କରୋନା ଭାଇରସ୍‌ ସ୍ଥିତି ଭୟଙ୍କର

Published By : Prameya-News7 Bureau | February 10, 2020 IST

ନୂଆଦିଲ୍ଲୀ ୧୦।୦୨ -  ରବିବାର ଗୋଟିଏ ଦିନରେ ଚୀନରେ ୯୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।  ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି ।୪୦ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ତେବେ ଚୀନ୍‌ ପକ୍ଷରୁ ଯାହା କୁହାଯାଉଛି ପ୍ରକୃତ ସ୍ଥିତି ଆହୁରି ଭୟଙ୍କର ବୋଲି ଚର୍ଚ୍ଚା ହେଉଛି।ଯାହାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଟିପ୍‌ ଅଫ ଆଇସବର୍ଗ ବୋଲି ଆଖ୍ୟା ଦେଇଛି । ସେପଟେ ଜାପାନରେ ଯେଉଁ କ୍ରୁଜ୍‌ ସିପ୍‌ରେ କରୋନା ଆକ୍ରାନ୍ତ ଅଛନ୍ତି ସେଥିରେ ଅଛନ୍ତି ୫ ଭାରତୀୟ । ସେମାନଙ୍କୁ ଉଦ୍ଧାର କରିବା ଲାଗି ଏକ ଭିଡିଓ ଜାରି କରିଛନ୍ତି।

{"id":222940,"sizeSlug":"large"}

କରୋନା ଭାଇରସ୍‌ କେବଳ ଚୀନ୍‌ରେ ସୀମିତ ରହିବ ନାହିଁ ।ଚୀନ୍‌କୁ ଆଦୌ ଯାଇନଥିବା ଲୋକଙ୍କ ଠାରେ ମଧ୍ୟ କରୋନା ଭାଇରସ୍‌ ଦେଖାଦେଇଛି । ଏହାକୁ ଟିପ୍‌ ଅଫ୍ ଆଇସ୍‌ବର୍ଗ କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଏହା ଅର୍ଥ ଯାହା କୁହାଯାଉଛି ସ୍ଥିତି ଆହୁରି ସଂଗୀନ ।

{"id":222941,"sizeSlug":"large"}

ତେଣୁ ଯେକୌଣସି ସ୍ଥାନରେ ବି ଏହି ଭାଇରସ ଦେଖାଦେଇପାରେ ବୋଲି ଡବ୍ଲୁଏଚଓ ସତର୍କ କରିଦେଇଛନ୍ତି । ଚୀନ୍‌ରେ ନୋଭେଲ୍‌ ଭାଇରସ୍‌ ଯୋଗୁଁ ୯୦୦ ଲୋକଙ୍କର ଜୀବନ ଗଲାଣି। ୪୦ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । କେବଳ ରବିବାର ୯୭ ଜଣଙ୍କର ମୃତ୍ୟୁ ହୋଇଛି।

{"id":222943,"sizeSlug":"large"}

  ଚୀନ୍‌ରେ ସଂକ୍ରମଣ କିଛିଟା କମିଛି ବୋଲି ଯଦିଓ ଚୀନ ସରକାର କହୁଛନ୍ତି କିନ୍ତୁ ଏହି ଗ୍ରାଫ ଦେଖିଲେ ସ୍ଥିତି ସଙ୍କଟଜନକ ରହିଛି। ଯେତେ ଦିନ ଗଡୁଛି ସେତିକି ମୃତାକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଫେବ୍ରୁଆରୀ ୯ ସୁଦ୍ଧା ଚୀନ୍‌ରେ ୪୦୯୭୧ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି ।

{"id":222944,"sizeSlug":"large"}

 ଚୀନ୍‌ ବାହାରେ ୩୫୦ଟି କରୋନା ପଜିଟିଭ୍‌ କେସ୍ ଦେଖାଦେଇଛି । ଏବେ ସୁଦ୍ଧା ଚୀନ ଭିନ୍ନ ଯେଉଁଠାରେ ରୋଗୀ ଚିହ୍ନଟ ହୋଇଛନ୍ତି  ସିଙ୍ଗାପୁରରେ ୪୩,  ଥାଇଲାଣ୍ଡରେ ୩୨, ଦକ୍ଷିଣ କୋରିଆରେ ୨୭, ତାଇୱାନରେ ୧୮,  ମାଲେସିୟାରେ ୧୭, ଭିଏତନାମରେ ୧୪, ଆମେରିକାରେ ୧୨, ବ୍ରିଟେନରେ ୮, ୟୁଏଇରେ ୭ ଜଣଙ୍କ ଠାରେ କରୋନା ଭାଇରସ୍‌ ଚିହ୍ନଟ ହୋଇସାରିଲାଣି । ସେଥିମଧ୍ୟରୁ ଭାରତରେ କେରଳରେ ୩ ଜଣ ଅଛନ୍ତି ।

{"id":222945,"sizeSlug":"large"}

ଭିଓ- ଏ ହେଉଛି ଜାପାନର ଡାଇମଣ୍ଡ ପ୍ରିନ୍‌ସେସ୍‌ କ୍ରୁଜ୍‌ ।ୟୋକୋହାମା ବନ୍ଦରରେ ଥିବା ଏହି କ୍ରୁଜ୍‌ ସିପ୍‌ର ଯାତ୍ରୀ ମାନେ ଏବେ ସେଠାରେ ଏକପ୍ରକାରର ବନ୍ଦୀ ଅବସ୍ଥାରେ ଅଛନ୍ତି ।ସେମାନଙ୍କ ଭିତରୁ ୧୩୬ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।

{"id":222946,"sizeSlug":"large"}

ଏହି ଜାହାଜର କ୍ରିୟୁ ମେମ୍ବରଙ୍କ ମଧ୍ୟରେ ଅଛନ୍ତି ୫ ଜଣ ଭାରତୀୟ ।ସେମାନଙ୍କ ମଧ୍ୟରେ ଥିବା ବିନୟ କୁମାର ସରକାର ହିନ୍ଦୀରେ ଏକ ଭିଡିଓ ରିଲିଜ୍‌ କରି ସେମାନଙ୍କୁ ଏହି କ୍ରୁଜ୍‌ ସିପ୍‌ରୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି

{"id":222947,"sizeSlug":"large"}

ଚୀନ୍‌ରେ ପୂର୍ବରୁ ବ୍ୟାପିଥିବା ସାର୍ସ ରୋଗରେ ୭୭୪ ଜଣ ପ୍ରାଣ ହରାଇଥିଲେ ।ଏବେ କରୋନା ମୃତ୍ୟୁ ସଂଖ୍ୟା ତାକୁ ଟପି ଗଲାଣି । ଚୀନ୍‌ର ହୁବେଇ ରାଜ୍ୟରେ କୋଟି କୋଟି ଲୋକ ଏବେ ଘର ଭିତରେ ବନ୍ଦ ରହିଛନ୍ତି ।

{"id":222948,"sizeSlug":"large"}

ଏ ପର୍ଯ୍ୟନ୍ତ କରୋନା ଭାଇରସ୍ ରୋଗୀ ସହିତ ମିଳାମିଶା ଦ୍ବାରା ସଂକ୍ରମଣ ହେଉଥିବା କୁହାଯାଉଥିଲା ।କିନ୍ତୁ ସାଂଘାଇର ନାଗରିକ ବ୍ୟାପାର ଉପମୁଖ୍ୟ କହିଛନ୍ତି ଯେ ପବନ ଦ୍ବାରା ସଂକ୍ରମଣ ବ୍ୟାପିବା ଆରମ୍ଭ ହୋଇଥିବାରୁ ଏହା ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି।…

{"id":222949,"sizeSlug":"large"}

ଅନ୍ୟପକ୍ଷରେ ଚୀନ୍‌ର ଏହି ଦୁର୍ଦ୍ଦିନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଚିଠି ଲେଖି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ସବୁ ପ୍ରକାରର ସହଯୋଗ କରିବାକୁ ଲେଖିଛନ୍ତି ।ଏହାର ପ୍ରତିକ୍ରିୟାରେ ଚୀନ୍ ଭାରତକୁ ଧନ୍ୟବାଦ ଜଣାଇବା ସହିତ ଏହା ଦିଲ୍ଲୀ ଓ ବେଜିଂ ମଧ୍ୟରେ ଥିବା ଘନିଷ୍ଠ ବନ୍ଧୁତ୍ବକୁ ଦର୍ଶାଇଛି ବୋଲି କହିଛି। ସେହିପରି ନେପାଳ ମଧ୍ୟ ଚିନ୍‌କୁ ଲକ୍ଷେ ମାସ୍କ ପଠାଇଛି।

{"id":222950,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.