Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଉଦ୍ଧବ ଠାକରେଙ୍କ ଘର ନିକଟ ଚା’ ଦୋକାନୀ କରୋନା ଆକ୍ରାନ୍ତ: ମୁଖ୍ୟମନ୍ତ୍ରୀଙ୍କ ଆବାସ ‘ମାତେଶ୍ରୀ’ ସମେତ ୨ଟି ହସ୍ପିଟାଲ ସିଲ୍

7/04/2020 at 2:29 PM

ମୁମ୍ବାଇ ୦୭/୦୪ : କରୋନା ଯୋଗୁଁ ମହାରାଷ୍ଟ୍ରର ଅବସ୍ଥା ଦିନକୁ ଦିନ ଗମ୍ଭୀର ହାବରେ ଲାଗିଛି | ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆବାସ ‘ମାତେଶ୍ରୀ’ ନିକଟରେ ଥିବା ଜଣେ ଚା ଦୋକାନୀ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି | ଏହାପରେ ‘ମାତେଶ୍ରୀ’ ଅଞ୍ଚଳକୁ ସିଲ କରାଯାଇଛି | ଗତକାଲି ଏକ ଘରୋଇ ହସ୍ପିଟାଲର ୨୬ ଜଣ ନର୍ସ ଓ ୩ ଜଣ ଡାକ୍ତର କରୋନା ପଜିଟିଭ ଜଣାପଡିବା ପରେ ଉକ୍ତ ହସ୍ପିଟାଲକୁ ମଧ୍ୟ ସିଲ କରାଯାଇଛି | ଏହା ସହ ଆଉ ଏକ ଘରୋଇ ହସ୍ପିଟାଲର ୧୦ ଜଣ ସ୍ୱାସ୍ଥ୍ୟ କର୍ମୀ ଆକ୍ରାନ୍ତ ଥିବା ଯୋଗୁଁ ତାକୁ ମଧ୍ୟ ସିଲ କରାଯାଇଛି | ସୋମବାର ସୁଦ୍ଧା ମହାରାଷ୍ଟ୍ରରେ ପୀଡିତଙ୍କ ସଂଖ୍ୟା ୮୬୮ରେ ପହଞ୍ଚିଛି | ଗୋଟିଏ ଦିନରେ ମୁମ୍ବାଇରେ ୫୨ ଜଣ ଆକ୍ରାନ୍ତ ହେବାସହ ମହାରାଷ୍ଟ୍ରରେ ୧୨୦ କୁ ପହଞ୍ଚିଛି | ୭ଜଣଙ୍କର ମୃତ୍ୟୁ ହୋଇଛି |

ବିଏମସିର ଜଣେ ଅଧିକାରୀ କହିଛନ୍ତି ଯେ, ଚା ଦୋକାନୀ କରୋନା ପଜିଟିଭ ଜଣାପଡିବା ପରେ ସୁରକ୍ଷା ଦୃଷ୍ଟିରୁ ‘ମାତେଶ୍ରୀ’କୁ ସିଲ କରାଯାଇଛି | ସେହି ଅଞ୍ଚଳକୁ ସଂକ୍ରମଣ ମୁକ୍ତ କରିବା ପାଇଁ ସାନିଟାଇଜର ସ୍ପ୍ରେ କରାଯାଇଛି | ବର୍ତ୍ତମାନ ସେ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ଖୋଜାଚାଲିଛି |

ମୁମ୍ବାଇର ୱାର୍କହାର୍ଟ ହସ୍ପିଟାଲରେ ମାର୍ଚ୍ଚ ୨୭ ତାରିଖରେ ପ୍ରଥମ କରୋନା ପୀଡିତ ଭର୍ତ୍ତି ହୋଇଥିଲେ | ତାଙ୍କର ମୃତ୍ୟୁ ହୋଇଯାଇଛି | ଏହି ରୋଗୀଙ୍କ ଠାରୁ ଜଣେ ସ୍ୱାସ୍ଥ୍ୟ କର୍ମୀ ସଂକ୍ରମିତ ହୋଇଥିଲେ | ଏହାପରେ ଧାରାବିର ଜଣେ ଡାକ୍ତର ମଧ୍ୟ ସଂକ୍ରମିତ ହୋଇଥିଲେ | ଏହିପରି ଯଶଲୋକ ହସ୍ପିଟାଲରେ ସଂକ୍ରମଣ ବ୍ୟାପିଥିଲା |

ଘରୋଇ ହସ୍ପିଟାଲର ଜଣେ ନର୍ସଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ହସ୍ପିଟାଲକୁ ସିଲ କରାଯାଇଥିଲା | ନର୍ସ ଭିଡିଓରେ ଦାବି କରିଥିଲେ ଯେ ହସ୍ପିଟାଲର ଅନେକ ସ୍ୱାସ୍ଥ୍ୟ କର୍ମୀ ସଂକ୍ରମଣର ଶିକାର ହୋଇଛନ୍ତି | କିନ୍ତୁ ହସ୍ପିଟାଲ ଦାବି କରିଥିଲା ଯେ ଜଣେ ହିଁ ସଂକ୍ରମିତ ହୋଇଛନ୍ତି | ଭିଡିଓ ଭାଇରାଲ ହେବାପରେ ବିଏମସି ଅଧିକାରୀଙ୍କ ଏକ ବୈଠକ ବସିଥିଲା ଏବଂ ହସ୍ପିଟାଲକୁ ସିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା |

ପୁନେର ଡିବିଆଇ ପାଟିଲ ହସ୍ପିଟାଲର ୪୨ ଡାକ୍ତରଙ୍କ ସମେତ ୯୨ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି | ପୁନେରେ ୪୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି |

   Related Posts