Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ସାମ୍ନାକୁ ଆସିଲା କରୋନାର ନୂଆ ଭ୍ୟାରିଆଣ୍ଟ ‘ଡେଲଟା ପ୍ଲସ୍’ : ‘ଅଧିକ ପ୍ରଭାବୀ ନୁହେଁ, ରିସର୍ଚ୍ଚ ଚାଲିଛି’-ବିଶେଷଜ୍ଞ

15/06/2021 at 9:54 PM

ନୂଆଦିଲ୍ଲୀ ୧୫/ ୦୬ : କରୋନା ଭାଇରସ ଲଗାତାର ଭାବେ ଏହାର ରୂପ ବଦଳାଇବାରେ ଲାଗିଛି । ଏବେ ପୁଣି ଥରେ କରୋନାର ନୂଆ
ଭ୍ୟାରିଆଣ୍ଟ ସାମ୍ନାକୁ ଆସିଛି । ଏହାକୁ ‘ଡେଲଟା ପ୍ଲସ୍’ କୁହାଯାଉଛି । ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ପ୍ରେସ କନଫରେନ୍ସ ମାଧ୍ୟମରେ ସୂଚନା ଦିଆଯାଇଛି ।
ନୀତି ଆୟୋଜ ସଦସ୍ୟ ଡାକ୍ତର ବିକେ ପୌଲ କହିଛନ୍ତି, ‘ଡେଲଟା ପ୍ଲସ୍‌ ଭ୍ୟାରିଆଣ୍ଟ ଏକ ନୂଆ ମ୍ୟୁଟେସନ ଯାହାକି ମାର୍ଚ୍ଚ ମାସରେ ୟୁରୋପରେ ପ୍ରଥମେ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଏହି ଭ୍ୟାରିଆଣ୍ଟ ଚିନ୍ତାଜନକ ସ୍ତରକୁ ଯାଇନାହିଁ । ଏହା ଭାରତ ବାହାରୁ ଆସିଛି । ଏହି ଭ୍ୟାରିଆଣ୍ଟକୁ ନିୟମିତ ନଜରରେ ରଖାଯାଇଛି । ଡେଲଟା ପ୍ଲସ୍‌ ଭ୍ୟାରିଆଣ୍ଟକୁ ନେଇ ଅଧିକ ରିସର୍ଚ୍ଚ ଜାରି ରହିଛି ।’


ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ କହିଛନ୍ତି, କରୋନା ମୁକାବିଲା ପାଇଁ ଆମ ନିକଟରେ ୫ଟି ଅସ୍ତ୍ର ରହିଛି ଏବଂ ସେଗୁଡିକ ହେଉଛି, ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଆଇସୋଲେଟ୍, କଣ୍ଟେନମେଣ୍ଟ ଜୋନ ଏବଂ ଟିକାକରଣ । ଏହା ସହିତ ସମସ୍ତେ ମିଶି ଭାଇରାସ ସହ ଲଢିବା । ଶିଶୁଙ୍କୁ କରୋନା ସଂକ୍ରମଣ ମାମଲାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ କହିଛନ୍ତି ଯେ, ୧ ରୁ ୧୦ ବର୍ଷ ବୟସ ମଧ୍ୟରେ ୩.୨୮ ପ୍ରତିଶତ ଶିଶୁ କରୋନାର ପ୍ରଥମ ଲହରରେ ସଂକ୍ରମିତ ହୋଇଥିଲେ । ଦ୍ବିତୀୟ ଲହରରେ ୧ ରୁ ୧୦ ବର୍ଷ ବୟସ ମଧ୍ୟରେ ୩.୦୫ ପ୍ରତିଶତ ଶିଶୁ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ପ୍ରଥମ ଲହରରେ ୧୧ ରୁ ୨୦ ବର୍ଷ ବୟସ ପିଲା ୮.୦୩ ପ୍ରତିଶତ ସଂକ୍ରମିତ ହୋଇଥିବା ବେଳେ ଦ୍ବିତୀୟ ଲହରରେ ଏହା ସାମାନ୍ୟ ବୃଦ୍ଧିପାଇ ୮.୫୦ ପ୍ରତିଶତ ରହିଛି ।


କରୋନା ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ଭ୍ୟାକସିନ ଏକ ପ୍ରମୁଖ ଅସ୍ତ୍ର । ଏହା ସହିତ ଜନସାଧାରଣଙ୍କୁ କୋଭିଡ ପ୍ରୋଟୋକଲ ମାନିବାକୁ ଅପିଲ କରିଛନ୍ତି ଲବ୍ ଅଗ୍ରଓ୍ବାଲ । ଟିକା ନେଇସାରିଥିଲେ ସୁଦ୍ଧା ମାସ୍କ ଲଗାଇବା, ସାମାଜିକ ଦୂରତା ପାଳନ କରିବା ଏବଂ ଅତି ଆବଶ୍ୟକ ନହେଲେ ଘରୁ ବାହାରକୁ ନବାହାରିବାକୁ ଅପିଲ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ

   Related Posts