Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନାକରେ ଦିଆଯିବ ଭାରତରେ ପ୍ରସ୍ତୁତ ହେଉଥିବା କରୋନା ଟୀକା, ଖୁବ୍‌ଶୀଘ୍ର ପରୀକ୍ଷଣ

4/04/2020 at 1:13 PM

ନୂଆଦିଲ୍ଲୀ ୪।୪: କରୋନା ଭାଇରସ୍ ର ମୁକାବିଲା ପାଇଁ ଦେଶରେ ପ୍ରସ୍ତୁତ କରାଯାଉଛି ଟୀକା । ଏହି ଟୀକା ଦ୍ବାରା ଦେଶବାସୀଙ୍କୁ ଏହି ମହାମାରୀରୁ ରକ୍ଷା କରାଯାଇପାରିବ । ଏହି ଟୀକାକୁ ଇଞ୍ଜେକ୍ସନ ମାଧ୍ୟମରେ ନିଜ ଶରୀରରେ ପ୍ରୟୋଗ କରାଯାଇପାରିବନାହିଁ କିମ୍ବା ପୋଲିଓ ଡ୍ରପ୍ ଭଳି ପିଇବାକୁ ପଡିବ ନାହିଁ । କରୋନା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ହେଉଥିବା ଏହି ଟୀକା ଶରୀରରେ ଇଞ୍ଜେକ୍ସନ ଦ୍ବାରା ଦିଆଯିବ ନାହିଁ । ଏହି ଟୀକାର ଗୋଟିଏ ବୁନ୍ଦା ପୀଡିତାଙ୍କ ନାକରେ ପକାଯିବ ।

ଏକ ରିପୋର୍ଟ ଅନୁଯାୟୀ ହାଇଦ୍ରାବାଦ ସ୍ଥିତ ଭରତ ବାୟୋଟେକ୍ ‘କୋରୋଫ୍ଲୁ’ ନାମକ ଏକ ଟୀକା ପ୍ରସ୍ତୁତ କରୁଛି । ଏହି ଟୀକାର ସମ୍ପୂର୍ଣ୍ଣ ନାମ ହେଉଛି – ‘କରୋଫ୍ଲୁ : ଓ୍ବାନ୍ ଡ୍ରପ୍ କୋଭିଡ୍-୧୯ ନାସାଲ୍ ଭ୍ୟାକ୍ସିନ୍’। ଏହି ଟୀକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କମ୍ପାନୀ ଦାବି କରିଛି । କାରଣ ଏହା ପୂର୍ବରୁ ମଧ୍ୟ ଫ୍ଲୁ ପାଇଁ ପ୍ରସ୍ତୁତ ସମସ୍ତ ଔଷଧଗୁଡିକ ମଧ୍ୟ ସୁରକ୍ଷିତ ଥିଲା ।

ଭରତ ବାୟୋଟେକ୍ ୟୁନିଭରସିଟି ଅଫ୍ ୱିସ୍କାନ୍ସିନ୍-ମ୍ୟାଡିସନ୍ ଏବଂ ଫ୍ଲୁଜେନ କମ୍ପାନୀ ସହିତ ଚୁକ୍ତି କରିଛି । ଏମାନଙ୍କର ବୈଜ୍ଞାନିକମାନେ ମିଳିତ ଭାବରେ ଏହି ଟୀକା ପ୍ରସ୍ତୁତ କରୁଛନ୍ତି ।କରୋଫ୍ଲୁ ବିଶ୍ବ ପ୍ରସିଦ୍ଧ ଫ୍ଲୁ ମେଡିସିନ୍ M2SR ଆଧାରରେ ପ୍ରସ୍ତୁତ କରାଯାଉଛି । ଏହାକୁ ୟୋସିହିରୋ କାୱୋକା ଏବଂ ଗାବ୍ରିଏଲ୍ ନ୍ୟୁମ୍ୟାନ୍ ମିଳିତ ଭାବେ ପ୍ରସ୍ତୁତ କରିଥିଲେ । ସ୍ବାଇନ୍ ଫ୍ଲୁ ରୋଗ ପାଇଁ M2SR ଏକ ଶକ୍ତିଶାଳୀ ଔଷଧ ।ଯେତେବେଳେ ଏହି ଔଷଧ ଶରୀରରୁ ଯାଇଥାଏ ଏହା ତତକ୍ଷଣାତ ଶରୀରରେ ଫ୍ଲୁ ବିରୋଧରେ ଲଢିବା ପାଇଁ ତୁରନ୍ତ ଆଣ୍ଟିବଡି ସୃଷ୍ଟି କରେ ।

ଏଥର ୟୋସିହିରୋ କାୱୋକା M2SR ଔଷଧ ଭିତରେ କରୋନା ଭାଇରସ୍ କୋଭିଡ-୧୯ର ଜିନ୍ ସିକ୍ବେନ୍ସ ଯୋଡିଛନ୍ତି । M2SR ଆଧାରରେ ପ୍ରସ୍ତୁତ ହେଉଥିବା କୋରୋଫ୍ଲୁ ଔଷଧରେ କୋଭିଡ୧୯ର ଜିନ୍ ସିକ୍ବେନ୍ସ ଯୋଡବା ଦ୍ବାରା ଏହି ଔଷଧ ବର୍ତ୍ତମାନ କରୋନା ଭାଇରସ୍ ସହିତ ଲଢିବାକୁ ପ୍ରସ୍ତୁତ ହୋଇଯାଇଛି । ଫଳରେ ଯେତେବେଳେ ଏହି ଟୀକା ଆପଣଙ୍କ ଶରୀର ମଧ୍ୟକୁ ଯିବ ସେତେବେଳେ ଆପଣଙ୍କ ଶରୀରରେ କରୋନା ଭାଇରସ୍ ସହ ଲଢିବା ପାଇଁ ଆଣ୍ଟିବଡି ସୃଷ୍ଟି ହେବ । କୋରୋଫ୍ଲୁ କାରଣରୁ ପ୍ରସ୍ତୁତ ଆଣ୍ଟିବଡି ଆପଣଙ୍କୁ କରୋନା ଭାଇରସ୍ର ମୁକାବିଲା କରିବାରେ ସାହାଯ୍ୟ କରିବ ।

ଭାରତ ବାୟୋଟେକର ବ୍ୟବସାୟିକ ବିକାଶ ମୁଖ୍ୟ ଡକ୍ଟର ରାଶେସ ଏଲ୍ଲା କହିଛନ୍ତି ଯେ, ଆମେ ଏହି ଟୀକା ଭାରତରେ ଉତ୍ପାଦନ କରିବୁ । ସେଗୁଡିକର କ୍ଲିନିକାଲ୍ ଟ୍ରାଏଲ କରାଯିବ । ତାପରେ ଆମେ ୩୦୦ ମିଲିୟନ ଡୋଜ ପ୍ରସ୍ତୁତ କରିବୁ । ଏହି ଟୀକାର କ୍ଲିନିକାଲ ଟ୍ରାଏଲ ହେବା ବାକି ଅଛି । କମ୍ପାନୀ ୨୦୨୦ ଶେଷ ସୁଦ୍ଧା ମନୁଷ୍ୟମାନଙ୍କ ଉପରେ କ୍ଲିନିକାଲ୍ ଟ୍ରାଏଲ କରିବା ଆରମ୍ଭ କରିବ । ସେପର୍ଯ୍ୟନ୍ତ ଏହାର ପରୀକ୍ଷଣ ୟୁନିଭରସିଟି ଅଫ୍ ୱିସ୍କନ୍ସିନ୍-ମ୍ୟାଡିସନ୍ ଲାବୋରେଟୋରୀରେ ଜାରି ରହିବ ।

   Related Posts