କମୁଛି ସଂକ୍ରମଣ, ଟଳିନି ବିପଦ : ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ପାର୍ କଲା ପଜିଟିଭ, ୪ ହଜାର ମୃତ

Published By : Prameya-News7 Bureau | May 14, 2021 IST

ନୂଆଦିଲ୍ଲୀ ୧୪/୫: ଦିନକି ସଂକ୍ରମଣ କମିଛି । ହେଲେ କମିନି ବିପଦ । କରୋନା ପରେ ଏବେ ଭୟ ବଢାଇବାରେ ଲାଗିଛି ବ୍ଲାକ ଫଙ୍ଗସ । ଏହିରି ଭିତରେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି । ଗତ ସପ୍ତାହେ ହେବ ୪ ଲକ୍ଷ ଟ୍ରେଣ୍ଡ୍ କମିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ବଳବତ୍ତର ଥିଲେ ସଂକ୍ରମଣ ଥମୁନାହିଁ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୪୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦୦୦ ଜଣଙ୍କ ମୃତ୍ୟୁ ହୋଇଛି ।

wp:html /wp:html

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪୦୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୪୦୦୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୪୦ ଲକ୍ଷ ୪୬ ହଜାର ୮୦୯ରେ ପହଞ୍ଚିଛି।


ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୬୨ ହଜାର ୩୧୭ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୦୦ ଲକ୍ଷ ୭୯ ହଜାର ୫୯୯ରେ ପହଁଚିଛି । ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୭୦୪୮୯୩ । ସେହିଭଳି ୧୭ କୋଟି ୯୨ ଲକ୍ଷ ୯୮ ହଜାର ୫୮୪ ଜଣ ଟିକା ନେଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.