ଗବେଷଣାରୁ ସାମ୍ନାକୁ ଆସିଲା ଗମ୍ଭୀର ତଥ୍ୟ : ଘରେ ହିଁ ସବୁଠାରୁ ଅଧିକ ବ୍ୟାପିଥାଏ କରୋନା ସଂକ୍ରମଣ

Published By : Prameya-News7 Bureau | June 18, 2020 IST

ନୂଆଦିଲ୍ଲୀ ୧୮/୦୬ : କରୋନା ଭାଇରସ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବଢିଚାଲିଛି | ଭାଇରସ ଚିକିତ୍ସା ସହିତ ସଂକ୍ରମଣ ରୋକିବା ପାଇଁ ନାନା ଉପାୟ ଅବଲମ୍ବନ କରାଯାଉଛି | ଏନେଇ ଅନେକ ଗବେଷଣା ମଧ୍ୟ ଜାରି ରହିଛି | ଲକଡାଉନ, ସାମାଜିକ ଦୂରତା, ମାସ୍କ ଇତ୍ୟାଦି ପରେ ମଧ୍ୟ ସଂକ୍ରମଣକୁ ବ୍ରେକ ଲାଗୁନି | ଏକ ତାଜା ଗବେଷଣାରୁ ଜଣାପଡିଛି ଯେ କରୋନା ସଂକ୍ରମଣ ଘରେ ହିଁ ସବୁଠାରୁ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି | କରୋନା ଭାଇରସର ବର୍ତ୍ତମାନ ରୂପ ସାର୍ଶ କୋଭ-୨, ପୁରୁଣା ସାର୍ଶ ଭାଇରସ ତୁଳନାରେ ଘରର ପରିସ୍ଥିତିରେ ଦୁଇଗୁଣ ଅଧିକ ସଂକ୍ରାମଣକାରୀ | ଏହାର ବିଶେଷତ୍ୱ ହେଲା ସଂକ୍ରମଣ ହେବା ପରେ ମଧ୍ୟ ପୀଡିତଙ୍କ ପାଖରେ ଏହାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥାଏ ଯାହା ଅତ୍ୟନ୍ତ ଭୟଙ୍କର |

ଚୀନ ଓ ଆମେରିକାର ଗବେଷକଙ୍କ କହିବାନୁଯାୟୀ, ସଂକ୍ରମଣ କମ କରିବା ଦିଗରେ ତାଙ୍କ ଗବେଷଣା ପ୍ରଭାବ ପକାଇପାରେ | ଚୀନ ଗୁବାଗଝୋଓ ସହରରେ ଗବେଷକମାନେ ୩୫୦ ରୋଗୀ ଏବଂ ତାଙ୍କର ପାଖାପାଖି ୨ ହଜାର ସମ୍ପର୍କୀୟଙ୍କ ତାଲିକାକୁ ନେଇ ଗବେଷଣା କରିଛନ୍ତି | ଏଥିରୁ ସେମାନେ ସେକଣ୍ଡାରୀ ଆଟାକ ରେଟ, ଅର୍ଥାତ ଅନ୍ୟ ହମଲାକୁ ଦରକୁ ନେଇ ଅନୁମାନ ଲଗାଇଛନ୍ତି | ଏହି ଦରରୁ ଜଣାପଡିଛି ଯେ ସଂକ୍ରମିତ ରୋଗୀଙ୍କ ଠାରୁ ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମଣ ବ୍ୟାପିବାର କେତେ ସମ୍ଭାବନା ରହିଛି |   

     

ଗବେଷକ ଜାଣିବାକୁ ପାଇଛନ୍ତି ଯେ କୋଭିଡ-୧୯ର ଜଣେ ରୋଗୀ ନିଜ ପରିବାର ସଦସ୍ୟ କିମ୍ବା ଫ୍ଲାଟରେ ରହୁଥିବା ଅନ୍ୟ ଲୋକଙ୍କୁ ସଂକ୍ରମିତ କରିବା ସମ୍ଭାବନା ସବୁଠାରୁ ଅଧିକ ରହିଛି | ଯଦି ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ ତାହେଲେ ସଂକ୍ରମଣ ବିପଦ ସବୁଠାରୁ ଅଧିକ ରହିଛି | ନିଜ ଘରେ ସଂକ୍ରମଣ ହେବାର ସମ୍ଭାବନା ୩୯ ପ୍ରତିଶତ ରହିଛି ବୋଲି ଗବେଷକ କହିଛନ୍ତି |

ଏଥିରୁ ଜଣାପଡିଛି ଯେ ଇନକ୍ୟୁବେସନ ସମୟ ଅର୍ଥାତ ସଂକ୍ରମଣ ହେବା ଏବଂ ଲକ୍ଷଣ ଦେଖା ଦେବା ମଧ୍ୟରେ ହିଁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଥାଏ ଏବଂ ସଂକ୍ରମଣ ସେହିମାନଙ୍କ ଦ୍ୱାରା ବ୍ୟାପିଥାଏ ଯେଉଁମାନଙ୍କୁ ସନ୍ଦେହ ମଧ୍ୟ ନଥାଏ ଯେ ସେମାନେ ସଂକ୍ରମଣର ଶୀକାର ହୋଇଛନ୍ତି | କ୍ଵାରେଣ୍ଟାଇନ ତରିକା ନ ଆପଣେଇଲେ ସଂକ୍ରମଣ ୨୦ ରୁ ୫୦ ପ୍ରତିଶତ ଅଧିକ ବୃଦ୍ଧି ପିଇଥାନ୍ତା ବୋଲି ଗବେଷକ ମହାଇଛନ୍ତି |

ଗୁବାଗଝୋଓ ସିଡିସିର କିନ-ଲଙ୍ଗ ଜିଙ୍ଗ କହିଛନ୍ତି ଯେ, ଆଇସୋଲେସନର ପ୍ରଭାବ କମ ଜଣାପଡୁଛି | ଅନେକ ୟୁରୋପୀୟ ଦେଶରେ ଲକଡାଉନ ଘୋଷଣା ପୂର୍ବରୁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା | ଯଦି ସେମାନଙ୍କ ମଧ୍ୟରେ ସଂକ୍ରମଣ ଲକ୍ଷଣ ଦେଖାଦିଏ ତାହେଲେ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଥିଲା | 

ଦେଶରେ ଗତ କିଛି ଦିନ ହେଲା ପ୍ରତିଦିନ ୧୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି | ବୁଧବାର ଦିନ ଏହି ତାଲିକା ୧୩ ହଜାର ପାର କରିଥିଲା ଯାହା ସାରା ଦୁନିଆରେ ବୁଧବାର ଦିନ ଆସିଥିବା ନୂଆ ମାମଲାରୁ ଅଧିକ | ଭାରତର ବିଶେଷଜ୍ଞଙ୍କ କହିବାନୁଯାୟୀ, ଏବେ ସୁଦ୍ଧା ଦେଶରେ ପିକ ସ୍ଥିତି ଆସିନାହିଁ ଏବଂ ସମ୍ଭାବନାରୁ କମ ସଂକ୍ରମଣ ବ୍ୟାପିଛି | ତେବେ ସ୍ଥିତି ଭଲ ଥିଲା ଭଳି ଜଣାପଡ଼ୁନାହିଁ | ତେବେ ପରିସ୍ଥିତି ସୁଧୁରିବାକୁ ଆହୁରି ଅଧିକ ସମୟ ଲାଗିପାରେ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.