ଚୀନ୍‌ରେ କୋରନା ଭାଇରସ୍‌ ଆହୁରି ଭୟଙ୍କର: ମୃତ୍ୟୁ ସଂଖ୍ୟା ୪୧ ଟପିଲା, ୧୩୦୦ ଆକ୍ରାନ୍ତ, ୧୨ ସହର ଅଚଳ

Published By : Prameya-News7 Bureau | January 25, 2020 IST

ବେଜିଙ୍ଗ୨୫/୧: ଚୀନ ପରେ ଏବେ ୟୁରୋପରେ କୋରନା ଭାଇରସ ଖେଳି ଯାଇଛି। ଏପରି କି ଫ୍ରାନ୍ସରେ ମଧ୍ୟ କୋରନା ଭାଇରସ୍‌ରେ ତିନିଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କୋରନା ଭାଇରସ୍‌ ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କିନ୍ତୁ କୋରନା ଭାଇରସ୍‌ରେ ଭାରତରେ ଏପର୍ଯ୍ୟନ୍ତ କେହି ଆକ୍ରାନ୍ତ ହୋଇ ନାହାନ୍ତି। କିନ୍ତୁ କୋରନା ଭାଇରସ ସନ୍ଦେହରେ ଭାରତର କିଛି ରୋଗୀଙ୍କ ପରୀକ୍ଷା ଚାଲିଛି। ଏପରି କି ଚୀନର ୧୨ଟି ସହରରେ କାରବାର ବନ୍ଦ ହୋଇଯାଇଛି। ଲୋକମାନେ ମୁହଁରେ ମାସ୍ ଲଗାଇ ଯାତାୟାତ କରୁଛନ୍ତି।

ଚୀନରେ ଖେଳିଯାଇଥିବା କୋରନା ଭାଇରସ ଅନ୍ୟ ଦେଶରେ ମଧ୍ୟ ଖେଳି ଯାଇଛି। ଯାଥା ଥାଇଲାଣ୍ଡ, ଆମେରିକା, ତାଇଓ୍ବାନ, ଜାପାନ, ଫ୍ରାନ୍ସ ଏବଂ ସିଙ୍ଗାପୁର ପରେ ଏବେ ଜାପାନରେ କୋରନା ଭାଇରସ୍ ଖେଳି ଯାଇଛି। ଏହି ଭାଇରସରେ ଫ୍ରାନ୍ସର ୩ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି। ଏହି ଖତରନାକ କୋରନା ଭାଇରସ ପ୍ରଭାବରେ ଚୀନରେ ୪୧ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୩୦୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୩୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସାମାନ୍ୟ ଥଣ୍ଡା ହେଲେ ଏହି ଭାଇରସ୍‌ ଆକ୍ରମଣ କରିଥାଏ। ଏହା ପ୍ରଭାବରେ ବ୍ୟକ୍ତି ଥଣ୍ଡା, ଶ୍ବାସ ଭଳି ଲକ୍ଷଣ ଦେଖାଯାଇଥାଏ। କୋରନା ଭାଇରସରେ ଆକ୍ରାନ୍ତ ଥିବା ବ୍ୟକ୍ତି  ନିଶ୍ବାସ ପ୍ରଶ୍ବାସରେ ବହୁତ କଷ୍ଟ ଅନୁଭବ କରିଥାଆନ୍ତି। ଏପରି ଶରୀରକୁ ଥକା ଲାଗିଥାଏ। ଏହି ବିଷାକ୍ତ ଭାଇରସରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ଶରୀର ପୂର୍ବ ଅବସ୍ଥାକୁ ଆସିବା ପାଇଁ ବିଳମ୍ବ ହୋଇଥାଏ। ଏହି ସମୟ ଭିତରେ ବି ବ୍ୟକ୍ତିର ପ୍ରାଣ ଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.