କରୋନା ମୁକାବିଲାରେ ମିଳିବ ସଫଳତା: ବିଭିନ୍ନ ଲ୍ୟାବରେ ଚାଲିଛି ଭାକସିନର କ୍ଲିନିକାଲ ଟେଷ୍ଟ୍

Published By : Prameya-News7 Bureau | April 09, 2020 IST

ନୂଆଦିଲ୍ଲୀ, ୦୯|୦୪:   କରୋନା ଭାଇରସ ସଂକ୍ରମଣ ବ୍ୟାପିବାର ୩ ମାସ ପରେ ଆମେରିକାର ଅନେକ ବାୟୋଟେକ୍ କମ୍ପାନୀ କୋଭିଡ-୧୯ ଭାକସିନର କ୍ଲିନିକାଲ ଟେଷ୍ଟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କ୍ଲିନିକାଲ ଟେଷ୍ଟ ସଫଳ ହେଲେ ଏହାକୁ ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯିବ ।

ସାଧାରଣତଃ ଭାକସିନ୍ ବିକଶିତ କରିବାକୁ ୧୦ ବର୍ଷ ସମୟ ଲାଗିଯାଏ । ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ଅନେକ ମେଡିକାଲ କମ୍ପାନୀ, ସରକାର ଓ ଏନଜିଓ ସହାୟତାରେ ଭାକସିନ୍ ବିକାଶ କରିବା ପ୍ରକ୍ରିୟାକୁ ଦ୍ରୁତ କରିଛନ୍ତି । କିଛି ମାସ ମଧ୍ୟରେ ୨୫ରୁ ଅଧିକ କମ୍ପାନୀ କରୋନା ଭାକସିନ୍ ବିକଶିତ କରିଥିବା ଦାବି କରିସାରିଲେଣି । ଏହି ସବୁର ପରୀକ୍ଷଣ ଚାଲିଥିବା ସେମାନେ କହିଛନ୍ତି । ଏନେଇ ଷ୍ଟ୍ରେଟ୍ ଟାଇମସରେ ରିପୋର୍ଟ ପ୍ରକାଶ ପାଇଛି ।

{"id":251418,"width":748,"height":509,"sizeSlug":"large"}

ବୁଧବାର ନୋଭାଭାକ୍ସ୍ ନାମକ ଏକ ବାୟୋଟେକ୍ କମ୍ପାନୀ ଭାକସିନ୍ ଅଧିକ ଶକ୍ତିଶାଳୀ ଓ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସକ୍ଷମ ବୋଲି ଦାବି କରିଛି । ପଶୁପକ୍ଷୀଙ୍କ ଶରୀରରେ ଏହାକୁ ପ୍ରୟୋଗ କରାଯାଉଛି । ମେ ମାସରେ ଅଷ୍ଟ୍ରେଲିଆରେ ଏହା ଲୋକଙ୍କ ଉପରେ ପ୍ରୟୋଗ ହେବ ବୋଲି କମ୍ପାନୀ କହିଛି । ଗୋଟିଏ ବର୍ଷ ମଧ୍ୟରେ ଫାଇନାଲ୍ ପ୍ରଡକ୍ଟ ବଜାରକୁ ଆସିବ ବୋଲି କମ୍ପାନୀ ଆଶା ରଖିଛି ।

ମୋଡରେନା ନାମକ ଆଉ ଏକକ ବାୟୋଟେକ୍ କମ୍ପାନୀ କରୋନା ଭାଇରସ ଭାକସିନକୁ ମାର୍ଚ୍ଚ ୧୫ରୁ କ୍ଲିନିକାଲ ଟ୍ରାଏଲ୍ ଆରମ୍ଭ କରିଦେଇଛି । ସେହପରି ଇନୋଭିଓ ଫାରାମସିଟିକାଲ ସୋମବାର ଜଣେ ସଂକ୍ରମିତଙ୍କଠାରେ ଭାକସିନକୁ ପରୀକ୍ଷଣ କରିଛି । ଜନସନ ଆଣ୍ଡ ଜନସନ ସେପ୍ଟେମ୍ବରରେ କ୍ଲିନିକାଲ ଟେଷ୍ଟ ଆରମ୍ଭ କରିବ ।

ଏହା ବ୍ୟତୀତ ପିଟସବର୍ଗ ଓ ବେଲୋର କଲେଜ ଅଫ୍ ମେଡିସିନ ମଧ୍ୟ ଭାକସିନର ପ୍ରୟୋଗ ପାଇଁ ଅନୁମତିକୁ ଅପେକ୍ଷା କରିଛନ୍ତି । ତେବେ ଏବେ ସୁଦ୍ଧା କରୋନା ମୁକାବିଲା ପାଇଁ କୌଣସି ପ୍ରମାଣସାଧ୍ୟ ଔଷଧ ବା ଭାକସିନ୍ ବାହାରି ପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.