Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଲକଡାଉନ୍ ହଟିଲା, କରୋନା ଫେରିଲା: ପୁଣି ଚୀନରେ ସାମ୍ନାକୁ ଆସିଲା ୬୩ଟି ନୂଆ ମାମଲା

9/04/2020 at 2:02 PM

ବେଜିଂ, ୦୯|୦୪:  ଚୀନରେ ଆହୁରି ୬୩ଟି କରୋନା ମାମଲା ସାମ୍ନାକୁ ଆସିଛି । ଏହା ମଧ୍ୟରୁ ୨ଜଣ ଚୀନରେ ବସବାସ କରୁଥିବା ବେଳେ ଅନ୍ୟ ୬୧ଜଣ ବିଦେଶରୁ ଫେରିଥିଲେ ।  ବୁଧବାର ୨ ମାସ ଧରି ଲଗା ଯାଇଥିବା ଲକଡଉନ ହଟିବା ପରେ ଏହି ମାମଲା ଆସିଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି ।

ବେଜିଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଦେଶରେ ଆହୁରି ୨ଜଣଙ୍କ ମୃତ୍ୟୁ ହେବା ପରେ ମୋଟ ମୃତକଙ୍କ ସଂଖ୍ୟା ୩୩୩୫ ହୋଇଯାଇଛି । ୬୩ଟି ନୂଆ ମାମଲା ଆସିବା ପରେ ଚୀନରେ କରୋନା ସଂକ୍ରମଣର ଭୟ ଘାରିଛି । ଦେଶରେ ମୋଟ ମାମଲା ୮୧,୮୬୫ରେ ପହଁଚିଛି ।

ତେବେ ଗତ କିଛିଦିନ ଧରି ଚୀନରେ ସଂକ୍ରମିତଙ୍କ ମାମଲା ଆସୁନଥିଲା । ଲଗାତାର ୩ ଦିନ ଧରି ଦେଶର କୌଣସି ରୋଗୀଙ୍କ ଠାରେ ଭାଇରସ ଚିହ୍ନଟ ହୋଇନଥିଲା । ଏବେ ୬୩ଟି ମାମଲା ଆସିବା ପରେ ନୂଆ ମାମଲା ସଂଖ୍ୟା ୧୧୦୪ ହୋଇଯାଇଛି ।

ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଚୀନର ବୁହାନରେ ଲାଗିଥିବା ଲକଡାଉନ ହଟାଇ ଦିଆଯାଇଛି । ପରିସ୍ଥିତି ନିୟନ୍ତ୍ରଣରେ ଥିବା ସରକାର ଅନୁମାନ କରୁଥିଲେ । ତେବେ ନୂଆ ମାମଲା ଆସିବା ପରେ ସେଠାକର ସରକାରଙ୍କ ଚିନ୍ତା ବଢିଯାଇଛି ।

   Related Posts