ପୁଣି ଚୀନରେ ଆତଙ୍କ ଖେଳାଇଲା କରୋନା: ପ୍ରତିଦିନ ସାମ୍ନାକୁ ଆସୁଛି ୧୦୦ରୁ ଅଧିକ କେସ୍, ସେକେଣ୍ଡ୍ ଓ୍ୱେଭ୍ ଆଶଙ୍କା

Published By : Prameya-News7 Bureau | April 13, 2020 IST

ବେଜିଂ, ୧୩|୦୪:  ଚୀନରେ କରୋନା ସଂକ୍ରମଣର କେନ୍ଦ୍ର ବୁହାନାରୁ ଲକଡାଉନ୍ ହଟାଇ ଦିଆଯାଇଛି । କିନ୍ତୁ ଗତ ୩ ଦିନ ମଧ୍ୟରେ ଚୀନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ରବିବାର ଦିନ ଏଠାରେ ୧୦୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ଯାହା ଗତ ୬ ସପ୍ତାହ ମଧ୍ୟରେ ସର୍ବାଧିକ । ଏହାକୁ ଦେଖି ବୈଜ୍ଞାନିକମାନେ ସେକେଣ୍ଡ୍ ଓ୍ୱେଭ୍ ଆଶଙ୍କା କରୁଛନ୍ତି ।

ଶେଷଧର ପାଇଁ ମାର୍ଚ୍ଚ ୫ ତାରିଖରେ ଚୀନରେ ଗୋଟିଏ ଦିନରେ ୧୦୦ଟି ମାମଲା ସାମ୍ନାକୁ ଆସିଥିଲା । ଏହାପୂର୍ବରୁ ଶନିବାର ଦିନ ୯୯ଟି ମାମଲା ରିପୋର୍ଟ ହୋଇଥିଲା ।  ସେହିପରି ପ୍ରତିଦିନ ୮୦ରୁ ୧୦୦ ନୂଆ ମାମଲା ଚୀନ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ସରକାର ସେକେଣ୍ଡ ଓ୍ୱେଭ୍ ଆଶଙ୍କା କରୁଛନ୍ତି । ଦେଶର ଉତ୍ତରପୂର୍ବ ସ୍ଥିତ ହେଲାଝିଆଙ୍ଗରେ ୫୬ଟି ମାମଲା ଆସିବା ପରେ ଏଠାରୁ ଆସୁଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଉଛି ।

{"id":253284,"width":758,"height":426,"sizeSlug":"large"}

ଚୀନ ରାଷ୍ଟ୍ରୀୟ ଆୟୋଗଙ୍କ କହିବାନୁସାରେ, ବିଦେଶରୁ ସଂକ୍ରମିତ ହୋଇ ଆସିଥିବା ଲୋକଙ୍କ ସଂଖ୍ୟା ୧୩୭୮ ଥିବା ବେଳେ ବିନା ଲକ୍ଷଣ ଥିବା ସଂକ୍ରମିତଙ୍କ ସଂଖ୍ୟା ୧୦୬୪ ରହିଛି । ସେହିପରି ୧୦ଜଣ ସ୍ଥାନୀୟ ବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇଛନ୍ତି । ରବିବାର ଆସିଥିବା ୧୦୮ଟି ମାମଲାରୁ ୯୮ଜଣ ସଂକ୍ରମିତ ବିଦେଶରୁ ଆସିଛନ୍ତି । ହୁବେଇ ପ୍ରାନ୍ତରେ ଦୁଇଜଣଙ୍କ ଜୀବନ ଯାଇଛି । ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨,୧୬୦ ହୋଇଯାଇଛି ।

ତେବେ ବିନା ଲକ୍ଷଣ ଥିବା ସଂକ୍ରମିତ ସରକାରଙ୍କ ଚିନ୍ତା ବଢାଇ ଦେଇଛନ୍ତି । ସେମାନଙ୍କୁ ଚିହ୍ନଟ କରିବା ମଧ୍ୟ କଷ୍ଟକର ହେଉଛି । ଏମାନଙ୍କଠାରେ ଦ୍ୱର, ଥମ୍ଡଡା, କାଶ କିମ୍ବା ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ଆଦି ଲକ୍ଷଣ ଦେଖାଯାଉ ନାହିଁ । କିନ୍ତୁ ଯାଂଚ ପରେ ଏମାନଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.