ସଂକ୍ରମିତ ବ୍ୟକ୍ତିଙ୍କଠାରୁ କିପରି ବ୍ୟାପିଥାଏ ମାରାତ୍ମକ କରୋନା ଭାଇରସ? କେତେ ଦିନରେ ଦେଖାଏ ଲକ୍ଷଣ ?

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ, ୨୧|୦୩:     କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଏବେ ସୁଦ୍ଧା ବିଶ୍ୱରେ ୧୧ହଜାରରୁ ଅଧିକ ବ୍ୟକ୍ତି ଏହି ଭାଇରସରେ ପ୍ରାଣ ହରାଇଛନ୍ତି। ଏହାସହ ଅଢେଇ ଲକ୍ଷରୁ ଅଧିକ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଛୁଇଁଛି। ତେବେ ଏହି ଭାଇରସ କିପରି ବ୍ୟାପେ ତାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି।

{"id":242195,"width":747,"height":583,"sizeSlug":"large"}

କିପରି ବ୍ୟାପିଥାଏ କରୋନା

ଏହି ଭାଇରସ ଅ୍ୟ ଥଣ୍ଡା, ଜର, କାଶ ଓ ଫ୍ଲୁ ଭଳି ବ୍ୟକ୍ତିଙ୍କଠାରୁ ବ୍ୟକ୍ତିଙ୍କୁ ବ୍ୟାପିଥାଏ। ସଂକ୍ରମିତ ବ୍ୟକ୍ତିଙ୍କ କାଶ, କଫ ସଂସ୍ପର୍ଶରେ ଆସିବା ଦ୍ୱାରା ଏହା ସୁସ୍ଥ ଲୋକଙ୍କୁ ବ୍ୟାପିଥାଏ। ବୈଜ୍ଞାନିକଙ୍କ କହିବାନୁସାର, ସଂକ୍ରମିତଙ୍କ କାଶ ଓ ଛିଙ୍କରୁ ବ୍ୟାପୁଥିବା ଏହି ଭାଇରସ ୧୦ ମିନିଟ ଯାଏଁ ବାୟୁରେ ରହିପାରେ। ବିଭିନ୍ନ ବସ୍ତୁ ଓ ପଦାର୍ଥରେ ମଧ୍ୟ ଏହି ଭାଇରସ ୧୦ ମିନିଟରୁ ୪୮ ଘଣ୍ଟା ଯାଏଁ ରହିପାରେ। ତେବେ ଏହା କେତେ ସମୟ ଧରି ବାୟୁରେ ରହିପାରେ ତାହା ସ୍ପଷ୍ଟ ଭାବେ ଜଣା ପଡି ନାହିଁ। ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ୧୪ ଦିନ ମଧ୍ୟରେ ଏହି ଭାଇରସ ବିଭିନ୍ନ ଲକ୍ଷଣ ଦେଖାଇବା ଆରମ୍ଭ କରେ।

ବୃଦ୍ଧ ଓ ବୟସ୍କ ବ୍ୟକ୍ତିଙ୍କୁ ସହଜରେ ଏହି ଭାଇରସ ସଂକ୍ରମିତ କରିଥାଏ। କାରଣ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଥାଏ।

କିପରି ନିଜକୁ ରଖିବେ ସୁରକ୍ଷିତ

ଏହି ଭାଇରସର ମୁକାବିଲା ପାଇଁ ଏବେ ସୁଦ୍ଧା କୌଣସି ଭାକସିନ୍ ବାହାରି ନାହିଁ। ତେଣୁ ବିଶ୍ୱବାସୀ ବେଶି ଆତଙ୍କିତ ହୋଇ ପଡିଛନ୍ତି। କେବଳ ସଚେତନ ରହିବା ହିଁ ଏହା ବ୍ୟାପିବାକୁ ରୋକିପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ହାତ ସଫା କରିବା, ସାନିଟାଇଜରବ ବ୍ୟବହାର, ସାମାଜିକ ଦୂରତା ଆଦି ଏହି ଭାଇରସ ସଂକ୍ରମଣକୁ ରୋକିପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.