Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଏହି ଦେଶରେ କରୋନା ସ୍ଥିତି ସଙ୍ଗୀନ, ମୃତଦେହକୁ କବର ଦେବା ପାଇଁ ମିଳୁନି ସ୍ଥାନ

24/05/2020 at 10:49 AM

ବ୍ରାସିଲିଆ ୨୪।୫: କରୋନା ଭାଇରସ୍ କୁ ନେଇ ସାରା ବିଶ୍ବରେ ହଇଚଇ ସୃଷ୍ଟି ହୋଇଛି । କିନ୍ତୁ ବ୍ରାଜିଲ ବର୍ତ୍ତମାନ ଏହାର ନୂତନ କେନ୍ଦ୍ର ପାଲଟିଛି । କରୋନା ସଂକ୍ରମଣ ମାମଲାରେ ଋଷକୁ ପଛରେ ପକାଇ ଏହି ଦକ୍ଷିଣ ଆମେରିକୀୟ ଦେଶ ସମଗ୍ର ବିଶ୍ବରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି । ଗତ ୪୮ ଘଣ୍ଟା ମଧ୍ୟରେ ବ୍ରାଜିଲରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ବିପଜ୍ଜନକ ବୃଦ୍ଧି ଘଟିଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ଏହି ମହାମାରୀ ହେତୁ ୧୧୭୯ ଜଣଙ୍କର ମୃତ୍ୟୁ ଘଟିଛି ।

ବ୍ରାଜିଲରେ ପରିସ୍ଥିତି ଏତେ ଖରାପ ହୋଇଛି ଯେ, ଶ୍ମଶାନରେ ମଧ୍ୟ ଏହି ମୃତଦେହକୁ ସମାଧି ଦେବା ପାଇଁ କମ୍ ସ୍ଥାନ ଅଛି । କିଛି ଲୋକ ମୃତଦେହକୁ ରାସ୍ତା ଓ ଶ୍ମଶାନ ବାହାରେ ଛାଡି ଯାଉଛନ୍ତି । ଏହା ପୂର୍ବରୁ ମେ ୧୨ ତାରିଖରେ ୮୮୧ ଜଣ ଲୋକ ଗୋଟିଏ ଦିନରେ ମୃତ୍ୟୁ ହୋଇଥିଲା ।

ବ୍ରାଜିଲରେ ଏପର୍ଯ୍ୟନ୍ତ ୩୧୯୦୬୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହି ମହାମାରୀ ଯୋଗୁଁ ୨୦୫୪୧ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମଣରେ ଏତେ ସଂଖ୍ୟକ ରୋଗୀଙ୍କ ମୃତ୍ୟୁ ହେଉଛି ଯେ ଶ୍ମଶାନରେ ମୃତମାନଙ୍କୁ କବର ଦେବା ପାଇଁ ସ୍ଥାନ କମ୍ ପଡୁଛି । ଅଧିକାରୀଙ୍କ କହିବା ଅନୁସାରେ ବ୍ରାଜିଲର ପରିସ୍ଥିତି ଆହୁରି ଖରାପ ହୋଇପାରେ ।

ବ୍ରାଜିଲର ସାଓ ପାଉଲୋରେ ଲାଟିନ୍ ଆମେରିକୀୟ ଦେଶଗୁଡିକର ସବୁଠାରୁ ବଡ ଶ୍ମଶାନ ହେଉଛି ଭିଲ୍ଲା ଫୋର୍ମୋସା । ଏହି ଶ୍ମଶାନରେ ଶବକୁ ପୋତିଥିବା କର୍ମଚାରୀମାନେ ବର୍ତ୍ତମାନ ୮ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା ଡ୍ୟୁଟି କରୁଛନ୍ତି, ତଥାପି ସମସ୍ତ ମୃତଦେହକୁ କବର ଦେବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ।

କର୍ମଚାରୀଙ୍କ କହିବା ଅନୁସାରେ, ଗୋଟିଏ ମୃତଦେହକୁ କବର ଦେବାବେଳକୁ ୧୫ଟି ନୂଆ ଶବ ଆସୁଛି । ବର୍ତ୍ତମାନ ରାତିରେ ମୃତଦେହକୁ କବର ଦେବା କାର୍ଯ୍ୟ ଚାଲିଛି । କିନ୍ତୁ ପ୍ରତିଦିନ ବହୁ ସଂଖ୍ୟକ ଶବ ଆସିବା ହେତୁ ଏହି ସ୍ଥାନ ମଧ୍ୟ ହ୍ରାସ ପାଇବାରେ ଲାଗିଛି ।

ଅନେକ ଲୋକ ନିଜ ପରିବାରର ଶବକୁ କବର ଦେବା ପାଇଁ ଅପେକ୍ଷା କରିଥିବାବେଳେ ଅନେକ ଲୋକ ମୃତଦେହକୁ ରାସ୍ତା ଓ ଶ୍ମଶାନ ବାହାରେ ଛାଡି ଦେଉଛନ୍ତି ।

   Related Posts