ଭୟଙ୍କର କରୋନା ଭାଇରସ୍-ଓଡ଼ିଆ ଯୁବକ ଚୀନ୍ରୁ ଆସିଲେ, ହେଲେ କ୍ୟାପିଟାଲ୍ ହସ୍ପିଟାଲ୍ରେ ହୋଇପାରିଲା ନାହିଁ ସ୍ୱାସ୍ଥ୍ୟ ପରୀକ୍ଷା
25/01/2020 at 9:56 PM

ଭୁବନେଶ୍ୱର ୨୫।୦୧ – କୋରୋନା ଭାଇରସ କୁ ନେଇ ଏବେ ସାରା ବିଶ୍ବ ଆତଙ୍କିତ । ତେବେ ଏନେଇ ବିଦେଶରୁ ଆସୁଥିବା ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ।ତେବେ ରାଜ୍ୟରେ ଏନେଇ କଣ ରହିଛି ବ୍ୟବସ୍ଥା ।
ରାଜଧାନୀ ଉପରେ ରହିଛି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ । ପ୍ରତିଦିନ ବିଦେଶରୁ ଆସୁଛନ୍ତି ଲୋକେ । ସେହିଭଳି ଚୀନରେ ରହୁଥିବା ସମ୍ବିତ ନାୟକ ନାମକ ବ୍ୟକ୍ତି ଶୁକ୍ରବାର ଆସି ପହଂଚିଥିଲେ ଭୁବନେଶ୍ବରରେ ।ପହଂଚିବା ପରେ ସେ କ୍ୟାପିଟାଲ ହସପିଟାଲକୁ ସନ୍ଦେହରେ ନିଜର ପରୀକ୍ଷା କରିବାକୁ ଯାଇଥିବା ବେଳେ ସେଠାରେ ଏନେଇ କୌଣସି ବ୍ୟସ୍ଥା ନଥିବାରୁ ଦୁଖ ପ୍ରକାଶ କରିଛନ୍ତି ।
ବିଦେଶରୁ ଆସୁଥିବା ଲୋକଙ୍କ ପରୀକ୍ଷା ଲାଗି କିଭଳି କିଛି ବ୍ୟସ୍ତା ନାହିଁ ସେ ନେଇ ପ୍ରଶ୍ନ ଉଠାଇବା ସହ କାପିଟାଲ ହସପିଟାଲର ଡାକ୍ତରମାନେ ଏବିଷୟରେ କିଛି ଜାଣିନଥିବା କହିବା କୁ ନେଇ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି ସମ୍ବିତ।