କରୋନାର ଦ୍ୱିତୀୟ ଲହରରେ ଭାଙ୍ଗିଯାଇଛି ସାଧାରଣ ଲୋକଙ୍କ ମେରୁଦଣ୍ଡ : ରୋଜଗାର ହରାଇଛନ୍ତି ଏକ କୋଟିରୁ ଅଧିକ ଲୋକ

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୧/୦୬ : କରୋନା ମହାମାରୀ ପାଇଁ ଭାଙ୍ଗିଯାଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ । ତାଜା ସୂଚନା ମୁତାବକ ୨ୟ ଲହର ଭାରତରେ ୧ କୋଟରୁ ଅଧିକ ଲୋକ ରୋଜଗାର ହରାଇବା ସହ ବେକାରୀ ହୋଇଛନ୍ତି । ଏଥି ସହିତ, କରୋନା ମହାମାରୀ ଆରମ୍ଭରୁ ପ୍ରାୟ ୯୭ ପ୍ରତିଶତ ପରିବାରର ଆୟ ହ୍ରାସ ପାଇଛି । ସେଣ୍ଟର ଫର ଇଣ୍ଡିଆନ ଇକୋନୋମି (ସିଏମଇଇ) ର ମୁଖ୍ୟ କାର୍ଯ୍ୟନିର୍ବାହୀ ମହେଶ ବ୍ୟାସ ଏହି ସୂଚନା ଦେଇଛନ୍ତି ।

ତାଙ୍କ କହିବା ମୁତାବକ ମେ ମାସରେ ବେକାରୀ ହାର ୧୨ ପ୍ରତିଶତରେ ପହଞ୍ଚିପାରେ । ଯେମିତିକି ଏପ୍ରିଲରେ ଏହା ୮ ପ୍ରତିଶତ ଥିଲା । ଏବେ ପ୍ରାୟ ଏକ କୋଟି ଲୋକ ବେକାର ହୋଇଯାଇଛନ୍ତି । କାରଣ ହେଉଛି କରୋନାର ଦ୍ୱିତୀୟ ଲହର । ମହେଶ ଭ୍ୟାସଙ୍କ କହିବା ଅନୁଯାୟୀ, ଆଗକୁ ହୁଏତ ଅର୍ଥନୀତିରେ ସୁଧାର ଆସିପାରେ । ଯେଉଁମାନେ ଚାକିରି ହରାଇଛନ୍ତି ସେମାନଙ୍କୁ ପୁନର୍ବାର ରୋଜଗାର କରିବା ବହୁତ କଷ୍ଟକର ହୋଇପଡିବ ।

କାରଣ ଇନଫର୍ମାଲ ସେକ୍ଟରରେ ହୁଏତ କିଛିଟା ରିକଭରୀ ହେଉଛି, କିନ୍ତୁ ଫର୍ମାଲ ସେକ୍ଟରରେ ଅର୍ଥା ବଡ ବଡ ସେକ୍ଟରରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ କିଛିଟି ଅସୁବିଧା ପରିଲକ୍ଷିତ ହେବ । ଏଠାରେ କହିରଖୁ ୟେ, ମେ ୨୦୨୦ରେ ଯେତେବେଳେ ସାରା ଦେଶରେ ତାଲା ବନ୍ଦ ହୋଇଥିଲା ​​ବେକାରୀ ହାର ୨୩.୫ ପ୍ରତିଶତରେ ପହଞ୍ଚିଥିଲା । କିନ୍ତୁ ଏହି ବର୍ଷ ଯେତେବେଳେ କରୋନାର ଦ୍ୱିତୀୟ ଲହର ଆସିଲା, ସେତେବେଳେ ଧୀରେ ଧୀରେ ନିୟମ ରାଜ୍ୟମାନେ ସେମାନଙ୍କ ସ୍ତର ଉପରେ ପ୍ରତିବନ୍ଧକ ଲଗାଇଲେ । ଫଳରେ କାର୍ଯ୍ୟ ଆରମ୍ଭ ହେଉ ହେଉ ବନ୍ଦ ହୋଇଗଲା ।
CMIE ଆକଳନ :
କରୋନାର ଦ୍ୱିତୀୟ ଲହରରେ ବେକାରୀ: ୧୦ମିଲିୟନରୁ ଅଧିକ
ସହରୀ ବେକାରୀ ହାର (ମେ): ୧୪.୭୩%
ଗ୍ରାମୀଣ ବେକାରୀ ହାର (ମେ):୧୦.୬୩%
ଦେଶବ୍ୟାପୀ ବେରୋଜଗାର ହାର (ମେ): ୧୧.୯୦%

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.