Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ମହାରାଷ୍ଟ୍ରରେ ସବୁଠୁ ଅଧିକ ବ୍ୟାପିଛି କରୋନା, ସବୁ ବୟସର ଲୋକ ହେଉଛନ୍ତି ଶିକାର

3/04/2020 at 2:00 PM

ମୁମ୍ବାଇ ୩।୪: ଦେଶରେ କରୋନା ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୨,୫୦୦ ଅତିକ୍ରମ କରିସାରିଲାଣି । ବିଶେଷ କଥା ହେଉଛି ଦେଶର ପ୍ରତ୍ୟେକ ଜଣ ରୋଗୀଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରର ସଂକ୍ରମିତ ହେଉଛନ୍ତି । ଏହି ଖବର ଲେଖାଯିବା ବେଳକୁ ମହାରାଷ୍ଟ୍ରରେ କରୋନା ଭାଇରସ୍ ଯୋଗୁଁ ୧୬ ଜଣ ପ୍ରାଣ ହରାଇସାରିଛନ୍ତି ।

ମହାରାଷ୍ଟ୍ରର ଜନସ୍ବାସ୍ଥ୍ୟ ବିଭାଗ ମାର୍ଚ୍ଚ ୩୧ ସୁଦ୍ଧା କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଉପରେ କିଛି ନିଷ୍କର୍ସ ନେଇଛନ୍ତି । ଯାହା ଦର୍ଶାଉଛି ଯେ, ବିଭିନ୍ନ ବୟସ ବର୍ଗର ଲୋକଙ୍କୁ ଏହି ଭାଇରସ୍ ସଂକ୍ରମିତ ହେଉଛି ।

ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ପ୍ରକାଶିତ ମୋଟ୍ ରୋଗୀଙ୍କ ମଧ୍ୟରୁ ୨୧ ରୁ ୩୦ ବର୍ଷ ବୟସର ୪୬ ରୋଗୀ, ୩୧ ରୁ ୪୦ ବର୍ଷ ମଧ୍ୟରେ ୪୭ ରୋଗୀ, ୪୧ ରୁ ୫୦ ବର୍ଷ ମଧ୍ୟରେ ୪୮ ରୋଗୀ, ୫୧ ରୁ ୬୦ ବର୍ଷ ମଧ୍ୟରେ ୩୧ ରୋଗୀ, ୬୧ ରୁ ୭୫ ବର୍ଷ ମଧ୍ୟରେ ୨୫ ରୋଗୀ ଏବଂ ୧ ରୁ ୧୦ ବର୍ଷ ବୟସ ମଧ୍ୟରେ ୭ ଜଣ ରୋଗୀ ଥିଲେ । ଏଥିରୁ ସ୍ପଷ୍ଟ ଯେ ମହାରାଷ୍ଟ୍ରରେ ପିଲାମାନଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଶିକାର କରୁଛନ୍ତି କରୋନା ।

ମାର୍ଚ୍ଚ ୩୧ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ କରୋନାର ଶିକାର ହୋଇଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଅଟନ୍ତି । ମୋଟ୍ ରୋଗୀଙ୍କ ମଧ୍ୟରୁ ୬୩% ପୁରୁଷ ଏବଂ ମହିଳା ୩୭% । ତେବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ୮୬ ଜଣଙ୍କଠାରେ ଏପର୍ଯ୍ୟନ୍ତ କରୋନାର କୌଣସି ଲକ୍ଷଣ ଦେଖାଯାଇନାହିଁ ।

ଏହି ଲକ୍ଷଣଗୁଡିକ ୧୨% ଲୋକଙ୍କଠାରେ ଦେଖାଯିବା ଆରମ୍ଭ କରିଥିବାବେଳେ ୨% ଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସରକାରଙ୍କ ଦ୍ବାରା ଟେଷ୍ଟ କରାଯାଇଥିବା ମୋଟ୍ ଲୋକଙ୍କ ମଧ୍ୟରୁ ୯୬%ଙ୍କ ରିପୋର୍ଟ ନେଗେଟିଭ ରହିଛି । ଅର୍ଥାତ୍ କେବଳ ୪% କରୋନା ପଜିଟିଭ୍ ବୋଲି ଜଣାପଡିଛି ।

ଯଦି ଆମେ ରୋଗୀଙ୍କ ଏହି ତଥ୍ୟକୁ ଦେଖିବା, ତେବେ ଏକ ଚିନ୍ତାଜନକ ବିଷୟ ସାମ୍ନାକୁ ଆସୁଛି । ତାହା ହେଉଛି ଯେ କେବଳ ୩୬% ରୋଗୀ ବିଦେଶ ଗସ୍ତର ସୂଚନା ରହିଛି । ତେବେ ମୋଟ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ରୋଗୀ ଯେଉଁମାନେ ଦେଶ ମଧ୍ୟରେ ଯାତ୍ରା କରିଛନ୍ତି ସେମାନେ କରୋନା ସଂକ୍ରମିତ ହୋଇଛନ୍ତି । ଅବଶିଷ୍ଟ ରୋଗୀଙ୍କ ମଧ୍ୟରେ ୨୫% ରୋଗୀ ଅଛନ୍ତି ଯେଉଁମାନେ ବିଦେଶ ଗସ୍ତ କରିଥିବା ଲୋକଙ୍କ ସଂପର୍କରେ ଆସିଛନ୍ତି, କିନ୍ତୁ ଅବଶିଷ୍ଟ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ କିପରି ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

   Related Posts