Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଦେଶରେ କରୋନାର ତୃତୀୟ ଲହର ! ମହାରାଷ୍ଟ୍ର ସମେତ ଏହି ୬ ରାଜ୍ୟରେ ପହଞ୍ଚିଲା ନୂଆ ଭାରିଏଣ୍ଟ AY.4.2

28/10/2021 at 4:27 PM

ନୂଆଦିଲ୍ଲୀ ୨୮/୧୦ : ବିଶ୍ୱର କିଛି ଦେଶରେ କରୋନା ଭାଇରସ ଯୋଗୁଁ ସ୍ଥିତି ଏବେ ବି ଖରାପ ରହିଛି | ବର୍ତ୍ତମାନ ଭାରତରେ କରୋନା ଭାଇରସର ତୃତୀୟ ଲହର ଆଶଙ୍କା ପ୍ରକାଶ ପାଇଛି। କାରଣ ଭାରତର ୬ ରାଜ୍ୟରେ କରୋନା ଭାଇରସର ନୂଆ ଭାରିଏଣ୍ଟ AY.4.2 ପହଞ୍ଚି ସାରିଛି। ଏଥିରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, କେରଳ, ଜାମ୍ମୁ କାଶ୍ମୀର ଓ ତେଲେଙ୍ଗାନା ସାମିଲ ଅଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ନୂଆ ଭାରିଏଣ୍ଟର ଯାଞ୍ଚ ଚାଲିଛି। ଏହି ନୂଆ ଭରିଏଣ୍ଟ କରୋନା ଭାଇରସର ଡେଲଟା ପ୍ଲସ ଭାରିଏଣ୍ଟର ସମୂହ ବୋଲି ବିଶେଷଜ୍ଞ କହିଛନ୍ତି। ବୁଧବାର ଦିନ ମହାରାଷ୍ଟ୍ରରେ କରୋନା ମାମଲାରେ ଲଗାତାର ଦ୍ୱିତୀୟ ଦିନ ବୃଦ୍ଧି ପାଇଛି। ବୁଧବାର ଦିନ ମହାରାଷ୍ଟ୍ରରେ ୧୪୮୨ ନୂଆ ମାମଲା ସାମ୍ନାକୁ ଆସିଛି। ଗୋଟିଏ ଦିନରେ ୩୮ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

ଦେଶରେ ଗତ ୨୪ ଘଣ୍ଟାରେ ୧୬ ହଜାର ୧୫୬ ମାମଲା ସାମ୍ନାକୁ ଆସିଛି। ଗୋଟିଏ ଦିନରେ ୭୩୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୦ ହଜାର ୯୮୯ ମାମଲା ରହିଛି।

ସରକାରୀ ତଥ୍ୟ ଅନୁଯାୟୀ, ଦେଶରେ ପ୍ରାୟ ୧୧ କୋଟି ଜନତା ଧାର୍ଯ୍ୟ ତାରିଖ ଯିବା ପରେ ବି କରୋନା ଭ୍ୟାକସିନର ଦ୍ୱିତୀୟ ଡୋଜ ନେଇନାହାନ୍ତି। ଭ୍ୟାକସିନ ଡାଟା ଅନୁଯାୟୀ, ୩.୯୨ କୋଟିରୁ ଅଧିକ ଲୋକ ଦ୍ୱିତୀୟ ଡୋଜର ଧାର୍ଯ୍ୟ ତାରିଖର ୬ ସପ୍ତାହ ପରେ ବି ଭ୍ୟାକସିନ ନେଇନାହାନ୍ତି। ୧.୫୭ କୋଟି ଲୋକ ୪ ରୁ ୬ ସପ୍ତାହ ବିଳମ୍ବରେ ଅଛନ୍ତି। ୧.୫୦ କୋଟି ଲୋକ ଦୁଇ ରୁ ଚାରି ସପ୍ତାହ ପରେ ବି ଭ୍ୟାକସିନ ନେଇନାହାନ୍ତି।

   Related Posts