ଉହାନ ନୁହେଁ ଇଟାଲୀରେ ପ୍ରଥମେ ବ୍ୟାପିଥିଲା କରୋନା ଭାଇରସ୍, ଚୀନ୍‌ର ଏହି ଦାବିକୁ ଖଣ୍ଡନ କଲେ ଚୀନ୍ ବୈଜ୍ଞାନିକ

Published By : Prameya-News7 Bureau | November 20, 2020 IST

ବେଜିଂ ୨୦।୧୧: ଚୀନ୍ ଦାବି କରିଛି ଯେ କୋଭିଡ୍-୧୯ ଗତ ବର୍ଷ ଚୀନ୍ ର ଉହାନ ସହରରେ ବ୍ୟାପିବା ପୂରର୍ବରୁ ଇଟାଲିରେ ବ୍ୟାପିସାରିଥିଲା । କୋଭିଡ୍-୧୯ର ଉତ୍ସକୁ ନେଇ କରାଯାଇଥିବା ଏକ ରିସର୍ଚ୍ଚରୁ ଏହା ସାମ୍ନାକୁ ଆସିଛି । ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, କୋଭିଡ୍-୧୯ ପ୍ରଥମେ ଉହାନ ସହରରେ ଉତ୍ପନ୍ନ ହୋଇଥିବା କଥା ମିଥ୍ୟା । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଝାଓ ଲେଲିଆନ କହିଛନ୍ତି ଯେ, ଏହି ଅଧ୍ୟୟନକୁ ଏହା ମଧ୍ୟ ଜଣାପଡିଛି ଯେ, ଉତ୍ସ ନେଇ ପ୍ରଶ୍ନ ଏକ ଜଟିଳ ପ୍ରଶ୍ନ । ଏହା ସମ୍ଭବତଃ ଅନେକ ଦେଶରେ ବିକଶିତ ହୋଇଛି ।

ଚୀନ୍ ପ୍ରବକ୍ତାଙ୍କୁ ଏଭଳି ଦାବିକୁ କରୋନା ଅଧ୍ୟୟନ ସହ ଜଡିତ ଥିବା ବୈଜ୍ଞାନିକ ଖାରଜ କରିଦେଇଛନ୍ତି । ଅଧ୍ୟକ୍ଷନତେ ସାମିଲ ଥିବା ବୈଜ୍ଞାନିକ ଗିଓବନ୍ନି ଅପୋଲୋନେ କହିଛନ୍ତି ଯେ, ତାଙ୍କ ଅଧ୍ୟୟନରେ ଚୀନ୍ ରୁ କରୋନା ଭାଇରସ୍ ବ୍ୟାପିବାର ସମ୍ଭାବନାକୁ ଖାରଜ କରିନାହିଁ । ସେ କହିଛନ୍ତି ଆମେ ଜାଣିଛୁ ଯେ, ଚୀନ୍ କରୋନା ଭାଇରସ୍ ବ୍ୟାପିବା କଥା ଘୋଷଣା କରିବାରେ ବିଳମ୍ବ କରିଥିଲା । ଏଥିପାଇଁ ଏହା କୁହାଯାଇପାରିବ ନାହିଁ ଯେ, ସେଠାରେ କେବେ କରୋନା ଭାଇରସ୍ ବ୍ୟାପିଥିଲା ।

ବୈଜ୍ଞାନିକ କହିଛନ୍ତି ଯେ, କରୋନା ଭାଇରସ୍ ଲୁଚାଛପାରେ ଚୀନ୍ ରେ ବ୍ୟାପିବାରେ ଲାଗିଥିଲା । ପୂର୍ବରୁ ଅନୁମାନ କରାଯାଉଥିବାର ବହୁ ଆଗରୁ ଏହା ବ୍ୟାପିବାରେ ଲାଗିଥିଲା । ଏହାପରେ ଏହା ଉତ୍ତର ଇଟାଲୀରେ ବ୍ୟାପିଥିଲା । ସେ କହିଛନ୍ତି ଯେ, ଚୀନ୍ ର ଉତ୍ତର ଇଟାଲୀ ସହ ବହୁ ଘନିଷ୍ଠ ସଂପର୍କ ରହିଛି । ଏହା ପ୍ରଥମ ଥର ହୋଇନାହିଁ ଯେଉଁଠି ଚୀନ୍ ପ୍ରବକ୍ତା ଅନ୍ୟ ଦେଶକୁ କରୋନା ଭାଇରସ୍ ବ୍ୟାପିବା ପାଇଁ ଦାୟୀ କରିବାର ପ୍ରୟାସ କରିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.