Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ସୈନ୍ୟ ଶିବିର ଛୁଇଁ ପାରିଲାନି କରୋନା, ସେନାର ଏହି ପଦକ୍ଷେପ ଆଗରେ ହାର ମାନିଲା ମାରାତ୍ମକ ଭାଇରସ

27/03/2020 at 5:36 PM

ନୂଆଦିଲ୍ଲୀ, ୨୭|୦୩:    ଦେଶରେ କାଶ୍ମୀରଠାରୁ କେରଳ ଯାଏଁ କରୋନା ଭାଇରସ କାୟା ବିସ୍ତାର କରି ରହିଛି । ୭୦୦ରୁ ଅଧିକ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । କିନ୍ତୁ ଦେଶରେ ଏପରି କିଛି ସ୍ଥାନ ରହିଛି ଯେଉଁଠାରେ କରୋନା ଭାଇରସ ପହଁଚି ପାରି ନାହିଁ । ସେନା ଶିବିରକୁ କରୋନା ସ୍ପର୍ଶ କରିପାରି ନାହିଁ । ସେନା ତରଫରୁ ନିଆଯାଇଥିବା ୪ଟି ବଡ ପଦକ୍ଷେପ ଆଗରେ କରୋନା ହାର ମାନିଛି । ଲକଡାଉନର ୨ ଦିନ ପୂର୍ବରୁ ସେନା ଏହି ପଦକ୍ଷେପକୁ କଡାକଡି ଭାବେ ପାଳନ କରିଥିଲା  ।

ଭଏସ ଅଫ୍ ଏକ୍ସ ସର୍ଭିସମ୍ୟାନ ସୋସାଇଟିର ମହାସଚିବ କହିଛନ୍ତି ଯେ, ସେନା କରୋନା ଭାଇରସର ବିପଦକୁ ଦେଖି ପୂର୍ବରୁ ଲକଡାଉନ ଭଳି ନିଷ୍ପତ୍ତି ନେଇଥିଲା । ସେନା ଶିବିରରେ ଥିବା ବିଭିନ୍ନ ଚେକ୍ ପୋଷ୍ଟକୁ ସିଲ୍ କରି ଦିଆଯାଇଥିଲା । କୌଣସି ବାହାର ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ମିଳିନଥିଲା । ଏପରିକି କୌଣସି ଯବାନଙ୍କୁ ଶିବିରରୁ ବାହାରକୁ ଯିବା ପାଇଁ ଦିଆଯାଇ ନଥିଲା । ୩୦ ପ୍ରତିଶତ ଅଫିସର ଓ ୬୦ ପ୍ରତିଶତ ଜେସିଓଙ୍କୁ ଘରୁ କାମ କରିବାକୁ କୁହାଯାଇଥିଲା । ଯେଉଁ ବ୍ୟକ୍ତିମାନେ ନିୟମିତ ଔଷଧ ଖାଉଛନ୍ତି ସେମାନଙ୍କୁ ସେନା ହସ୍ପିଟାଲରେ ପ୍ରବେଶ ଅନୁମତି ନଥିଲା । ଏପ୍ରିଲ ଯାଏଁ ବାହାର ଦୋକାନରୁ ଔଷଧ କିଣିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିୟମିତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ସେନା କରୋନା ଭାଇରସ ସହ ଲଢିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ସେନା ମାତ୍ର ୬ ଘଣ୍ଟା ମଧ୍ୟରେ ଆଇସୋଲେସନ ଓ୍ୱାର୍ଡ ଓ ଆଇସିୟୁ ପ୍ରସ୍ତୁତ କରିପାରିବ ବୋଲି ସେ କହିଥିଲେ ।

   Related Posts