିଲେ ।

ଏଥିଲାଗି ଡାକ୍ତରଖାନା ଅଧୀକ୍ଷକଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଏବଂ ବିଭିନ୍ନ ବିଭାଗୀୟ ମୁଖ୍ୟ ଡାକ୍ତରମାନେ ତାଙ୍କୁ ପ୍ରଶଂସା କରୁଥିଲେ । ସ୍ୱର୍ଗତ ଟିକନଙ୍କ ମୃତ୍ୟୁ ଏସ୍‌ସିବି ପାଇଁ ବଡ଼ କ୍ଷତି ପହଞ୍ଚାଇଲା ବୋଲି ବହୁ ଡାକ୍ତର ଓ ବିଭିନ୍ନ ପାରା ମେଡିକାଲ କର୍ମଚାରୀ କହିଛନ୍ତି । ସମ୍ପୃକ୍ତ କରୋନା ଯୋଦ୍ଧାଙ୍କ ନିଜ ଘର ନାଉଗାଁ ମାରଡା ଗ୍ରାମରେ । ମାତ୍ର ସେ ଚାକିରି କାଳ ମଧ୍ୟରେ ଏସ୍‌ସିବି ବେହେରା କଲୋନୀରେ ରହିଆସୁଥିଲେ ।

   Related Posts