ଇତିହାସ କହୁଛି ଚୀନ ହିଁ ଭାଇରସ ଜନକ, ସାର୍ସ ପରେ କୋଭିଡ-୧୯ ଚୀନା ଲ୍ୟାବରୁ ସୃଷ୍ଟି, ପ୍ରମାଣ ଥିବା ଦାବି କଲେ ଆମେରିକାର ବୈଦେଶିକ ସଚିବ

Published By : Prameya-News7 Bureau | May 04, 2020 IST

ନ୍ୟୁୟର୍କ, ୦୪|୦୫ : ଚୀନର ଉହାନ ଲ୍ୟାବରୁ ପ୍ରସ୍ତୁତ ହୋଇଛି କରୋନା ଭାଇରସ । ଏନେଇ ଆମେରିକା ପାଖରେ ଅନେକ ପ୍ରମାଣ ରହିଛି । ଚୀନ ସରକାର ସତ ଘୋଡାଇବାକୁ ଚେଷ୍ଟା କରୁଛି  ବୋଲି କହିଛନ୍ତି ଆମେରିକୀୟ ସଚିବ ମାଇକ୍ ପାମ୍ପିଓ ।  

ଗତ ସପ୍ତାରେ ଆମେରିକା ଗୁଇନ୍ଦା ବିଭାଗ କରୋନା କେଉଁଠୁ ସୃଷ୍ଟି ହୋଇଛି ସେନେଇ ତଦନ୍ତ ଜାରି ରହିଛି ବୋଲି କହିଥିଲା । ତେବେ ଏହା ମନୁଷ୍ୟକୃତ ନୁହେଁ ବୋଲି ଗୁଇନ୍ଦା ବିଭାଗ ଅନୁମାନ କରିଥିଲା ।  ଏହି ମାରାତ୍ମକ ଭାଇରସ କେବଳ ଆମେରିକାରେ ୬୭ ହଜାରରୁ ଉର୍ଧ୍ୱ ବ୍ୟକ୍ତିଙ୍କ ଜୀବନ ନେଇ ସାରିଲାଣି ।

{"id":264515,"width":687,"height":420,"sizeSlug":"large"}

ତେବେ ଆମେରିକାର ବୈଦେଶିକ ସଚିବ ମାଇକ୍ ପାମ୍ପିଓ ଚୀନର ଉହାନ ଲ୍ୟାବରୁ କରୋନା ଭାଇରସ ଜନ୍ମ ନେଇଥିବା ରବିବାର ଏବିସିକୁ ଦେଇଥିବା ଏକ ସାକ୍ଷାତକାରରେ ରହିଛନ୍ତି । ଏହାକୁ ତିଆରି କରାଯିବା କଥା ବାସ୍ତବ ବୋଲି ସେ ଦାବି କରିଛନ୍ତି । ସେ ଆହୁରି କହିଛନ୍ତି ଯେ,  ଅନେକ ବିଶେଷଜ୍ଞ ମଧ୍ୟ ଏହା ଲ୍ୟାବରେ ତିଆରି ବୋଲି କହୁଛନ୍ତି । ଏହି ମତକୁ ସେ ବିରୋଧ କରୁନାହାଁନ୍ତି । ଚାଇନା ପୂର୍ବରୁ ମଧ୍ୟ ଅନେକ ମାରାତ୍ମକ ଭାଇରସ ସୃଷ୍ଟି କରିଛି । ଉହାନ ଲ୍ୟାବରେ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ ନାହିଁ । ୨୦୦୨ର ସାର୍ସ ଭାଇରସ ମଧ୍ୟ ଚୀନରୁ ବ୍ୟାପିଥିଲା ।

ପାମ୍ପିଓଙ୍କ ମନ୍ତବ୍ୟ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ ଲ୍ୟାବରୁ ଏହି ଭାଇରସ ତିଆରି ହୋଇଥିବାର ପ୍ରମାଣ ଦେଖିଛନ୍ତି ବୋଲି କହିଥିଲେ । ଓ୍ୱାଶିଂଟନର ଅନେକ ବୈଜ୍ଞାନିକ ମଧ୍ୟ ଏହି ଭାଇରସକୁ ମନୁଷ୍ୟକୃତ ବୋଲି କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.