Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ସାଟେଲାଇଟ୍ ଇମେଜରୁ ଧରାପଡିଛି ଚୀନର ମିଛ : ଅଗଷ୍ଟରୁ ବୁହାନରେ ବ୍ୟାପିଛି କରୋନା !

9/06/2020 at 5:27 PM

ଚୀନ ୱାହନ୍‌ରେ ଅଗଷ୍ଟ ମାସରୁ ହିଁ କରୋନା ଭାଇରସ୍‌ ବ୍ୟାପିଛି । ହେଲ୍ ଚୀନ୍‌ ବିଶ୍ବକୁୁ ଏନେଇ ଏହାର ଠିକ୍‌ ୪ ମାସ ପରେ ଅର୍ଥାତ୍ ଡିସେମ୍ବର ୩୧ ରେ ଅନେଇ ଅବଗତ କରାଇଛି । ସେତେବେଳକୁ ବିଶ୍ବର ଅନ୍ୟ ସ୍ଥାନରେ କରୋନା ଭାଇରସ୍‌ ବ୍ୟାପୀ ସାରିଥିବା ହାଭାର୍ଡର ଜଣେ ଡାକ୍ତର ରିସର୍ଚ୍ଚ କରି ଜଣାଇଛନ୍ତି । ଫଳରେ ଚୀନ୍‌ର ମିଛ ଧରାପଡି ଯାଇଥିବା କୁହାଯାଉଛି ।

ଭିଓ- ଯେତେ ଲୁଚାଇଲେ ବି ଲୁଚୁନି, ଯେତେ ଫାଙ୍କିଲେ ବି ଧରାପଡ଼ିଯାଉଛି।  ଧରାପଡିଛି ଚୀନ୍‌ର ମିଛ । ଚୀନରେ କରୋନା ମହାମାରୀ ୨୦୧୯ ଅଗଷ୍ଟରୁ ପାଦ ଥାପିଲାଣି । ହେଲେ ଚୀନ୍‌ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଭାଇରସ୍ ସଂପର୍କରେ ଡିସେମ୍ବର ୩୧ରେ ଜଣାଇଛି । ଅକ୍ଟୋବର ମାସରୁ ଫେବ୍ରୁଆରୀ ୨୦୨୦ ମଧ୍ୟରେ କିପରି ହସ୍ପିଟାଲ୍‌ ପାର୍କିଂରେ ଗାଡି ସଂଖ୍ୟା ବଢିଛି ଏବେ କମିଛି ତାହା ଦର୍ଶାଯାଇଛି। ସାଟେଲାଇଟ୍ ଇମେଜ୍‌କୁ ନେଇ ହାଭାର୍ଡର ଡକ୍ଟର ଜନ୍‌ ବ୍ରାଉନଷ୍ଟିନ୍‌ ପକ୍ଷରୁ କରାଯାଇଥିବା ରିସର୍ଚ୍ଚ ଅନୁସାରେ ଚୀନ୍‌ରେ ଉହନ ସହରରେ କରୋନା ଭାଇରସ୍‌ ଅଗଷ୍ଟର ହିଁ ଆରମ୍ଭ ହୋଇଛି । କାରଣ ସେଟ୍‌ଲାଇଟ୍ ଇମେଜ୍‌ ଦର୍ଶାଉଛି ଉହାନ୍‌ ସହରରେ ଥିବା ବିଭିନ୍ନ ହସ୍ପିଟାଲ୍‌ରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଅଧିକ ଲୋକ ଆଡମିଟ୍ ହୋଇଛନ୍ତି । କାରଣ ଏହି ସମୟରେ ସାଧାରଣତଃ ଯେତିକି ଗାଡି ହସ୍ପିଟାଲ୍‌ରେ ପହଞ୍ଚିବା କଥା ତାହାଠାରୁ ୬୭ ପ୍ରତିଶତ ଅଧିକ ଗାଡି ହସ୍ପିଟାଲ୍‌ ପାର୍କିଂ ସ୍ଥାନରେ ଛିଡା ହୋଇଛି ।

ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବ୍ୟକ୍ତିମାନେ କଫ, ନିମୋନିଆ, ଡାଇରିଆ ଭଳି ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଭର୍ତ୍ତି ହୋଇଥିବା ରିସର୍ଚ୍ଚରେ କୁହାଯାଇଛି । ଏପରିକି ଏହି ସମୟରେ ମଧ୍ୟ ଚାଇନିଜ୍‌ ସର୍ଚ୍ଚ ଇଞ୍ଜିନ୍‌ ବାଇଡୁକୁ ନିମୋନିଆ , ଡାଇରିଆ ଭଳି ରୋଗର କାରଣ, ନିଦାନ, ନିରାକରଣ ନେଇ ଅଧିକ ସର୍ଚ୍ଚ ହୋଇଛି। ଏଥିରୁ ଜଣାପଡୁଛି ଯେ ୨୦୧୯ ଅଗଷ୍ଟ ମାସରେ ହିଁ ଉହାନ୍‌ ସହରରେ ଦସ୍ତକ ଦେଇସାରିଥିଲା କୋଭିଡ୍ -୧୯ ଭାଇରସ୍‌ । ହେଲେ ଚୀନ୍‌ ଏହି ରିସର୍ଚ୍ଚକୁ ସଂପୂର୍ଣ୍ଣ ମନଗଢା ବୋଲି କହିବା ସହ ଏଭଳି ତଥ୍ୟକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି । ଚୀନ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି କୋଭିଡ୍ ଭାଇରସ୍‌ ସଂପର୍କରେ ନଭେମ୍ବରରେ ଜଣାପଡିଛି । ଆଉ ଏସଂପର୍କରେ ସେହି ନଭେମ୍ବରରେ ହିଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୁ ଅବଗତ  କରାଯାଇଛି । କେବଳ ଟ୍ରାଫିକ୍‌ ଫଟୋକୁ ଦେଖାଇ ଏଭଳି ରିସର୍ଚ୍ଚ ଡାଟା ଠିକ୍‌ ନୁହେଁ । ଡକ୍ତର ବ୍ରାଉନଷ୍ଟିନ୍ଙ୍କ ରିସର୍ଚ୍ଚ ଯଦି ସଠିକ୍‌ ହୋଇତାଏ ତେବେ ଉହାନ ସହରର ଅନେକ ବ୍ୟକ୍ତି ଅଜଣାତରେ ପୃଥିବୀର ବିଭିନ୍ନ ସ୍ଥାନକୁ ଗସ୍ତ କରିଥିବେ ନିଶ୍ଚିତ ।

ଏହା ଦ୍ବାରା କରୋନା ଭାଇରସ୍‌ ବିଶ୍ବସାରା ବ୍ୟାପିଥିବା ଅନୁମାନ କରିହେଉଛି । ସେପଟେ ୨୦୧୯ ଡିସେମ୍ବର ୩୧ ଚୀନ ଡବ୍ଲୁଏଚଓକୁ ଅବଗତ କରିଥିଲା। ଯେଉଁଥିରେ  ଏକ ଅଜଣା ନିମୋନିଆ ମାମଲା ନେଇ ଅବତ କରିଥିଲା। ଏହାର ୯ ଦିନ ପରେ ଚୀନ୍‌ ନୋଭେଲ୍‌ କରୋନା ଭାଇରସ୍‌ ଚିହ୍ନଟ କରିଥିବା ଜଣାଇଥିଲା।  ଯାହାର ନାମ ପରେ ଦିଆଯାଇଥିଲା ସାରସ୍‌ କୋଭ-୨ ବା କୋଭିଡ୍‌ -୧୯ । ଉହାନ୍ ସହ ଅନ୍ୟ ସହରକୁ ଚୀନ୍ ୨୩ ଜାନୁଆରୀ ୨୦୨୦ରେ ଲକ୍‌ଡାଉନ୍ କରିଥିଲା । ସେପଟେ ବିଶ୍ବର ବିଭିନ୍ନ ସ୍ଥାନରେ ୮୨ ଟି କନଫର୍ମ କୋଭିଡ୍‌ -୧୯ ମାମଲା ଜଣାପଡିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ସ୍ବାସ୍ଥ୍ୟକାଳୀନ ଜରୁରୀ ପରିସ୍ଥିତି ଭାବେ ଜାନୁଆରୀ ୩୦ ରେ ଘୋଷାଣା କରିଥିଲା ।ଯାହାକି ଠିକ୍‌ ସମୟରେ କରୋନା ବାବଦରେ ସତର୍କ କରାଯାଇନଥିବା ସନ୍ଦେହ ଦୃଢ଼ୀଭୂତ ହେଉଛି

   Related Posts