କବାଟ ହ୍ୟାଣ୍ଡଲ୍ କିମ୍ବା ଲିଫ୍ଟ ବଟନ୍‌ରୁ ବ୍ୟାପି ନଥାଏ କରୋନା ଭାଇରସ୍ - ବୈଜ୍ଞାନିକଙ୍କ ଦାବି

Published By : Prameya-News7 Bureau | October 05, 2020 IST

କାଲିଫର୍ନିଆ ୦୫/୧୦ : କରୋନା ସଂକ୍ରମଣ ସାରା ଦୁନିଆରେ ବଢ଼ିବାରେ ଲାଗିଛି। ସଂକ୍ରମଣ ଏଡ଼ାଇବା ପାଇଁ ଲୋକଙ୍କୁ ମାସ୍କ, ହ୍ୟାଣ୍ଡଗଲବସ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି। ଏପରିକି ଘରରର କବାଟର ହ୍ୟାଣ୍ଡଲ, ଲିଫ୍ଟର ବଟନ ଆଦି ବ୍ୟବହାର କଲାବେଳେ ସାବଧାନ ରହିବାକୁ ପରାମର୍ଶ ଦିଆଯାଉଛି। ତେବେ କରୋନା ମହାମାରୀର ବିପଦ ସମୟରେ ବୈଜ୍ଞାନିକ ଏକ ଆଶ୍ଵସ୍ତିକର ଖବର ଦେଇଛନ୍ତି। ଆମେରିକା ୟୁନିଭର୍ସିଟି ଅଫ କାଲିଫର୍ନିଆରେ ହୋଇଥିବା ଏକ ଗବେଷଣାରେ ଦାବି କରାଯାଇଛି ଯେ କରୋନା ଭାଇରସ ବର୍ତ୍ତମାନ କବାଟ ହ୍ୟାଣ୍ଡଲ କିମ୍ବା ଲିଫ୍ଟ ବଟନରୁ ବ୍ୟାପିନଥାଏ। କରୋନା ଭାଇରସ ବ୍ୟାପିବା ପ୍ରସଙ୍ଗ ବାସ୍ତବରେ ଶେଷ ହୋଇଯାଇଛି। ବୈଜ୍ଞାନିକ କହିଛନ୍ତି ଯେ କୌଣସି ପୃଷ୍ଠରେ ଥିବା ଭାଇରସର ଏତେ କ୍ଷମତା ନାହିଁ ଯେ ସେ ମଣିଷଙ୍କୁ ରୋଗାକ୍ରାନ୍ତ କରିବ।

{"id":339048,"sizeSlug":"large"}

ଏହି ଗବେଷଣାରେ ସାମିଲ ପ୍ରଫେସର ମୋନିକା ଗାନ୍ଧୀ କହିଛନ୍ତି ଯେ କରୋନା ପ୍ରସାର ରୋକିବାକୁ ସାମାଜିକ ଦୂରତା ପାଳନ କରିବା ଓ ମାସ୍କ ପିନ୍ଧିବା ସବୁଠାରୁ ଅଧିକ ଜରୁରୀ। ସେ କହିଛନ୍ତି ଯେ ଗବେଷଣା ପରେ ସାରା ଦୁନିଆରେ ପୃଷ୍ଠରେ ଲଗାତାର ଆଣ୍ଟି ବ୍ୟାକ୍ଟେରିଆଲ ସ୍ପ୍ରେ କରିବା ଆବଶ୍ୟକତା ହୋଇପାରେ। କରୋନା ଭାଇରସ ସଂକ୍ରମଣ ଶେଷ କରିବାକୁ ସାରା ଦୁନିଆରେ ଏହିଭଳି ସ୍ପ୍ରେ କରାଯାଉଛି କିନ୍ତୁ ଏହା ଜରୁରୀ ନୁହେଁ ବୋଲି ସେ କହିଛନ୍ତି। କୌଣସି ପୃଷ୍ଠକୁ ଛୁଇଁବା କିମ୍ବା ଆଖିକୁ ଛୁଇଁବା କରୋନା ସଂକ୍ରମଣର ପ୍ରସାରର କାରଣ ନୁହେଁ ବୋଲି ସେ କହିଛନ୍ତି। ଜଣେ ମଣିଷ ଠାରୁ ଅନ୍ୟ ଜଣକୁ ସଂକ୍ରମଣ ହୋଇଥାଏ। ସେଥିପାଇଁ ସାମାଜିକ ଦୂରତା ପାଳନ କରିବ ଏବଂ ମାସ୍କ ପିନ୍ଧିବା ହିଁ ଏକମାତ୍ର ଉପାୟ। କରୋନା ସଂକ୍ରମଣ ସେହିମାନଙ୍କ ଠାରୁ ପ୍ରସାର କରିଥାଏ ଯେଉଁମାନେ ସଂକ୍ରମଣରେ ପୀଡିତ ହୋଇଥାନ୍ତି ଏବଂ ତାଙ୍କୁ ଥଣ୍ଡା କିମ୍ବା ବାନ୍ତି ହେଉଥିବ। ସାଇନ୍ସ ପତ୍ରିକା ଲାସେଣ୍ଟର ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ କୌଣସି ପୃଷ୍ଠରେ ଯଦି କରୋନା ଭାଇରସ ମିଳେ ତାହେଲେ ତରପ୍ରଭାବ ବହୁତ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.