କୋଭିଡ-୧୯ ଭାଇରସ ପାଇଁ ପାଣି ହେଲା ଶତ୍ରୁ: ସାଧାରଣ ପାଣିରେ ଅତି ବେଶୀରେ ୨୪ ଘଣ୍ଟା ତିଷ୍ଠିବ, ଗରମ ପାଣି ଓ କ୍ଲୋରିନ ପାଣିରେ ସାଙ୍ଗେସାଙ୍ଗେ ଖତମ୍, ସମୁଦ୍ର ପାଣିରେ ବି ବଢିପାରୁନି

Published By : Prameya-News7 Bureau | August 03, 2020 IST

ମସ୍କୋ, ୦୩|୦୮: ସାରା ବିଶ୍ୱରେ ମାରାତ୍ମକ କରୋନା ଭାଇରସର ଆତଙ୍କ ଜାରି ରହିଛି । ଭାଇରସର କୌଣସି ଭାକସିନ୍ ବାହାରି ନାହିଁ । ଫଳରେ ଅନେକ ଦେଶକୁ ଲକଡାଉନ୍ କରାଯାଇଛି । ଏହାମଧ୍ୟରେ ଗବେଷକଙ୍କ ହାତରେ ଏକ ବଡ ସଫଳତା ଲାଗିଛି । କୋଭିଡ-୧୯ ଭାଇରସର ଦୁର୍ବଳତାକୁ ଗବେଷରମାନେ ଠାବ କରିପାରିଛନ୍ତି । ଏନେଇ ଏକ ରିପୋର୍ଟରୁ ଜଣାପଡିଛି ।

ଋଷିଆର ଭେକ୍ଟର ଷ୍ଟେଟ୍ ରିସର୍ଚ୍ଚ ସେଣ୍ଟର ଅଫ୍ ଭାଇରୋଲୋଜି ଆଣ୍ଡ ବାୟୋଟେକ୍ନୋଲୋଜି, ସାଇବେରିଆରର ଗଗେଷକମାନେ କରୋନା ଭାଇରସ ଉପରେ ଦୀର୍ଘ ଦିନ ହେବ ରିସର୍ଚ୍ଚ କରି ଆସୁଛନ୍ତି । ସେମାନେ ଜାଣିବାକୁ ପାଇଛନ୍ତି ଯେ, ସାଧାରଣ ଜଳ ଭାଇରସର ବୃଦ୍ଧିକୁ ରୋକିପାରୁଛି । ସ୍ପୁଟନିକ୍ ନ୍ୟୁଜ୍ ରିପୋର୍ଟରେ ଏନେଇ ତଥ୍ୟ ପ୍ରଦାନ କରାଯାଇଛି ।

ଗବେଷଣାରୁ ଜଣାପଡିଛି ଯେ, ପ୍ରାୟ ୯୦ ପ୍ରତିଶତ ଭାଇରସ୍ ସାଧାରଣ ତାପମାତ୍ରାରେ ପାଣିରେ ମରିଯାଉଛନ୍ତି । ୨୪ ଘଣ୍ଟାରେ ହିଁ ଭାଇରସମାନେ ମରିଯାଉଛନ୍ତି । ସେହିପରି ୭୨ ଘଣ୍ଟା ମଧ୍ୟରେ ୯୯.୯ ପ୍ରତିଶତ ଭାଇରସ ମରିଯାଉଥିବା ଦେଖିବାକୁ ମିଳିଛି । ତେବେ ଫୁଟାପାଣିରେ ଭାଇରସମାନେ ଶୀଘ୍ର ମରିଯାଉଥିବା ଦେଖିବାକୁ ମିଳିଛି ।

ଆହୁରି ମଧ୍ୟ ଜଣାପଡିଛି ଯେ, ସମୁଦ୍ର ପାଣିରେ ଭାଇରସମାନେ ସହଜରେ ବଂଶ ବିସ୍ତାର କରିପାରନ୍ତି ନାହିଁ । ତେବେ ସମୁଦ୍ରରେ ଭାଇରସ କେତେ ସମୟ ଜୀବିତ ରହେ ତାହା କେବଳ ତାପମାତ୍ରା ଉପରେ ନିର୍ଭର କରିଥାଏ । କ୍ଲୋରିନ୍ ପାଣିରେ ଭାଇରସକୁ ନିପାତ କରିବାର ଶକ୍ତି ଅଧିକ ରହିଛି ।

ଋଷ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ମିଖେଲ୍ ମୁରାସ୍କୋ କହିଛନ୍ତି ଯେ, କରୋନା ଭାକସିନର କ୍ଲିନିକାଲ ଟ୍ରାଏଲ ଶେଷ ହୋଇଯାଇଛି । ଏହାକୁ ରେଜିଷ୍ଟର କରିବା ପାଇଁ ପେପର୍ ଓ୍ୱାର୍କ ଜାରି ରହିଛି । ଅକ୍ଟୋବରରୁ ଭାକସିନକୁ ଲୋକଙ୍କୁଠାରେ ପ୍ରୟୋଗ କରାଯିବ ।ଡାକ୍ତର ଓ ଶିକ୍ଷକଙ୍କୁ ଏହି ଟିକାକରଣ କାର୍ଯ୍ୟରେ ନିୟୋଜିତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.