କଳାହାଣ୍ଡିରେ ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ୍ୟୁ, ଗାର୍ଡ ଅଫ ଅନର ସହ ଦିଆଗଲା ଶ୍ରଦ୍ଧାଞ୍ଜଳି

Published By : Prameya-News7 Bureau | September 07, 2020 IST

କଳାହାଣ୍ଡି ୦୭।୦୯ : କଳାହାଣ୍ଡିରେ ପ୍ରଥମ କରୋନା ଯୋଦ୍ଧା ଭାବରେ ଜୁନାଗଡ଼ ଯୋଗାଣ ନିରୀକ୍ଷକ ପୂର୍ଣ୍ଣ ଚନ୍ଦ୍ର ଟୁଡୁଙ୍କ ମୃତ୍ୟୁ ଘଟିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁନାଗଡ଼ ଠାରେ ଗାର୍ଡ ଅଫ ଅନର କରାଯାଇଥିବା ବେଳେ ଜିଲ୍ଲାପାଳ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

{"id":326161,"sizeSlug":"large"}

ଗତ ଶନିବାର ଦିନ ହଠାତ ଅସୁସ୍ଥ ହେବାରୁ ଜୁନାଗଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ପରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲେ ବି ତାଙ୍କର  କରୋନା ରିପୋର୍ଟ ପଜିଟିଭ ଆସିଥିଲା । ୨୦୧୪ ମସିହାରୁ ସେ ଜୁନାଗଡ଼ ବ୍ଲକର ଯୋଗଣନିରୀକ୍ଷକ ଥିଲେ। ତାଙ୍କ ମୃତ୍ୟୁରେ  ଜୁନାଗଡ଼ ବିଧାୟକ ତଥା ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.