Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ପିଲାଙ୍କ ଦେହରେ ଲୁଚି ରହୁଛି କରୋନା , ନାକ ଓ ଗଳାରେ ଅଧିକ ଦିନ ରହିଯାଉଛି ଭୂତାଣୁ

2/09/2020 at 1:20 PM

ୱାଶିଂଟନ ୦୨।୦୯: ପିଲାମାନଙ୍କ ନାକ ଓ ଗଳାରେ ଅନେକ ସପ୍ତାହ ଧରି କରୋନା ଭୂତାଣୁ ରହିପାରିବ । ଏହି ସମୟରେ ଏମିତି ବି ହୋଇପାରେ, ନାକ-ଗଳାରେ କରୋନା ଥାଇ ବି ସେମାନଙ୍କଠାରେ ସଂକ୍ରମଣର କୌଣସି ଲକ୍ଷଣ ଦେଖିବାକୁ ମିଳିବ ନାହିଁ । ଏଭଳି ପରିସ୍ଥିତିରେ କରୋନା ଭୂତାଣୁ ଚୁପ୍‌ଚାପ୍‌ ଅନ୍ୟ ଲୋକଙ୍କୁ ବ୍ୟାପିବା ଜାରି ରଖିବ । ୱାଶିଂଟନର ଚିଲ୍‌ଡ୍ରେନ ନ୍ୟାସନାଲ ହସ୍ପିଟାଲ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି ।

ଗବେଷକଙ୍କ ଦ୍ୱାରା ହୋଇଥିବା ଏହି ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ ଅଧିକାଂଶ ଲୋକ କରୋନା ସଂକ୍ରମଣ ଲକ୍ଷଣ ଦେଖାଦେବା ପରେ ଯାଇ ନମୁନା ପରୀକ୍ଷଣ କରାଉଛନ୍ତି । ଏହାଦ୍ୱାରା ସଂକ୍ରମଣ ଅଧିକ ବେଗରେ ମାଡ଼ୁଛି । ଗବେଷକମାନେ ଏଭଳି ୮୫ ପିଲାଙ୍କୁ ଚିହ୍ନଟ କରିଥିଲେ, ଯେଉଁମାନେ ପଜିଟିଭ୍‌ ତ ଥିଲେ କିନ୍ତୁ ସେମାନଙ୍କର କୌଣସି ପରୀକ୍ଷା କରାଯାଇ ନ ଥିଲା । ସେମାନଙ୍କ ପରିବାର ଲୋକମାନେ ପରୀକ୍ଷା କରାଇ ନ ଥିଲେ । ପରୀକ୍ଷା ନ ହେବା ଦ୍ୱାରା ସେମାନଙ୍କଠାରେ ଥିବା ଭୂତାଣୁ ଅନ୍ୟ ଲୋକଙ୍କୁ ଡେଇଁ ସେମାନଙ୍କର କ୍ଷତି ଘଟାଇଥିଲା ।

ସେମାନଙ୍କ ମୁତାବକ ଅଧିକାଂଶ ପିଲାଙ୍କଠାରେ କରୋନା ଭୂତାଣୁ ପ୍ରବେଶ କରିବା ପରେ ଏହା ନାକ ଏବଂ ଗଳା ମଧ୍ୟରେ ରହିଯାଉଛି । ପ୍ରତିରୋଧକ କ୍ଷମତା ଅଧିକ ଥିବାରୁ ସେମାନେ ଆଉ ଭିତରକୁ ପ୍ରବେଶ କରିପାରୁ ନାହାନ୍ତି । ଭୂତାଣୁଗୁଡ଼ିକ ଅନେକ ସପ୍ତାହ ପର୍ଯ୍ୟନ୍ତ କେବଳ ନାକ ଓ ଗଳାରେ ରହିବା ଦ୍ୱାରା ପିଲାମାନଙ୍କଠାରେ କୌଣସି ସମସ୍ୟା ଦେଖାଦେଇ ନ ଥାଏ । ତେବେ ଏଭଳି ପରିସ୍ଥିତିରେ ପିଲାମାନଙ୍କର ଟେଷ୍ଟ କରାଇ ସେମାନଙ୍କଠାରୁ ଭୂତାଣୁକୁ ହଟାଇବା ଜରୁରି । ସଂକ୍ରମଣକୁ ବ୍ୟାପିବାକୁ ନ ଦେବା ପାଇଁ ଏଭଳି କରାଯିବା ଆବଶ୍ୟକ ।

ଏହି ସଦ୍ୟ ଅଧ୍ୟୟନ ଆମେରିକାର ପ୍ରମୁଖ ସ୍ୱାସ୍ଥ୍ୟ ସଂସ୍ଥା ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି)ର ରିପୋର୍ଟକୁ ଭୁଲ ପ୍ରମାଣିତ କରିଛି । ସିଡିସି ଏହାର ଏକ ରିପୋର୍ଟରେ କହିଥିଲା ଯେ ଲକ୍ଷଣ ନ ଥିବା ରୋଗୀଙ୍କର ନମୁନା ପରୀକ୍ଷା କରାଇବା ଆବଶ୍ୟକ ନାହିଁ । ବିନା ଚିକିତ୍ସା ବା ସ୍ୱଳ୍ପ ଚିକିତ୍ସାରେ ସେମାନେ ଆରୋଗ୍ୟ ଲାଭ କରିପାରିବେ । ତା’ଛଡ଼ା ଲକ୍ଷଣ ନଥିବା ଲୋକଙ୍କଠାରୁ କରୋନା ଭୂତାଣୁ ଅନ୍ୟ ଲୋକଙ୍କ ଦେହକୁ ଡେଇଁବା ଆଶଙ୍କା ମଧ୍ୟ କମ୍‌ । ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ନ ଆସିବା ପର୍ଯ୍ୟନ୍ତ ତାଙ୍କର କରୋନା ଟେଷ୍ଟ କରାଇବା ଆବଶ୍ୟକ ନାହିଁ ବୋଲି ସିଡିସି କହିଥିଲା ।

   Related Posts