କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ସରକାର: ସ୍କୁଲ ଓ ସିନେମା ହଲ୍ ବନ୍ଦ, ସାମାଜିକ ଉତ୍ସବ ଉପରେ ବି କଟକଣା

Published By : Prameya-News7 Bureau | March 13, 2020 IST

ଭୁବନେଶ୍ୱର, ୧୩|୦୩: କରୋନାକୁ ଆଜି ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା ପାଇଁ ୨ଶହ କୋଟି ଟଙ୍କାର ପାଣ୍ଠି ମଧ୍ୟ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୩୧ ଯାଏଁ ସବୁ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସେହିପରି ସିନେମା ହଲ୍, ସୁଇମିଂ ପୁଲ୍, ଜିମ୍ ବନ୍ଦ କରିବାକୁ ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି। 

{"id":237797,"width":751,"height":473,"sizeSlug":"large"}

କରୋନାକୁ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର । ବିଶ୍ବବ୍ୟାପୀ  ଆତଙ୍କ ଖେଳାଇଥିବା ଏବଂ ବିଶ୍ବସ୍ବାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରିଥିବା କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ନେଇଛନ୍ତି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି।

ମାର୍ଚ୍ଚ ୩୧ ଯାଏଁ ସବୁ ସ୍କୁଲ କଲେଜ ବନ୍ଦ । ତେବେ କେବଳ ପରୀକ୍ଷା ହୋଇପାରିବ। ସେହିପରି ସଭା ସମିତିଠାରୁ ଆରମ୍ଭ କରି ସିନେମା ହଲ୍‌ଠାରୁ ସେମିନାର ଯାଏଁ ସବୁକିଛି ବର୍ତ୍ତମାନ ପାଇଁ ବନ୍ଦ।  

{"id":237798,"width":750,"height":492,"sizeSlug":"large"}

ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁଯାୟୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଡକାଯାଇଥିବା କ୍ୟାବିନେଟ ବୈଠକରେ ମଧ୍ୟ  ୨୦୦ କୋଟି ଟଙ୍କାର ପାଣ୍ଠିକୁ ମଞ୍ଜୁରୀ ଦିଆଯାଇଛି। କରୋନା ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ରାଜ୍ୟରେ କରୋନା ମୁକାବିଲା ନେଇ ଆଗୁଆ ପଦକ୍ଷେପ ବାବଦରେ ନିଷ୍ପତ୍ତି ନେବ । କୋଭିଡ ୧୯ ଓଡ଼ିଶା ଅଧିନିୟମ ୨୦୨୦କୁ ମଧ୍ୟ ଆଜି ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି ।

ସଚେତନତାକୁ ଗୁରୁତ୍ୱ, ବିଧାନସଭାରେ ହାତ ଧୋଇଲେ ମୁଖ୍ୟମନ୍ତ୍ରୀ ଓ ବିଧାୟକ

ଆଉ ଏ ହେଉଛି କରୋନା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସଚେତନ କରୁଥିବା ଦୃଶ୍ୟ । ଅପରାହ୍ମରେ ବିଧାନସଭା ପରିସରରେ କରୋନା ନେଇ ଏକ  ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟ ବରିଷ୍ଠ ବିଧାୟକଙ୍କୁ ନେଇ ହାତ ସଫା କରି ସଫାସୁତୁରା ରହିବାର ବାର୍ତ୍ତା ଦେଇଥିଲେ। ଏଥିରେ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। କରୋନାରୁ କିଭଳି ସତର୍କ ରହିହେବ ସେନେଇ ବିଧାୟକମାନଙ୍କୁ ଟିପ୍‌ସ ଦେଇଥିଲେ ଏକ୍ସପର୍ଟ। ନିଜ ନିଜ ଅଞ୍ଚଳରେ ଲୋକମାନଙ୍କୁ କରୋନା ସଂପର୍କରେ ସଚେତନ କରାଇବା ଲାଗି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

{"id":237800,"width":748,"height":446,"sizeSlug":"large"}

ମିଶନ୍ ମୋଡରେ ରାଜ୍ୟରେ କରୋନା ମୁକାବିଲା କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, କରୋନା ପାଇଁ ବାହାଘର ପାର୍ଟିକୁ ମଧ୍ୟ ନିୟନ୍ତ୍ରଣ କରିବେ ସ୍ଥାନୀୟ ଅଧିକାରୀ । ସେହିପରି ସାଧାରଣରେ ପାନ ଛେପ ନପକାଇବା ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କିନ୍ତୁ ଏହି ରୋଗ ନେଇ ଅଯଥା ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା  କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.