କ୍ୟାନସର ରୋଗୀଙ୍କ ଶରୀରରେ ବିନା ଲକ୍ଷଣରେ ୧୦୫ ଦିନ ରହିଲା କରୋନା ଭୂତାଣୁ :ରୋଚକ ତଥ୍ୟ ଦେଲେ ବୈଜ୍ଞାନିକ

Published By : Prameya-News7 Bureau | November 07, 2020 IST

ନୂଆଦିଲ୍ଲୀ ୦୭/୧୧ : କ୍ୟାନସର ରୋଗୀଙ୍କ ଦେହରେ ବିନା ଲକ୍ଷଣରେ ୧୦୫ ଦିନ ରହିଲା କରୋନା ଭାଇରସ । ଓ୍ବାଶିଂଟନ କିର୍କଲାଣ୍ଡର ଜଣେ ୭୧ ବର୍ଷୀୟ ମହିଳା କ୍ୟାନସର ରୋଗୀଙ୍କ ଶରୀରରେ ଏତେ ଦିନ ଧରି ବିନା ଲକ୍ଷଣରେ ଭୂତାଣୁ କିପରି ରହିଲା ତାକୁ ନେଇ ବିସ୍ମୟ ପ୍ରକାଶ କରିଛନ୍ତି ବୈଜ୍ଞାନିକ । ଜଣେ ବ୍ଲଡ କ୍ୟାନସର ରୋଗୀଙ୍କ ଶରୀରରେ ଏତେ ଦିନ ଧରି ବିନା ଲକ୍ଷଣରେ ଭୂତାଣୁ ରହିବା ପ୍ରଥମ ଘଟଣା ବୋଲି ବୈଜ୍ଞାନିକ ମତ ଦେଇଛନ୍ତି ।

 ଅଧିକାଂଶ କରୋନା ରୋଗୀଙ୍କ ଦେହରେ ପ୍ରାୟତ ଏହି ଭୂତାଣୁ ୮ ଦିନ ଧରି ରହିଥାଏ । ଚିକିତ୍ସା କରୁଥିବା ଡାକ୍ତରୀ ଟିମଙ୍କ କହିବାନୁଯାୟୀ ମହିଳା ଜଣକ କ୍ରନିକ ରକ୍ତ କର୍କଟ କାରଣରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ଏବଂ ପରେ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା ଯାହାର ରିପୋର୍ଟ ପଜିଟିଭ ଆସିଥିଲା । ତେବେ ପଜିଟିଭ ଆସିବାର କିଛି ସପ୍ତାହ ଯାଏଁ ବାରମ୍ବାର ରିପୋର୍ଟ ପଜିଟିଭ ଆସିଥିଲା । ଏମିତିକି କୋଭିଡ ଟେଷ୍ଟ ହେବାର ୧୦୫ ଦିନ ପରେ ମଧ୍ୟ ସେହି ମହିଳାଙ୍କ ଶରୀରରେ ଭୂତାଣୁ ଏବେବି ରହିଥିବା ଡାକ୍ତର ଜାଣିବାକୁ ପାଇଥିଲେ । ।

ତେବେ ବୈଜ୍ଞାନିକଙ୍କ କହିବା ଅନୂଯାୟୀ, ସଂପୃକ୍ତ ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ଏତେ ଦିନ ଧରି ଭାଇରସ ରହିବା ପରେ ମଧ୍ୟ କୌଣସି ଲକ୍ଷଣ ଦେଖାଯାଇନଥିଲା । ଏପରିକି ସୁସ୍ଥ ହୋଇଥିବା ରୋଗୀଙ୍କ ଆଣ୍ଟିବଡି ସେହି ମହିଳାଙ୍କ ଶରୀରରେ ପରୀକ୍ଷା କରାଯାଇଥିଲା କିନ୍ତୁ କୌଣସି ସୁଫଳ ମିଳିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.