Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଶୀତ ଋତୁରେ ବଢିବ କରୋନା ସଂକ୍ରମଣ, ଦାବି କଲେ ଭାରତୀୟ ବୈଜ୍ଞାନିକ

9/07/2020 at 7:42 AM

ନୂଆଦିଲ୍ଲୀ, ୦୯|୦୭: କମ ତାପମାତ୍ରାରେ କରୋନା ଭାଇରସ ସଂକ୍ରମଣ ଆହୁରି ବଢ଼ିବ । ଅର୍ଥାତ୍‌ ଆଗାମୀ ଶୀତ ଋତୁରେ କରୋନା ସଂକ୍ରମଣ ତୀବ୍ରରୁ ତୀବ୍ରତର ହେବ ବୋଲି ଭାରତର କିଛି ଗବେଷକ ଦାବି କରିଛନ୍ତି ।

ଆଉ କିଛି ମାସ ପରେ ଉତ୍ତର ଗୋଲାର୍ଦ୍ଧରେ ଥିବା ଦେଶଗୁଡିକରେ ଶୀତ ଋତୁ ଆରମ୍ଭ ହେବ । ତେଣୁ ଏହି ଗୋଲାର୍ଦ୍ଧରେ ଥିବା ଦେଶଗୁଡିକରେ କରୋନା ସଂକ୍ରମଣ ଭୟାବହ ପରିସ୍ଥିତି ସୃଷ୍ଟି କରିବ ।

ରାଜସ୍ଥାନ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବାୟୋକେମିଷ୍ଟ ଚଣ୍ଡୀ ମଣ୍ଡଳ ଏବଂ ବନାରସ ହିନ୍ଦୁ ୟୁନିଭରସିଟିର ବାୟୋକେମିଷ୍ଟ ମହାବୀର ସିଂ ପନୱର ବିଭିନ୍ନ ଦେଶର ତାପମାତ୍ରା ଏବଂ ସେଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାର ତୁଳନା କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ସେମାନେ ଏଥିପାଇଁ ମାର୍ଚ୍ଚ ଶେଷ ଭାଗରୁ ଏପ୍ରିଲ ମଧ୍ୟ ଭାଗ ଭିତରେ ବିଭିନ୍ନ ଦେଶର ତାପମାତ୍ରା ଏବଂ ସେଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ବିଚାରକୁ ନେଇଥିଲେ ।

ଏହି ଦୁଇ ଗବେଷକ ମତ ଦେଇଛନ୍ତି ଯେ, ଯେକୌଣସି ଭାଇରସର ସଂକ୍ରମଣ ବାୟୁମଣ୍ଡଳର ତାପମାତ୍ରା ଓ ଆଦ୍ରତା ଉପରେ ନିର୍ଭର କରେ । ଗ୍ରୀଷ୍ମ ଋତୁ ହେଉଛି କରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରକୃଷ୍ଟ ସମୟ । ତେବେ କିଛି ଦେଶରେ ତାପମାତ୍ରା କମ୍‌ ଥିବା ସତ୍ୱେ ସେଠାରେ କାହିଁକି କରୋନା ସଂକ୍ରମଣ ଅଧିକ ହୋଇଛି ତାହାର ସେମାନେ କିଛି କାରଣ ଦର୍ଶାଇନାହାନ୍ତି । ତେଣୁ କରୋନା ସଂକ୍ରମଣ ପଛରେ କେବଳ ତାପମାତ୍ରା ନୁହେଁ, ବରଂ ଅନ୍ୟ କିଛି କାରଣ ବି ଦାୟୀ ବୋଲି ମନେ କରାଯାଉଛି ।

   Related Posts