ହଠାତ୍ ଜଣା ପଡ଼ିନଥାଏ କରୋନାର ଲକ୍ଷଣ : ଜାଣନ୍ତୁ ସଂକ୍ରମିତ ବ୍ୟକ୍ତିର ସଂସ୍ପର୍ଶରେ ଆସିବା ପରେ କେଉଁ ଦିନ ଦେଖାଯାଇଥାଏ କି ପ୍ରକାର ଲକ୍ଷଣ

Published By : Prameya-News7 Bureau | April 01, 2020 IST

କ​ରୋନା ଭାଇରସ୍ ଅଧିକ ଚ୍ୟାଲେଞ୍ଜିଂ କାରଣ ଏହାର ଲକ୍ଷଣ ସହଜରେ କେହି ବୁଝି ପାରନ୍ତି ନାହିଁ। କୋଭିଡ-୧୯ର ଲକ୍ଷଣ ବିଲକୁଲ ସାଧାରଣ ଥଣ୍ଡା-ଜ୍ବର ଭଳି। ରୋଗୀଙ୍କ ଶୋଚନୀୟ ସ୍ବାସ୍ଥ୍ୟାବସ୍ଥାକୁ ଯଦି ସହଜରେ ଦେଖାଯାଏ ତେବେ ଏହାକୁ ଚିହ୍ନାଯାଇପାରିବ। ଆସନ୍ତୁ ଜାଣିବା କରୋନା ଭାଇରସର ପ୍ରାଥମିକ ଲକ୍ଷଣ କ’ଣ ଏବଂ ଏହା କିପରି ବଢ଼ିଯାଇଥାଏ।

ପ୍ରଥମ ଦିନ : ରୋଗୀଙ୍କ ଜ୍ବର ଅତ୍ୟଧିକ ବଢ଼ି ଯାଇଥାଏ। ଏହା ବ୍ୟତୀତ ରୋଗୀଙ୍କୁ ଶୁଖିଲା କାଶ ଏବଂ ଥଣ୍ଡା ହୋଇଥାଏ।

କିଛି ଦିନ ମଧ୍ୟରେ ରୋଗୀଙ୍କ ମାଂସପେଶୀରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଇଥାଏ ଏବଂ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହୋଇଥାଏ। ଅନେକ କ୍ଷେତ୍ରରେ ଗଳା ମଧ୍ୟ ଫୁଲିଯାଇଥାଏ।

ପଞ୍ଚମ ଦିନ : ପଞ୍ଚମ ଦିନ ଯାଏଁ ରୋଗୀଙ୍କୁ ନିଃଶ୍ବାସ ନେବାରେ ଅସୁବିଧା ହୋଇଥାଏ। ଖାସ୍ କରି ବୟସ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଇଛି। ଏହା ବ୍ୟତୀତ ଯେଉଁମାନେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ଥାଆନ୍ତି ସେମାନଙ୍କଠାରେ ଏହି ସମସ୍ୟା ଅଧିକ ହୋଇଥାଏ।

ସପ୍ତମ ଦିନ : ସପ୍ତମ ଦିନ ରୋଗୀମାନେ ଏହା ବିଷୟରେ ଜାଣି ପାରନ୍ତି ଯେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକ ପଡ଼ିବ। ବୁହାନ ହସ୍ପିଟାଲର ଏକ ରିପୋର୍ଟ ମୁତାବକ ଅଧିକାଂଶ ରୋଗୀ ଏତେ ଦିନ ବିତିବା ପରେ ଡାକ୍ତରଙ୍କୁ ଜଣାଇଥିଲେ।

ଅଷ୍ଟମ ଦିନ : ପାଖାପାଖି ଏକ ସପ୍ତାହ ବିତିଯିବା ପରେ ଲୋକଙ୍କ ଶରୀରରେ ରେସ୍ପିରେଟରୀ ଡିଷ୍ଟେସ୍ ସିଣ୍ଡୋମ୍ ଜନିତ ସମସ୍ୟା ହୋଇଥାଏ।

ଫୁସଫୁସରେ ଅକ୍ସିଜେନ୍ ପରିବର୍ତେ କଫ ବଢ଼ିବାରୁ ରୋଗୀଙ୍କୁ ନିଃଶ୍ବାସ ନେବାରେ ଅସୁବିଧା ହୋଇଥାଏ। ତାଙ୍କ ଛାତିରେ ମଧ୍ୟ ଯନ୍ତ୍ରଣା ହୋଇଥାଏ।

କରୋନା ଭାଇରସର ଲକ୍ଷଣ ଜାଣିବାକୁ ୨ରୁ ୧୦ଦିନ ସମୟ ଲାଗିପାରେ। ଭାଇରସର ଲକ୍ଷଣ ଡେରିରେ ଦେଖାଯିବା ଯୋଗୁଁ ଲୋକେ ବାହାରୁ ଅସୁସ୍ଥ ଲାଗନ୍ତି ନାହିଁ। ଯାହା ଫଳରେ ସଂକ୍ରମଣ ବହୁତ ଶୀଘ୍ର ବ୍ୟାପିଯାଇଥାଏ।

କରୋନା ଭାଇରସରୁ ବର୍ତ୍ତିବା ପାଇଁ ହାଇଜିନ୍ ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ନିଜ ଆଖପାଖରେ ସ୍ବଚ୍ଛତା ପ୍ରତି ଧ୍ୟାନ ରଖନ୍ତୁ। କାଶିବା ସମୟରେ ମୁହଁରେ ଟିସୁ ରଖନ୍ତୁ।

ଏହା ବ୍ୟତୀତ ସମୟ ସମୟରେ ସାବୁନରେ ହାତ ଧୁଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.