କରୋନା ଯୁଦ୍ଧରେ ହାରିଗଲେ ପୋଲିସ ଇନ୍ସପେକ୍ଟର
19/04/2020 at 10:14 AM

ଭୋପାଳ ୧୯।୦୪: କରୋନା ଭାଇରସ ଲାଗି ଦେଶରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାର ଲାଗିଛି । ମଧ୍ୟପ୍ରଦେଶ ମହାରାଷ୍ଟ୍ର ପରେ କରୋନା କାରଣରୁ ସର୍ବାଧିକ ମୃତ୍ୟୁ ରେକର୍ଡ କରିଛି। ଏଥି ସହିତ ମଧ୍ୟପ୍ରଦେଶର ଇନ୍ଦୋରରେ କରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । କରୋନାରେ ପଜିଟିଭ ଆକ୍ରାନ୍ତ ପୋଲିସ୍ ଇନ୍ସପେକ୍ଟର ଦେବେନ୍ଦ୍ର ଚନ୍ଦ୍ରଭାନ୍ସିଙ୍କ ମୃତ୍ୟୁ ଘଟିଛି।

କରୋନା ଭାଇରସରେ ସ୍ୱାସ୍ଥ୍ୟକର୍ମୀ ଓ ପୋଲିସ କର୍ମଚାରୀମାନେ ଆକ୍ରାନ୍ତ ହେଉଛନ୍ତି । ସେହିପରି ମଧ୍ୟପ୍ରଦେଶର ଇନ୍ଦୋରରେ କରୋନା ଭାଇରସ ନେଇ ହଟସ୍ପଟ ଚିହ୍ନଟ ହୋଇଛି । ଇନ୍ଦୋରରେ ଅନେକ ସ୍ୱାସ୍ଥ୍ୟ କର୍ମା ଓ ପୋଲିସ ଅଧିକାରୀ କରୋନା ଭାଇରସରେ ଆକ୍ରାନ୍ତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ପୋଲିସ ଇନ୍ସପେକ୍ଟର ଦେବେନ୍ଦ୍ର ଚନ୍ଦ୍ରଭାନ୍ସିଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଥିବା ଜଣାପଡିଥିଲା।
କରୋନା ଭାଇରସରେ ପଜିଟିଭ୍ ଆସିବା ପରେ ପୋଲିସ ଇନ୍ସପେକ୍ଟର ଦେବେନ୍ଦ୍ର ଚନ୍ଦ୍ରଭାନୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୪୫ ବର୍ଷୀୟ ଦେବେନ୍ଦ୍ର ଚନ୍ଦ୍ରଭାନ୍ସି ଜୁନି ପୋଲିସ ଷ୍ଟେସନର ଦାୟିତ୍ୱରେ ଥିଲେ। ସେ ଗତ ୧୦ ଦିନ ଧରି ଅରବିନ୍ଦନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ରାତି ୩ଟା ସମୟରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଦେଶରେ କରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୪୭୦୦ ରୁ ଅଧିକ କରୋନା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥି ସହିତ ମଧ୍ୟପ୍ରଦେଶରେ ୧୩୦୦ ରୁ ଅଧିକ କରୋନା ଜୀବାଣୁ ସଂକ୍ରମିତ ରୋଗୀ ଆଗକୁ ଆସିଛନ୍ତି।