ସାରା ଦୁନିଆରେ ଚାଲିଲା ମୋଦୀଙ୍କ ଯାଦୁ, ଅନୁସରଣ କରିବାକୁ ବିବଶ ହେଲା UK, ଏବେ ପୂରା ବ୍ରିଟେନ୍ ବଜାଇଲା ତାଳି

Published By : Prameya-News7 Bureau | March 27, 2020 IST

ନୂଆଦିଲ୍ଲୀ ୨୭।୦୩: କରୋନା ଭାଇରସ ବିରୁଦ୍ଧ ଲଢେଇ ଜିତିବା ପାଇଁ ପୂରା ଦୁନିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରଣନୀତି ଅନୁସରଣ କରୁଛନ୍ତି। ଯେଉଁ ଦେଶ ସମୟ ଥିଲା ଭାରତର କଥାକୁ ମାନିବାକୁ ମନା କରୁଥିଲା, ସେହି ଦେଶ ଏବେ ଭାରତର ସଂସ୍କୃତି ଓ ଶୈଳୀକୁ ଆପଣେଇବାକୁ ବିବଶ ହୋଇଛି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ  ମୋଦୀ ମାର୍ଚ୍ଚ ୨୨ରେ କରୋନା ଓ୍ଵାରିୟର୍ସଙ୍କ ସମର୍ଥନରେ ସନ୍ଧ୍ୟା ୫ଟାରେ ଭାରତୀୟଙ୍କୁ ତାଳି ବଜାଇ ସେମାନଙ୍କୁ ଉତ୍ସାହିତ କରିବାକୁ ଅପିଲ୍ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଶୈଳୀର ଚର୍ଚ୍ଚା ସମଗ୍ର ଦୁନିଆରେ ହୋଇଥିଲା। ଏବେ ବ୍ରିଟେନ୍ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ପଦକ୍ଷେପକୁ ଅନୁସରଣ କରି ପୂରା ଦେଶରେ କରୋନା ଓ୍ଵାରିୟର୍ସଙ୍କ ସମର୍ଥନରେ ତାଳି ବଜାଇଛି।

ବ୍ରିଟେନରେ ମଧ୍ୟ କରୋନା ଭାଇରସର ସ୍ଥିତି ଉଦ୍‌ବେଗଜନକ ରହିଛି। ତେଣୁ ସଙ୍କଟର ଏହି ଘଡିରେ ସ୍ଵାସ୍ଥ୍ୟସେବାରେ ଜଡିତ ଲୋକଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ ମାର୍ଚ୍ଚ ୨୬ରେ ପୂରା ବ୍ରିଟେନବାସୀ ତାଳି ବଜାଇ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହିତ ଭାରତୀୟ ମୂଳ ନିବାସୀ ତଥା ବ୍ରିଟେନର ଅର୍ଥ ମନ୍ତ୍ରୀ ଋଷି ସୁନକ ମଧ୍ୟ ୧୦ ଡାଉନିଙ୍ଗ ଷ୍ଟ୍ରିଟ୍  ବାହାରେ ଛିଡା ହୋଇ ତାଳି ବଜାଇ ଏହି ଲଢେଇ ବିରୋଧରେ ଲଢୁଥିବା ଲୋକଙ୍କୁ ଉତ୍ସାହିତ କରିଛନ୍ତି। ଭାରତରେ ସାମାଜିକ ଗଣମାଧ୍ୟମରେ ତାଳି(Taali) ଟ୍ରେଣ୍ଡିଂ ଶବ୍ଦ ହୋଇଥିବା ବେଳେ ବ୍ରିଟେନରେ #clapforourcares ଟ୍ରେଣ୍ଡ କରୁଛି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁକୁ ପୁରା ଦେଶବାସୀ ସମର୍ଥନ ଜଣାଇଥିଲେ। ଏହା ସହିତ ସନ୍ଧ୍ୟା ୫ଟାରେ ନିଜ ଘର  ବାଲକୋନୀ, ଛାତରୁ ତାଳି, ଥାଳି, ଘଣ୍ଟ ଓ ଶଙ୍ଖ ବଜାଇ କରୋନା ବିରୋଧରେ ଲଢେଇ କରୁଥିବା ଡାକ୍ତର, ନର୍ସ ସମେତ ସ୍ଵାସ୍ଥ୍ୟ ସେବା ଓ ଜରୁରୀ ସାମଗ୍ରୀ ଯୋଗାଉଥିବା ଲୋକଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.