ଚୀନକୁ ପୁଣି ଫେରିଲା କରୋନା: ଗୋଟିଏ ଦିନରେ ୫ ମୃତ, ୪୫ଟି ନୂଆ ମାମଲା

Published By : Prameya-News7 Bureau | March 29, 2020 IST

ବେଜିଂ, ୨୯|୦୩: ଚୀନରୁ ସାରା ବିଶ୍ୱକୁ ବ୍ୟାପିଥିବା ମାରାତ୍ମକ ଭାଇରସ ପୁଣି ଚୀନକୁ ଫେରିଛି । ଗୋଟିଏ ଦିନରେ ୫ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ଖବର ଆସିଛି । ଏହାସହ ମୃତକଙ୍କ ସଂଖ୍ୟା ମଧ୍ୟ ୩୩୦୦ ଅତିକ୍ରମ କରିଛି । ଶନିବାର ଦିନ ହେନାନ ଅଞ୍ଚଳରେ ନୂଆ ସଂକ୍ରମିତଙ୍କ ମାମଲା ସାମ୍ନାକୁ ଆସିଥିବା ଦେଶର ଜାତୀୟ ସ୍ୱାସ୍ଥ୍ୟ କମିଶନ ବା ଏନଏଚସି ସୂଚନା ଦେଇଛନ୍ତି ।

{"id":245959,"width":750,"height":563,"sizeSlug":"large"}

ଏନଏଚସି ଆହୁରି କହିଛନ୍ତି ଯେ, ହୁବେଇ ଅଞ୍ଚଳରେ କରୋନାର ଆତଙ୍କ ଜାରି ରହିଛି । ୫ଜଣ ମୃତ୍ୟୁବରଣ କରିବା ପରେ ମୋଟ ମୃତ୍ୟୁସଂଖ୍ୟା ୩୩୦୦ରେ ପହଁଚିଛି । ରବିବାର ସକାଳ ସୁଦ୍ଧଆ ୮୨ ହଜାର ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ୭୫ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଶନିବାର ହଙ୍ଗକଙ୍ଗରେ ୪ଜଣ ପ୍ରାଣ ହରାଇଥିଲେ । ମକାଓ ଓ ତାଇଓ୍ୱାନରେ ୨ଟି ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଖ୍ୟା ୨୮୩ରେ ପହଁଚିଛି ।

{"id":245961,"width":753,"height":536,"sizeSlug":"large"}

କମିଶନ ଆହୁରି କହିଛନ୍ତି ଯେ, କରୋନାର କେନ୍ଦ୍ର ବୁହାନରେ ପ୍ରକୋପ କମ ହୋଇଛି । ଜାନୁଆରୀ ୨୩ରୁ ଚୀନରେ ଲାଗୁ ହୋଇଥିବା ଲକଡାଉନ ଧିରେଧିରେ କୋହଳ ହେଉଛି । ଏବେ ପୁଣି ମାମଲା ବୃଦ୍ଧି ପାଇବାରୁ ବିଦେଶୀଙ୍କ ଭିସାକୁ ବାତିଲ କରିଦିଆଯାଇଛି । ଏହାସହ ବିଦେଶରୁ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.