Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସ୍ପେନରେ କରୋନା ପାଇଁ ସଙ୍ଗୀନ ସ୍ଥିତି, ବୟସ୍କଙ୍କୁ ଦିଆଯାଉଛି କେବଳ ନିଶା ଔଷଧ

5/04/2020 at 2:26 PM

ମାଦ୍ରିଦ, ୦୫|୦୪:  କରୋନା ଭାଇରସ ସ୍ପେନରେ ଏକ ଲକ୍ଷ ୨୦ ହଜାର ଜଣଙ୍କୁ ସଂକ୍ରମିତ କରିଛି । ଏଠାରେ ମୃତକଙ୍କ ସଂଖ୍ୟା ମଧ୍ୟ ୧୨ ହଜାର ଟପିଛି । ଏହା ମଧ୍ୟରେ ଏଠାକାର ବୃଦ୍ଧାଶ୍ରମର ସ୍ଥିତି ସବୁଠାରୁ ଖରାପ ରହିଛି । ଏହି ଆଶ୍ରମରେ ଏବେ ଦେଖାଶୁଣା କରିବା ପାଇଁ କେହି ନାହାଁନ୍ତି । ଏଠାକାର କେୟାର ଟେକରମାନେ କରୋନା ଭାଇରସ ଭୟରେ ଘରେ ଲକଡାଉନ ହୋଇ ରହିଛନ୍ତି । ଏହା ବ୍ୟତୀତ ସେମାନଙ୍କୁ ହସ୍ପିଟାଲରୁ ମଧ୍ୟ ଖାଲି ହାତରେ ଫେରିବାକୁ ପଡୁଛି ।

ସ୍ପେନର ପ୍ରାୟତ ସମସ୍ତ ହସ୍ପିଟାଲରେ କରୋନା ଭାଇରସ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି । ଏଠାରେ ସାଧାରଣ ରୋଗର ଚିକିତ୍ସା କରାଯାଉ ନାହିଁ । ବୃଦ୍ଧାଶ୍ରମରୁ କେହି କିଛି ଜବାବ ମଧ୍ୟ ଦେଉନାହିଁନ୍ତି । ପ୍ରାୟ ୬୬ ପ୍ରତିଶତ ଲୋକଙ୍କୁ ଛୁଟିରେ ପଠାଯାଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି ।

ଏଠାକାର ଜଣେ ସ୍ଥାନୀୟ ବାସିନ୍ଦା ମାରିୟା ହୋଜେ ଅଲବୋରେଜ କହିଛନ୍ତି ଯେ, ଆଜିକାଲି ବୃଦ୍ଧାଶ୍ରମରେ କେହି ରୋଗରେ ପଡିଲେ ତାଙ୍କୁ କେହି ଚିକିତ୍ସା କରୁନାହାଁନ୍ତି । ଅଧିକ ରୋଗାଗ୍ରସ୍ତ ହେଲେ ନିଶା ଇନଜେକ୍ସନ ଦେଇ ସେମିତି ଛାଡିଦିଆଯାଉଛି । କେତେ ସମୟ ଯାଏଁ ସେମାନେ ଜୀବିତ ରହିପାରବେ କେବେଳ ତାହା ହିଁ ଦେଖାଯାଉଛି ।

ମାଦ୍ରିଦର ଏକ ନର୍ସିଂ ହୋମରେ ୩ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହାମଧ୍ୟରୁ ୨ ହଜାର ଜଣ କରୋନା ଭାଇରସ ପାଇଁ ପ୍ରାଣ ହରାଇଥିବା କୁହାଯାଉଛି । ମୃତକଙ୍କ ମଧ୍ୟରୁ ଅନେକଙ୍କ ଟେଷ୍ଟ ମଧ୍ୟ ହୋଇନଥିବା କୁହାଯାଉଛି । 

   Related Posts