Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ସୁସ୍ଥ ହେଲେ ମଧ୍ୟ ୨ ସପ୍ତାହ ଯାଏଁ ଶରୀରରେ ସକ୍ରିୟ ଥାଏ କରୋନା ଭାଇରସ ! ରହିଥାଏ ପୁଣି ସଂକ୍ରମଣର ଭୟ

13/03/2020 at 3:26 PM

ନୂଆଦିଲ୍ଲୀ, ୧୩|୦୩:  ଚୀନର ବୁହାନ ସହରରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ଏବେ ସୁଦ୍ଧା ୧୦୦ରୁ ଅଧିକ ଦେଶରେ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇ ୫ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ୧.୩୪ ଲକ୍ଷରୁ ଅଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏହି ଭାଇରସର ଚିକିତ୍ସା ପାଇଁ ଏଚଆଇଭି, ଏଡସ୍, ସ୍ୱାଇନ୍ ଫ୍ଲୁ ଓ ମ୍ୟାଲେରିଆ ଆଦି ଔଷଧକୁ ବ୍ୟବହାର କରାଯାଉଛି। ତେବେ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଆଉ ଥରେ ସଂକ୍ରମିତ ହେବ ନା ନାହିଁ ତାକୁ ନେଇ ବିରାଟ ପ୍ରଶ୍ନ ସୃଷ୍ଟି ହୋଇଛି।

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାର ୨ ସପ୍ତାହ ଯାଏଁ ଶରୀରରେ କରୋନା ଭାଇରସ ରହିଥିବାର ସମ୍ଭାବନା ରହିଛି। ଏହା ଉପରେ ଆମେରିକାର ଟେମ୍ପୁଲ ୟୁନିଭର୍ସିଟି କଲେଜ ଅଫ ପବ୍ଲିକ୍ ହେଲଥର ବିଶେଷଜ୍ଞ କ୍ରିସ ଜନସନ କହିଛନ୍ତି, ଯଦି ଶରୀରରେ ଭାଇରସ କୌଣସି କ୍ଷତି ନକରି ରହିଥାଏ ତେବେ ଶରୀରରେ ତାକୁ ପ୍ରତିରୋଧ କରିବା ପାଇଁ ଶକ୍ତି ସୃଷ୍ଟି ହୋଇଥାଏ। ଏପରି ହେଲେ ଆକ୍ରାନ୍ତ ବ୍ୟକ୍ତି ଦ୍ୱିତୀୟ ଥର ସେହି ଭାଇରସ ଦ୍ୱରା ସଂକ୍ରମିତ ହୋଇନଥାନ୍ତି। କିନ୍ତୁ କିଛି ମାମଲାରେ ଏହାର ବ୍ୟତିକ୍ରମ ହୋଇଥାଏ।

ବୁହାନର ୪ଜଣ ମେଡିକାଲ ପ୍ରଫେସନାଲ୍ସଙ୍କ ଉପରେ ଏକ ପରୀକ୍ଷଣ କରାଯାଇଥିଲା। ସେମାନେ କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ପରେ ସେମାନେ ସୁସ୍ଥ ହୋଇଥିଲେ। କିନ୍ତୁ ସେମାନଙ୍କୁ  ୪ରୁ ୧୩ ଦିନ ଯାଏଁ କାଶ ଓ ଗଳାରେ କଷ୍ଟ ଅନୁଭବ ହୋଇଥିଲା।

ଜନସନ କହିଛନ୍ତି ଯେ, ଜାପାନର ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପୁଣି ଭାଇରସର ଶିକାର ହୋଇଥିଲେ। ତେବେ ଡାକ୍ତରମାନେ ଏହାର କାରଣ ବାବଦରେ ଜାଣିପାରି ନାହାଁନ୍ତି। ମହିଳାଜଣଙ୍କ ପୁଣି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏପରି ହୋଇଥିବା ଆଶଙ୍କା କରାଯାଉଛି।

   Related Posts